UPI Exposes Killers / ଶୁଭେନ୍ଦୁ ଅଧିକାରୀ PA ହତ୍ୟା ମାମଲା; ୟୁପି-ବିହାରରୁ ହିଷ୍ଟ୍ରିସିଟର ସମେତ ୩ ଗିରଫ
·1 hour ago·2 min read

Key Points
ଚନ୍ଦ୍ରନାଥ ରଥ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା । ୩ ଜଣଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସର STF । ବିହାର ଓ ଉତ୍ତରପ୍ରଦେଶରୁ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି ।
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA) ଚନ୍ଦ୍ରନାଥ ରଥ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା । ୩ ଜଣଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସର STF । ଗିରଫଙ୍କ ମଧ୍ୟରେ ହିଷ୍ଟ୍ରିସିଟର ରହିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିହାର ଓ ଉତ୍ତରପ୍ରଦେଶରୁ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଯୋଗ୍ୟ, ମେ ୬ ତାରିଖ ରାତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥଙ୍କୁ ୨୪ ପ୍ରଗଣା ଜିଲ୍ଲାରେ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ପିଏ ନଥିଲେ, ଟାର୍ଗେଟରେ ଥିଲେ ଏହି ବ୍ୟକ୍ତି: ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ସତ...
ବକ୍ସରରୁ ଧରାପଡ଼ିଲା ହିଷ୍ଟ୍ରିସିଟର
ମିଳିଥିବା ସୂଚନା ଅନୁସାରେ, ଶୁଭେନ୍ଦୁ ଅଧିକାରୀଙ୍କ PA ଉପରକୁ ଗୁଳି ମାମଲାରେ ବିହାରର ବକ୍ସରରୁ ଗିରଫ ହୋଇଛି ହିଷ୍ଟ୍ରିସିଟର । ଗିରଫ ହିଷ୍ଟ୍ରିସିଟର ବିଶାଳ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି । ବିହାର ପୋଲିସ ସହଯୋଗରେ ପଶ୍ଚିମବଙ୍ଗ STF ବକ୍ସରର ମୁଫସିଲ୍ ଥାନା ପଟ୍ଟି ଗାଁରୁ ଶ୍ରୀବାସ୍ତବକୁ ଧରିଛି ।
ଶ୍ରୀବାସ୍ତବ ନାଁରେ ୧୫ରୁ ଅଧିକ ମାମଲା
ବିଶାଳ ଶ୍ରୀବାସ୍ତବ ନାଁରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି । ହତ୍ୟା, ଲୁଟ୍, ଡକାୟତି ଭଳି ସଙ୍ଗୀନ ମାମଲା ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥ ହତ୍ୟା ମାମଲାରେ ବିଶାଳ ଶ୍ରୀବାସ୍ତବ ଜଣେ ସନ୍ଦିଗ୍ଧ ।
ହତ୍ୟା ପରେ ଅଯୋଧ୍ୟାରେ ଲୁଚିଥିଲେ
ଚନ୍ଦ୍ରନାଥ ରଥଙ୍କୁ ହତ୍ୟାର ଅନ୍ୟ ୨ ଅଭିଯୁକ୍ତ ହେଉଛନ୍ତି ରାଜ ସିଂହ ଓ ମୟଙ୍କ । ରାଜ ସିଂହ ଘର ବଲିଆରେ ହୋଇଥିବା ବେଳେ ସେ ବକ୍ସରରେ ରହୁଥିଲା । ଗୁଳି କରି ଚନ୍ଦ୍ରନାଥ ରଥଙ୍କୁ ହତ୍ୟା ପରେ ରାଜ ସିଂହ ଅଯୋଧ୍ୟରେ ଯାଇ ଲୁଚିଥିଲା । କୋଲକାତା ଓ ଅଯୋଧ୍ୟା ପୋଲିସ ମିଳିତ ଅପରେସନ୍ରେ ରାଜ ସିଂହଙ୍କୁ ଗିରଫ କରିଛନ୍ତି ।
ଟୋଲ୍ ପ୍ଲାଜାରେ UPI ପେମେଣ୍ଚ
ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥଙ୍କ ହତ୍ୟା ପରେ ହତ୍ୟାକାରୀ ହାୱାଡ଼ାର ଟୋଲ୍ ପ୍ଲାଜା ଦେଇ ଅତିକ୍ରମ କରିଥିଲେ । ଆଉ ଟୋଲ୍ ଗେଟ୍ରେ ୟୁପିଆଇ ପେମେଣ୍ଟ କରିଥିଲେ । ଯେଉଁଥିରୁ ପୋଲିସକୁ ସୁରାକ୍ ମିଳିଥିଲା ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ହତ୍ୟାରେ ବ୍ୟବହୃତ କାର୍ ଗୁଳିକାଣ୍ଡର କିଛି ସମୟ ପୂର୍ବରୁ ବଲ୍ଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା । ୟୁପିଆଇ ମାଧ୍ୟମରେ ଟୋଲ୍ ଦେଇଥିଲେ । ୟୁପିଆଇ ପେମେଣ୍ଟରୁ ପୋଲିସ ସନ୍ଦିଗ୍ଧଙ୍କ ସହ ଜଡ଼ିତ ମୋବାଇଲ୍ ନମ୍ବ ପାଥିଲା । ଟୋଲ୍ ପ୍ଲାଜାର ସିସିଟିଭି ଫୁଟେଜ୍ରେ ଗାଡ଼ି ସହ ସେଥିରେ ଥିବା ୪ ଜଣଙ୍କ ଫଟୋ ମଧ୍ୟ ମିଳିଛି ।
ଏଥିସହ ପଢ଼ନ୍ତୁ: ଆସିଲା ଚନ୍ଦ୍ରନାଥ ମାଆଙ୍କ ପ୍ରତିକ୍ରିୟା; 'ଯଦି ମୋ ପୁଅ କୌଣସି ଦୁର୍ଘଟଣାରେ ମରିଥାନ୍ତା....
ଗୁଳିମାଡ଼ ପରେ କାର୍ ଛାଡ଼ି ପଳାଇଥିଲେ
ପୋଲିସ ଅନୁସାରେ, ଚନ୍ଦ୍ରନାଥ ରଥଙ୍କ କାର୍କୁ ତାଙ୍କ ଘର ନିକଟରେ ଏକ କାର୍ ଆସି ଅଟକାଇଥିଲା । ଯାହାପରେ ବାଇକ୍ରେ ଥିବା ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିଥିଲେ । ଗୁଳିମାଡ଼ ପରେ ଆତତାୟୀ କାର୍ ଛାଡ଼ି ଏକ ଲାଲ୍ ରଙ୍ଗର କାର ଓ ବାଇକ୍ରେ ଫେରାର୍ ହୋଇ ଯାଇଥିଲେ । ଗୁଳିକାଣ୍ଡରେ ବ୍ୟବହୃତ ବାଇକ୍କୁ ଘଟଣାସ୍ଥଳରୁ ୬ କିଲୋମିଟର ଦୂରରୁ ଜବତ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories