Suvendu Adhikari Political Journey / ୧୯୯୫ରେ କାଉନସିଲର…୨୦୨୬ରେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପୂରା କାହାଣୀ
·14 hours ago·3 min read

Key Points
ନନ୍ଦୀଗ୍ରାମର ନାୟକ ଏବେ ବେଙ୍ଗଲର CM
୧୯୯୫ରେ କାଉନସିଲର… ୨୦୨୬ରେ ମୁଖ୍ୟମନ୍ତ୍ରୀ
ଜାଣନ୍ତୁ ଶୁଭେନ୍ଦୁଙ୍କ ପୁରା ଜୀବନୀ
୧୯୯୫ରେ କାଉନସିଲର… ୨୦୨୬ରେ ମୁଖ୍ୟମନ୍ତ୍ରୀ
ଜାଣନ୍ତୁ ଶୁଭେନ୍ଦୁଙ୍କ ପୁରା ଜୀବନୀ
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ବାଜିଛି ମୋହର । ଶନିବାର ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ମମତା ବାନାର୍ଜୀଙ୍କ ୧୫ ବର୍ଷର ପୁରୁଣା ଦୁର୍ଗ ଭୁଶୁଡ଼ି ପଡ଼ିଛି ।
ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା ସହିତ ଅନେକ ପରିଚିତ ଥାଇପାରନ୍ତି, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଏପର୍ଯ୍ୟନ୍ତ ଅନେକଙ୍କୁ ଅଜଣା । ଆସନ୍ତୁ ଜାଣିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ...
୧୯୭୦ ମସିହାରେ ପୂର୍ବ ମେଦିନୀପୁରରେ ଜନ୍ମଗ୍ରହଣ କରିଥିଲେ
ଶୁଭେନ୍ଦୁ ଅଧିକାରୀ ଡିସେମ୍ବର ୧୫, ୧୯୭୦ ମସିହାରେ ପୂର୍ବ ମେଦିନୀପୁରର କାନ୍ଥୀରେ ଏକ ଧନୀ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ରାଜନୀତିରେ ସକ୍ରିୟ ରହିଥିଲେ । ଶିଶିର ଅଧିକାରୀ ପ୍ରଥମେ ୨୦୦୯ ମସିହାରେ ୧୫ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ, ତା’ପରେ ୨୦୧୪ ମସିହାରେ ୧୬ତମ ଲୋକସଭାକୁ ଏବଂ ୨୦୧୯ ମସିହାରେ ୧୭ତମ ଲୋକସଭାକୁ ପୁନଃନିର୍ବାଚିତ ହୋଇଥିଲେ ।
ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ଏବଂ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ବିଭାଗର ସ୍ଥାୟୀ ସଂସଦୀୟ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।
ରାଜନୀତିର ଜଟିଳତା ତାଙ୍କ ପରିବାର ଭିତରେ ଶିଖିଥିଲେ
ଶୁଭେନ୍ଦୁ ଅଧିକାରୀ ତାଙ୍କ ପରିବାର ଭିତରେ ରାଜନୀତିର ମୌଳିକ ଶିକ୍ଷା ପାଇଥିଲେ । ସେ ୧୯୮୯ ମସିହାରେ କଂଗ୍ରେସ ଛାତ୍ର ପରିଷଦ ମାଧ୍ୟମରେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ସେହି ସମୟରେ ବାମପନ୍ଥୀ ଛାତ୍ର ସଂଗଠନଗୁଡ଼ିକ ବଙ୍ଗଳାରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ନିଜକୁ ବିରୋଧୀ ଛାତ୍ର ନେତା ଭାବରେ ପ୍ରତିଷ୍ଠିତ କରିବା ତାଙ୍କ ସଂଘର୍ଷ ଏବଂ ନେତୃତ୍ୱ କ୍ଷମତାର ପ୍ରଥମ ପ୍ରମୁଖ ପ୍ରମାଣ ଥିଲା ।
ଶୁଭେନ୍ଦୁ ଅବିବାହିତ, ତାଙ୍କ ଭାଇ ମଧ୍ୟ ବିଜେପିରେ ଅଛନ୍ତି
ଶୁଭେନ୍ଦୁ ଅବିବାହିତ । ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ଅଛନ୍ତି। ତାଙ୍କ ଭାଇମାନଙ୍କ ମଧ୍ୟରୁ ଜଣେ ଦିବ୍ୟେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ (ଟିଏମସି)ରୁ ସାଂସଦ ଥିଲେ ।
୧୯୯୫ ମସିହାରେ କାନ୍ଥୀ ପୌରପାଳିକାରେ କାଉନସିଲର ଭାବରେ ନିର୍ବାଚିତ ହୋଇ ଆନୁଷ୍ଠାନିକ ଭାବରେ ନିର୍ବାଚନୀ ଯାତ୍ରା ଆରମ୍ଭ କରିଥିଲେ । କଂଗ୍ରେସରୁ ସେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୬ ମସିହାରେ ଶୁଭେନ୍ଦୁ ଅଧିକାରୀ କାନ୍ଥୀ ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ସେ କାନ୍ଥୀ ପୌରପାଳିକାର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।
