Suvendu Adhikari CM / ବେଙ୍ଗଲରେ BJP ସରକାର, ଶୁଭେନ୍ଦୁ ଅଧିକାରୀ ହେଲେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ
·16 hours ago·2 min read

Key Points
ବେଙ୍ଗଲରେ BJP ସରକାର
ମମତାଙ୍କ ଦୁର୍ଗ ଭାଙ୍ଗିଲା
ଶୁଭେନ୍ଦୁ ଅଧିକାରୀ ହେଲେ ନୂଆ CM
ମମତାଙ୍କ ଦୁର୍ଗ ଭାଙ୍ଗିଲା
ଶୁଭେନ୍ଦୁ ଅଧିକାରୀ ହେଲେ ନୂଆ CM
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ବାଜିଛି ମୋହର । ଆସନ୍ତାକାଲି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ନେବେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ମମତା ବାନାର୍ଜୀଙ୍କ ୧୫ ବର୍ଷର ପୁରୁଣା ଦୁର୍ଗ ଭୁଶୁଡ଼ି ପଡ଼ିଛି ।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା ବିଜେପି । ଆଉ ବେଙ୍ଗଲରେ ଦଳର ଏହି ଲ୍ୟାଣ୍ଡ ସ୍ଲାଇଡ୍ ବିଜୟ ପରେ ଚର୍ଚ୍ଚାକୁ ଆସିଥିଲେ ପଶ୍ଚିମବଙ୍ଗ ବିଜେପିର ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ । ଯାହାଙ୍କୁ ଗତ ୨୦୨୧ ବିଧାନସଭା ନିର୍ବାଚନ ପରେ ଦଳ ବିରୋଧି ଦଳ ନେତା ଆସନରେ ବସାଇଥିଲା । ବିରୋଧି ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିସାରିବା ପରେ ଶୁଭେନ୍ଦୁ ଅଧିକାରୀ ଟିଏମସି ସରକାରକୁ ସନ୍ଦେଶଖାଲି, ଦୁର୍ଗାପୂଜା ସମୟରେ ହାୱଡ଼ା-ଉଲୁବେରିଆ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ, ଆର.ଜି କର ହସ୍ପିଟାଲ ଘଟଣା ପ୍ରଭୃତି ପ୍ରସଙ୍ଗରେ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ ।
ଗତ ୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପାରମ୍ପରିକ ସିଟ୍ ଭବାନୀପୁର ଛାଡି ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ କୁହାଯାଉଥିବା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ । ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ଶୁଭେନ୍ଦୁ ଅଧିକାରୀ ସମଗ୍ର ଦେଶକୁ ଚକିତ କରି ଦେଇଥିଲେ । ଏହି ବିଜୟ ତାଙ୍କୁ ରାତାରାତି ପଶ୍ଚିମବଙ୍ଗ ବିଜେପିର ସବୁଠାରୁ ବଡ଼ ଚେହେରା ଭାବେ ପରିଚୟ ଦେଇଥିଲା । ଆଉ ୨୦୨୬ ନିର୍ବାଚନରେ ସେ ମମତାଙ୍କ ପାରମ୍ପାରିକ ଭବାନୀପୁର ଆସନରୁ ମଧ୍ୟ ପରାସ୍ତ କରି ବେଙ୍ଗଲରେ ନୂଆ ଇତିହାସ ଲେଖିଥିଲେ । ଆଉ ବେଙ୍ଗଲ ଦଖଲ ପରେ ବିଜେପି ଏବେ ମୁଖ୍ୟମନ୍ତ୍ରୀ ଭାବେ ନନ୍ଦୀଗ୍ରାମର ନାୟକ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ମୋହର ମାରିଛି ।
Kolkata | "I announce the name of Suvendu Adhikari elected as Leader of West Bengal BJP Legislative Party," says Union Home Minister Amit Shah, appointed as the Central Observer for the election of the legislative party leader in West Bengal pic.twitter.com/157ubIWG7g
— ANI (@ANI) May 8, 2026
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା ବିଜେପି । ଆଉ ବେଙ୍ଗଲରେ ଦଳର ଏହି ଲ୍ୟାଣ୍ଡ ସ୍ଲାଇଡ୍ ବିଜୟ ପରେ ଚର୍ଚ୍ଚାକୁ ଆସିଥିଲେ ପଶ୍ଚିମବଙ୍ଗ ବିଜେପିର ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ । ଯାହାଙ୍କୁ ଗତ ୨୦୨୧ ବିଧାନସଭା ନିର୍ବାଚନ ପରେ ଦଳ ବିରୋଧି ଦଳ ନେତା ଆସନରେ ବସାଇଥିଲା । ବିରୋଧି ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିସାରିବା ପରେ ଶୁଭେନ୍ଦୁ ଅଧିକାରୀ ଟିଏମସି ସରକାରକୁ ସନ୍ଦେଶଖାଲି, ଦୁର୍ଗାପୂଜା ସମୟରେ ହାୱଡ଼ା-ଉଲୁବେରିଆ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ, ଆର.ଜି କର ହସ୍ପିଟାଲ ଘଟଣା ପ୍ରଭୃତି ପ୍ରସଙ୍ଗରେ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ ।
#WATCH | Kolkata | "...I announce the name of Suvendu Adhikari elected as Leader of West Bengal BJP Legislative Party," says Union Home Minister Amit Shah, appointed as the Central Observer for the election of the legislative party leader in West Bengal. https://t.co/GOQaeWB0RD pic.twitter.com/w4gmyJ7mNH
— ANI (@ANI) May 8, 2026
ଗତ ୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପାରମ୍ପରିକ ସିଟ୍ ଭବାନୀପୁର ଛାଡି ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ କୁହାଯାଉଥିବା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ । ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ଶୁଭେନ୍ଦୁ ଅଧିକାରୀ ସମଗ୍ର ଦେଶକୁ ଚକିତ କରି ଦେଇଥିଲେ । ଏହି ବିଜୟ ତାଙ୍କୁ ରାତାରାତି ପଶ୍ଚିମବଙ୍ଗ ବିଜେପିର ସବୁଠାରୁ ବଡ଼ ଚେହେରା ଭାବେ ପରିଚୟ ଦେଇଥିଲା । ଆଉ ୨୦୨୬ ନିର୍ବାଚନରେ ସେ ମମତାଙ୍କ ପାରମ୍ପାରିକ ଭବାନୀପୁର ଆସନରୁ ମଧ୍ୟ ପରାସ୍ତ କରି ବେଙ୍ଗଲରେ ନୂଆ ଇତିହାସ ଲେଖିଥିଲେ । ଆଉ ବେଙ୍ଗଲ ଦଖଲ ପରେ ବିଜେପି ଏବେ ମୁଖ୍ୟମନ୍ତ୍ରୀ ଭାବେ ନନ୍ଦୀଗ୍ରାମର ନାୟକ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ମୋହର ମାରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories