Stampede in Tamilnadu / ତାମିଲନାଡୁ ଦଳାଚକଟା , ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଘୋଷଣା

Key Points
ତାମିଲନାଡୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ 10 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି। ଏହା ସହିତ ଘଟଣାର ତଦନ୍ତ ଲାଗି ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ ଅରୁଣା ଜଗଦିଶାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ସେପଟେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ସବିଶେଷ ରିପୋର୍ଟ ଦେବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ତାମିଲନାଡୁ କରୁରରେ ହୋଇଥିବା ଦଳାଚକଟାରେ ୩୮ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ 10 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି। ଏହା ସହିତ ଘଟଣାର ତଦନ୍ତ ଲାଗି ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ ଅରୁଣା ଜଗଦିଶାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ସେପଟେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ସବିଶେଷ ରିପୋର୍ଟ ଦେବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗତକାଲି TVK ମୁଖ୍ୟ ବିଜୟଙ୍କ ରାଲିରେ ଅସମ୍ଭାଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ବିଜୟ ଶନିବାର କରୁରରେ ପ୍ରଚାର କରିଥିଲେ । ରାଲି ସମୟରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ବିଜୟଙ୍କ ଭାଷଣ ଶୁଣିବା ପାଇଁ ଭିଡ଼ ଜମା ହେବା ସମୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା । ଅନେକ ଟିଭିକେ କର୍ମୀ ଏବଂ ଜନସାଧାରଣ ଜଣକ ପରେ ଜଣେ ଚେତାଶୂନ୍ୟ ହୋଇ ପଡିଥିଲେ ।
- ଅଧିକ ପଢନ୍ତୁ : ତାମିଲ୍ ଅଭିନେତା ବିଜୟଙ୍କ ରାଲି ଦଳଚକାଟା, ୩୧ ମୃତ !
ପରେ ଚେତାଶୂନ୍ୟ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ କରୁର ହସ୍ପିଟାଲକୁ ନିଆଯାଇଥିଲା। ତେବେ ଘଟଣାରେ ଏପର୍ଯ୍ୟନ୍ତ ୩୮ରୁ ଅଧିକ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ରହିଛନ୍ତି । ତେବେ ଏହି ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି ।
இதயம் நொறுங்கிப் போய் இருக்கிறேன்; தாங்க முடியாத, வார்த்தைகளால் சொல்ல முடியாத வேதனையிலும் துயரத்திலும் உழன்று கொண்டிருக்கிறேன்.
கரூரில் உயிரிழந்த எனதருமை சகோதர சகோதரிகளின் குடும்பங்களுக்கு என் ஆழ்ந்த அனுதாபங்களையும், இரங்கலையும் தெரிவித்துக்கொள்கிறேன். மருத்துவமனையில் சிகிச்சை…
📱 Get Argus News App
✨ତେବେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଅଭିନେତା ବିଜୟ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବିଜୟ ଲେଖିଛନ୍ତି ଯେ, "ମୋ ହୃଦୟ ଭାଙ୍ଗି ଯାଇଛି, ମୁଁ ଏକ ଅସହ୍ୟ, ଅବର୍ଣ୍ଣନୀୟ ଯନ୍ତ୍ରଣା ଏବଂ ଦୁଃଖରେ ଅଛି ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । କରୁରରେ ପ୍ରାଣ ହରାଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ।" ହସ୍ପିଟାଲରେ ଚିକିତ୍ସାଧୀନ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ସମସ୍ତ ଆହତ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।
Anguished to know about the tragic loss of lives in a stampede-like unfortunate incident in Karur district of Tamil Nadu. I extend my deepest condolences to the bereaved family members and pray for early recovery of those injured.
— President of India (@rashtrapatibhvn) September 27, 2025
ସେହିପରି ଦୁଃଖପ୍ରକାଶ କରି 'X'ରେ ନିଜ ପ୍ରତିକ୍ରିୟା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ରାଷ୍ଟ୍ରପତି ଲେଖିଛନ୍ତି, ଏଭଳି ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ଜାଣି ଦୁଃଖିତ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖପ୍ରକାଶ କରିଥିଲେ ।