୨୦୦୭ ମସିହାରେ ଅଧିକାରୀ ନନ୍ଦିଗ୍ରାମରେ ଭୂମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେ ଭୂମି ଉଚ୍ଛେଦ ପ୍ରତିରୋଧ କମିଟିର ନେତୃତ୍ୱ ନେଇଥିଲେ । ପଶ୍ଚିମବଙ୍ଗରେ ସେ ସମୟର ଶାସକ ଦଳ ବାମ ମୋର୍ଚ୍ଚା ସରକାର ଏକ ସ୍ପେଶାଲ ଇକୋନୋମିକ୍ ଜୋନ୍ କରିବା ପାଇଁ ଗାଁରେ ୧୦,୦୦୦ ଏକର ଜମି ଅଧିଗ୍ରହଣ କରିବାକୁ ଯୋଜନା କରିଥିଲେ । ଆଉ ଏହି ଆନ୍ଦୋଳନ ହିଁ ମମତା ବାନାର୍ଜୀଙ୍କୁ ବେଙ୍ଗଲ ରାଜନୀତିର କେନ୍ଦ୍ରସ୍ଥଳକୁ ନେଇଯାଇଥିଲା ।
ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସଫଳତା ପରେ ୨୦୦୯ ମସିହାରେ ସେ ତମଲୁକ ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଲକ୍ଷ୍ମଣ ସେଠଙ୍କୁ ପ୍ରାୟ ୧୭୩,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।
୨୦୧୬ ମସିହାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରଙ୍କୁ ନନ୍ଦୀଗ୍ରାମ ନିର୍ବାଚନମଣ୍ଡଳୀରେ ବାମ ମୋର୍ଚ୍ଚା - ଭାରତୀୟ ଜାତୀୟ କଂଗ୍ରେସ ମେଣ୍ଟର ଅବଦୁଲ କାଦିର ଶେଖଙ୍କ ବିପକ୍ଷରେ ଲଢ଼ିଥିଲେ ଆଉ ବିଜୟଲାଭ ମଧ୍ୟ କରିଥିଲେ । ଏହା ପରେ ସେ ୨୭ ମେ' ୨୦୧୬ରେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ପରିବହନ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।
୨୦୧୬ ବିଧାନସଭା ନିର୍ବାଚନ ପରେ କେତେକ ଘଟଣାକୁ ନେଇ ଟିଏମସି ସରକାର ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା । ହେଲେ ୨୦୧୯ ଲୋକସଭା ନିର୍ବାଚନ ପରେ ନାଟକୀୟ ଢଙ୍ଗରେ ରାଜ୍ୟର ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ପ୍ରଦର୍ଶନ ଟିଏମସି ନିଦ ଉଡ଼ାଇ ଦେଇଥିଲା । ଏହି ନିର୍ବାଚନ ପରେ ଦଳୀୟ ସଙ୍ଗଠନରେ ମମତା ବାନାର୍ଜୀଙ୍କ ପୁତୁରା ଭଣଜା ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିଲା । ସେତେବଳେ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ତୃଣମୂଳ ସ୍ତରର ନେତା ଅନୁଭବ କରିବାକୁ ଲାଗିଲେ ଯେ ଦଳରେ କର୍ପୋରେଟ୍ ଶୈଳୀର ହସ୍ତକ୍ଷେପ ତାଙ୍କ ଭଳି ଦଳର ପୁରୁଖା ଚେହେରାକୁ ଅବହେଳିତ କରୁଛି। ଏହାକୁ ନେଇ ଆସନ୍ତୋଷ ତେଜିବାରେ ଲାଗିଥିଲା ।
ଶେଷରେ ୨୦୨୦ ନଭେମ୍ବରରେ ସେ ମମତା ବାନାର୍ଜୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଟିଏମସି ପାଖରୁ ଅଲଗା ହୋଇ ଯାଇଥିଲେ। ଶେଷରେ ୨୦୨୦ ଡିସେମ୍ବରରେ ଶୁଭେନ୍ଦୁ ଅଧିକାରୀ ଉଭୟ ଦଳ (ଟିଏମସି) ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ୨୦୨୦ ଡିସେମ୍ବର ୧୯ ତାରିଖରେ, ସେ ମେଦିନୀପୁର ଛାରେ ଅମିତ ଶାହଙ୍କ ରାଲିରେ ଆନୁଷ୍ଠାନିକ ଭାବେ ବିଜେପି ହାତ ଧରିଥିଲେ । ଏହାପରେ ସେ ୨୦୨୧ ନିର୍ବାଚନ ପରେ ବିଜେପି ତାଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରିଥିଲା । ଆଉ ଏବେ ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ବିଜେପି ମୋହର ମାରିଛି ।

ଅଧିକ ପଢ଼ନ୍ତୁ: ଗାଡ଼ି ନାହିଁ, ସୁନା ନାହିଁ…ଜାଣନ୍ତୁ ବେଙ୍ଗଲର ନୂଆ CM ଶୁଭେନ୍ଦୁ ଅଧିକାରୀଙ୍କର କେତେ ରହିଛି ସମ୍ପତ୍ତି....

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories