Suvendu Adhikari Terror Threat / ପାକ୍ ଆତଙ୍କୀଙ୍କ ହିଟ୍ ଲିଷ୍ଟରେ ଶୁଭେନ୍ଦୁ ଅଧିକାରୀ ? STFର ବଡ଼ ଖୁଲାସା !
·1 month ago·2 min read

Key Points
STFର ତଦନ୍ତରେ ବଡ଼ ଦାବି
ପାକ୍ ଆତଙ୍କୀଙ୍କ ଟାର୍ଗେଟରେ ଶୁଭେନ୍ଦୁ ଅଧିକାରୀ ?
ଜନ୍ତର-ମନ୍ତର ପ୍ରତିବାଦ ପଛରେ ବଡ଼ ଖୁଲାସା!

ଗୋଟିଏ ସନ୍ଦିଗ୍ଧ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍...ଆଉ ତା'ପରେ ଖୋଲିଗଲା ପାକିସ୍ତାନ ସହ ଯୋଡ଼ା ଥିବା କଥିତ ଆତଙ୍କୀ ନେଟୱର୍କର ପରଦା । ପଶ୍ଚିମବଙ୍ଗ ସ୍ପେଶାଲ୍ ଟାସ୍କ ଫୋର୍ସ ବା STF ଦାବି କରିଛି ଯେ, ସେମାନେ ଏକ ବଡ଼ ସନ୍ଦିଗ୍ଧ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି । ଏହି ମାମଲାରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।
ପଶ୍ଚିମବଙ୍ଗ STFର ଆଇଜି ଗୌରବ ଶର୍ମାଙ୍କ କହିବା ଅନୁସାରେ, ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ହେଲେ ବର୍ଦ୍ଧମାନର ବାସିନ୍ଦା ହମିମ ମଣ୍ଡଳ ଏବଂ ଝାଡ଼ଖଣ୍ଡର ସାହିବଗଞ୍ଜର ବାସିନ୍ଦା ଅର୍ପିତା ସରକାର । STFର ଦାବି ଅନୁଯାୟୀ, ଏହି ଦୁଇ ଜଣଙ୍କର ସମ୍ପର୍କ ପାକିସ୍ତାନରେ ଥିବା କିଛି ସନ୍ଦିଗ୍ଧ ହ୍ୟାଣ୍ଡଲରଙ୍କ ସହ ଥିଲା ।
ସେ ଆହୁରି କହିଛନ୍ତି ଯେ ହାଓ୍ବଡ଼ାର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପୁଅକୁ ଅପହରଣ କରାଯାଇଥିଲା ଏବଂ ତାଙ୍କଠାରୁ ଟଙ୍କା ଦାବି କରାଯାଇଥିଲା । ତଦନ୍ତ ସମୟରେ ପୋଲିସ ଝାଡ଼ଖଣ୍ଡର ସାହିବଗଞ୍ଜରୁ ପରିଚାଳିତ ହେଉଥିବା ଏକ ସନ୍ଦିଗ୍ଧ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ର ସନ୍ଧାନ ପାଇଥିଲା । ଏହାର ତଦନ୍ତ ଆଗକୁ ବଢ଼ିବା ପରେ ବର୍ଦ୍ଧମାନର ହମିମ ମଣ୍ଡଳଙ୍କ ନାମ ସାମ୍ନାକୁ ଆସିଥିଲା ।
ପୋଲିସର ଦାବି ଅନୁଯାୟୀ, ହମିମଙ୍କ ଡିଜିଟାଲ୍ ଫୁଟପ୍ରିଣ୍ଟ, ହ୍ୱାଟସଆପ୍ ଏବଂ ଟେଲିଗ୍ରାମ ଚାଟ୍ ଯାଞ୍ଚରେ ଜଣାପଡ଼ିଥିଲା ଯେ ସେ ପାକିସ୍ତାନରୁ ପରିଚାଳିତ ହେଉଥିବା କିଛି ସନ୍ଦିଗ୍ଧ ଆକାଉଣ୍ଟ ସହ ନିୟମିତ ଯୋଗାଯୋଗରେ ଥିଲେ ।
ଆଇଜି ଗୌରବ ଶର୍ମାଙ୍କ କହିବା ଅନୁସାରେ, ପାକିସ୍ତାନରେ ଥିବା କଥିତ ଆତଙ୍କୀ ହ୍ୟାଣ୍ଡଲରମାନେ ହମିମଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏବଂ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ଦୁର୍ବଳତା ଥିଲେ ତାହା ଜାଣିବାକୁ ନିର୍ଦ୍ଦେଶ ଦେଉଥିଲେ ବୋଲି STF ଦାବି କରିଛି ।
ଏହା ସହିତ, ତଦନ୍ତକାରୀ ସଂସ୍ଥାର ଦାବି ଅନୁଯାୟୀ, ହମିମ ଓ ଅର୍ପିତଙ୍କୁ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ପ୍ରତିବାଦ ପ୍ରଦର୍ଶନ ସମୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ମଧ୍ୟ କୁହାଯାଇଥିଲା । ସେଥିପାଇଁ ହମିମଙ୍କୁ ଦିଲ୍ଲୀ ପୋଲିସର ୟୁନିଫର୍ମର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମିଳିଥିବା କୁହାଯାଇଛି, ଯାହାଦ୍ୱାରା ସେ ସହଜରେ ଭିଡ଼ ଭିତରେ ପ୍ରବେଶ କରିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ STF ଉଭୟ ସନ୍ଦିଗ୍ଧଙ୍କୁ ରିମାଣ୍ଡରେ ନେଇ ଏହି କଥିତ ନେଟୱର୍କରେ ଆଉ କେଉଁମାନେ ସାମିଲ ଥିଲେ, ସେମାନଙ୍କୁ କୌଣସି ଅସ୍ତ୍ର କିମ୍ବା ଆର୍ଥିକ ସହାୟତା ମିଳିଥିଲା କି ନାହିଁ ଏବଂ ଏହାର ସମ୍ପୂର୍ଣ୍ଣ ନେଟୱର୍କ କିପରି କାମ କରୁଥିଲା, ସେନେଇ ତଦନ୍ତ ଜାରି ରଖିଛି ।
Related Topics
Explore more stories