Toxic Gas Leak / ତାମିଲନାଡ଼ୁ ଗ୍ୟାସ୍ ଲିକ୍ ମୃତକଙ୍କ ମଧ୍ୟରେ ୨ ଓଡ଼ିଆ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
·2 hours ago·2 min read

Key Points
ତାମିଲନାଡ଼ୁ ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ମୃତକଙ୍କ ମଧ୍ୟରେ ୨ ଓଡ଼ିଆ ଅଛନ୍ତି । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୭ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ୬୫ରୁ ଅଧିକ ଅସୁସ୍ଥ ଅଛନ୍ତି ।
ଭୁବନେଶ୍ଵର: ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲା ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ମୃତକଙ୍କ ମଧ୍ୟରେ ୨ ଓଡ଼ିଆ ଅଛନ୍ତି । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୭ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ୬୫ରୁ ଅଧିକ ଅସୁସ୍ଥ ଅଛନ୍ତି ।
ପ୍ରାଣ ହରାଇଥିବା ୨ ମହିଳା ହେଲେ ଜୁମାଣି ଜୁଆଙ୍ଗ (୧୯) ଓ ମାଳତୀ । ମାଳତୀ ତାଙ୍କ ଭାଇ ବୀରଙ୍କ ସହ ଉକ୍ତ ସି-ଫୁଡ୍ ଫ୍ୟାକ୍ଟ୍ରିରେ କାମ କରୁଥିଲେ ବୋଲି ଜଣାପଡ଼ିଛି । ଏହି ଅଘଟଣାରେ ଏକାଧିକ ଓଡ଼ିଆ ଶ୍ରମିକ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍; କାରଖାନାରେ ଥିଲେ ୬୫ରୁ ଅଧିକ ଶ୍ରମିକ, ୭ ମୃତ
ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।
ସେଠାରେ ଯେପରି ଓଡ଼ିଆ ଶ୍ରମିକ ମାନଙ୍କ ଉପଯୁକ୍ତ ଚିକିତ୍ସା ସେବା ମିଳିବ ସେ ନେଇ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଓଡ଼ିଆ ଶ୍ରମିକଙ୍କୁ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳିବା ନେଇ ଆଲୋଚନା କରିଛନ୍ତି ।
ସେଠାରେ ତୁରନ୍ତ ସମନ୍ଵୟ ରକ୍ଷା କରିବା ସହ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଭୁଶୁଡ଼ିଲା ହନୁମାନ ମନ୍ଦିର ଛାତ; ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା
ରବିବାର ଅପରାହ୍ଣରେ ପୋରିୟାପାଲୟମ୍ ନିକଟ କନ୍ନିଗାପେର୍ ଗାଁ ନିକଟରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ପ୍ରୋସେସିଂ ଆଣ୍ଡ୍ ଏକ୍ସପୋର୍ଟ କମ୍ପାନୀର ଗ୍ୟାସ୍ ଲିକ୍ ହୋଇଥିଲା । ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ୩ ଜଣିଆ କମିଟି ଗଠନ କରିଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ୩୦ ଜଣିଆ NDRF ଟିମ୍ ନିୟୋଜିତ ହୋଇଛନ୍ତି । ଏବେ ୱେଲ୍ସ ହସ୍ପିଟାଲରେ ୪୬ ଜଣ ଓ ଭେଙ୍କଟେଶ୍ୱର ହସ୍ପିଟାଲରେ ୨୧ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories