Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Tamil Nadu Gas Leak Issue / ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡ଼ିଶା ଶ୍ରମିକଙ୍କ ସହାୟତା ପାଇଁ ଚେନ୍ନାଇରେ ପହଞ୍ଚିଲେ ଓଡ଼ିଶା ଟିମ୍

Bikash Mohanty
Browse all articles by Bikash Mohanty
·3 weeks ago·2 min read
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା:  ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡ଼ିଶା ଶ୍ରମିକଙ୍କ ସହାୟତା ପାଇଁ ଚେନ୍ନାଇରେ ପହଞ୍ଚିଲେ ଓଡ଼ିଶା ଟିମ୍
Dharmendra Pradhan

Key Points

ତାମିଲନାଡୁ ଗ୍ୟାସ୍‌ ଲିକ୍‌ ଘଟଣା
ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ଶ୍ରମିକଙ୍କ ସହାୟତା ପାଇଁ ଚେନ୍ନାଇରେ ପହଞ୍ଚିଲା ଓଡ଼ିଶା ଟିମ୍
ଦୁଇ ମୃତକ କେନ୍ଦୁଝର ତେଲକୋଇର ହୋଇଥିବା ସୂଚନା
ଭୁବନେଶ୍ବର,୨୨/୦୬: ତାମିଲନାଡୁର ତିରୁଭଲ୍ଲୁର ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଦୁଃଖିତ ଓ ମର୍ମାହତ ଲେଖିବା ସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଲେଖିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଚେନ୍ନାଇରେ ପହଞ୍ଚିଲେ ଓଡ଼ିଶା ଟିମ୍। ଶ୍ରମ ଏବଂ ESI ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲାଙ୍କ ନେତୃତ୍ୱରେ ଯାଇଛି ଟିମ୍। ଆଜି ମୃତ ଓଡ଼ିଆ ଶ୍ରମିକଙ୍କ ପୋଷ୍ଟମର୍ଟମ ହେବ। ଓଡ଼ିଶା ଟିମ୍ ତିରୁଭଲ୍ଲୁରରେ ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବେ। ଓଡ଼ିଶା ଟିମ୍ ର ଜଣେ ସଦସ୍ୟ ଏମ୍.ଏମ୍ ପାଇକ ଶ୍ରମ ଯୁଗ୍ମ କମିଶନର ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ଚେନ୍ନାଇରେ ରହିବେ। ରାଜେଶ ଅଗ୍ରୱାଲା ଏବଂ ବିବି ଆଚାର୍ଯ୍ୟ ଚେନ୍ନାଇରେ ପହଞ୍ଚିବା ପରେ ତିରୁଭଲ୍ଲୁର ଯିବେ। ସେଠାରେ ଭର୍ତ୍ତି ହୋଇଥିବା ଆହତ ଶ୍ରମିକମାନଙ୍କର ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ବାକି ୧୩୦ ଶ୍ରମିକଙ୍କୁ ନିକଟସ୍ଥ ଏକ ମଣ୍ଡପରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି।


ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଆ ଶ୍ରମିକଙ୍କ ଯେପରି ଉପଯୁକ୍ତ ଚିକିତ୍ସା ହୋଇ ପାରିବ ଏବଂ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳିପାରିବ, ସେ ବିଷୟରେ ଆଲୋଚନା କରିଛନ୍ତି । ସେଠାରେ ଓଡ଼ିଆ ଶ୍ରମିକ ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି।

ପଢନ୍ତୁ ଏହି ଖବର: ତାମିଲନାଡ଼ୁ ଗ୍ୟାସ୍‌ ଲିକ୍‌ ମୃତକଙ୍କ ମଧ୍ୟରେ ୨ ଓଡ଼ିଆ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସୂଚନାନୁଯାୟୀ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡ୍ ର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଓଡ଼ିଆ ମହିଳା ଅଛନ୍ତି। ମୃତକମାନେ ହେଲେ ଜୁମାନୀ ଜୁଆଙ୍ଗ ଓ ମାଳତୀ। ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ମୃତାହତଙ୍କୁ ଉଦ୍ଧାର କରାଯାଇଛି।..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tamil Nadu Gas Leak: Dharmendra Pradhan Condoles, Odisha Team Reaches Chennai to Assist Workers | Argus News