Videos
|
National

 ତାମିଲ ବାବୁ ଓଡ଼ିଶାକୁ ଲୁଟ୍‌ କରୁଛନ୍ତି : ସ୍ମୃତି

Manini Pattanayak
Browse all articles by Manini Pattanayak
·2 years ago·1 min read
 ତାମିଲ ବାବୁ ଓଡ଼ିଶାକୁ ଲୁଟ୍‌ କରୁଛନ୍ତି : ସ୍ମୃତି

ଭୁବନେଶ୍ୱର: ପ୍ରଚାର ମଇଦାନରେ ସ୍ମୃତି ଇରାନୀ।  କୁଜଙ୍ଗର ବିଜେପି ସଙ୍କଳ୍ପ ସମାବେଶରେ  ଅଭିଭାଷଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।  ଭାଷଣ ଦେଉ ଦେଉ ବିଜେଡି ସରକାର ଉପରେ ବର୍ଷିଲେ ସ୍ମୃତି ଇରାନୀ।  କହିଲେ ବିଜେଡି ଓଡ଼ିଶାକୁ ଦେଇଛି  ବାଲି ମାଫିଆ, ଖଣି ମାଫିଆ ପରି ଅନେକ ମାଫିଆ।  ବିଜେପି  ଆସିଲେ  ଏହି ମାଫିଆମାନଙ୍କୁ ଛଡାଯିବନି।

  ତାମିଲ  ବାବୁ  ଓଡ଼ିଶାକୁ ଲୁଟ୍‌ କରୁଛନ୍ତି।  ରିମୋଟ ଧରି  ତାମିଲ ବାବୁ  ଓଡ଼ିଶାକୁ  ଲୁଟ୍‌ କରିଚାଲିଛନ୍ତି। ଏଠି ୨୪ ଘଣ୍ଟା  ଅନ୍ୟାୟ, ଅନୀତି  ଚାଲିଛି। ଅଧର୍ମର  ପରାଜୟ ହେବ ବୋଲି କହି  ଜଗତସିଂପୁରର କୁଜଙ୍ଗ ସଭାରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରୀାନୀ। 

 କୁଜଙ୍ଗ ସଭାପରେ  କେନ୍ଦ୍ରାପଡ଼ାର ଆଳି, ଏବଂ ବାଲେଶ୍ଵରର ରେମୁଣାରେ ସାଧାରଣ ସଭାରେ ଯୋଗ ଦେବେ  କେନ୍ଦ୍ର ମନ୍ତ୍ରୀ  ସ୍ମୃତି ଇରାନୀ। ସୁଭଦ୍ରା ଯୋଜନା ବିଷୟରେ ଓଡ଼ିଶାର ମାଆ ମାନଙ୍କୁ ଅବଗତ କରାଇବେ ସ୍ମୃତି ଇରାନୀ।  ତେବେ ଏହା ପୂର୍ବରୁ ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ପ୍ରଚାର କରୁଛନ୍ତି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tamil babu are looting Odisha: Smruti irani | Argus News