Stampede in Tamilnadu / ତାମିଲ୍ ଅଭିନେତା ବିଜୟଙ୍କ ରାଲି ଦଳଚକାଟା, ୩୧ ମୃତ !

Key Points
ତାମିଲନାଡୁ କରୁରରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା । ୩୧ ମୃତ୍ୟୁ ଆଶଙ୍କା । ୩ ଶିଶୁଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି।
ତାମିଲନାଡୁର କରୁରରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା । କରୁରରେ TVKରେ ରାଲି ଚାଲିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ପ୍ରାୟ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତକଙ୍କ ଭିତରେ ଅନେକ ମହିଳା ଅଛନ୍ତି। ସେପଟେ ୩ ଜଣ ଶିଶୁଙ୍କ ସହ ୩୦ରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଆଗକୁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ପୋଲିସ୍ ଡିଜିଙ୍କ ବଡ଼ ଖୁଲାସା, ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ ସୋନମ ଓ୍ବାଙ୍ଗଚକ୍
ତାମିଲ ଅଭିନେତା ବିଜୟ ଗଠନ କରିଛନ୍ତି ତାମିଲଗା ଭେଟ୍ରି କଝଗମ୍ ଦଳ । ତାମିଲନାଡୁର କରୁରରେ ଏକ ନିର୍ବାଚନୀ ରାଲି ସମୟରେ ଦଳାଚକଟା ଘଟିଥିଲା । ତାମିଲ ଫିଲ୍ମ ସୁପରଷ୍ଟାର ଏବଂ ଟିଭିକେ ନେତା ବିଜୟ ଶନିବାର କରୁରରେ ପ୍ରଚାର କରିଥିଲେ । ରାଲି ସମୟରେ ହଜାର ହଜାର ଲୋକ ଏକାଠି ହୋଇଥିଲେ ।
#WATCH | Karur stampede: Former Tamil Nadu Minister and DMK leader V Senthil Balaji arrived at Government Medical College and Hospital, Karur
— ANI (@ANI) September 27, 202
He said, "Till now, 31 people have died in the stampede and 58 people have been admitted. After the stampede incident, the CM immediately… pic.twitter.com/kxMmMEGLeS
📱 Get Argus News App
✨ବିଜୟଙ୍କ ଭାଷଣ ଶୁଣିବା ପାଇଁ ଭିଡ଼ ଜମା ହେବା ସମୟରେ ଅନେକ ଟିଭିକେ କର୍ମୀ ଏବଂ ଜନସାଧାରଣ ଜଣକ ପରେ ଜଣେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ଚେତାଶୂନ୍ୟ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ କରୁର ହସ୍ପିଟାଲକୁ ନିଆଯାଇଥିଲା। କରୁରକୁ ଡିଏମକେର ଗଡ଼ ବୋଲି ବିବେଚନା କରାଯାଏ, ତେଣୁ ବିଜୟଙ୍କ ଅଭିଯାନ ଯଥେଷ୍ଟ ଧ୍ୟାନ ଆକର୍ଷଣ କରିଥିଲା । ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
The unfortunate incident during a political rally in Karur, Tamil Nadu, is deeply saddening. My thoughts are with the families who have lost their loved ones. Wishing strength to them in this difficult time. Praying for a swift recovery to all those injured.
— Narendra Modi (@narendramodi) September 27, 2025
ସେପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । PM ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, "ତାମିଲନାଡୁର କରୁରରେ ଏକ ରାଜନୈତିକ ରାଲି ସମୟରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ଦୁଃଖଦ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ସହିତ ମୋର ସମବେଦନା । ଏହି କଷ୍ଟକର ସମୟରେ ମୁଁ ସେମାନଙ୍କୁ ଶକ୍ତି ପ୍ରଦାନ ପାଇଁ କାମନା କରୁଛି । ଆହତ ସମସ୍ତ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।"