Tamil Nadu Jailbreak / ତାମିଲନାଡୁ ଜେଲ୍ରୁ ୧୭ କଏଦୀ ଫେରାର, ରାତି ଅନ୍ଧାରରେ କର୍ମଚାରୀଙ୍କୁ ଆକ୍ରମଣ କରି ପଳାଇଲେ
·1 hour ago·2 min read

Key Points
ରାତିରେ ଜେଲ୍ରେ ବଡ଼ କାଣ୍ଡ
ରାତି ଅଧରେ ୧୭ କଏଦୀ ଫେରାର
କର୍ମଚାରୀଙ୍କୁ ମାଡ଼ ମାରି ଫେରାର ହୋଇଗଲେ
ରାତି ଅଧରେ ୧୭ କଏଦୀ ଫେରାର
କର୍ମଚାରୀଙ୍କୁ ମାଡ଼ ମାରି ଫେରାର ହୋଇଗଲେ
ତାମିଲନାଡୁରେ ବଡ଼ ଜେଲ୍ ବ୍ରେକ୍ ଘଟଣା । ଏକାସାଙ୍ଗରେ ଜେଲରୁ ଚମ୍ପଟ ମାରିଲେ ୧୭ କଏଦୀ । ଥେନି ଜେଲ୍ରୁ ୧୭ ଜଣ କଏଦୀ ଫେରାର ହୋଇଯାଇଥିବା ଖବର ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ କରି କଏଦୀମାନେ ଫେରାର ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଫେରାର କଏଦୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ।
କଏଦୀମାନେ ଫେରାର ହେବା ପରେ ପଡ଼ୋଶୀ ଡିଣ୍ଡିଗୁଲ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଠାରେ ୧୬ଟି ସ୍ଥାନରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି । ଏଥିସହ ଆଖପାଖ ଜିଲ୍ଲାର ପୋଲିସକୁ ସତର୍କ ରଖାଯାଇଛି ।
ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର
ପୋଲିସର ସୂଚନା ଅନୁସାରେ, ସମସ୍ତ ୧୭ ଜଣ କଏଦୀ ଗୋଟିଏ ସେଲ୍ରେ ବନ୍ଦ ଥିଲେ । ଜଣେ କଏଦୀଙ୍କ ଦେହ ଖରାପ ଥିବା ସୂଚନା ପାଇ ଜେଲ୍ କର୍ମଚାରୀମାନେ ସେଲ୍ ନିକଟକୁ ଯାଇଥିଲେ । ଏହି ସମୟରେ କଏଦୀମାନେ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ସେମାନେ ଜେଲ୍ରୁ ଫେରାର ହେବାରେ ସଫଳ ହୋଇଥିଲେ ।
ଜଣେ କଏଦୀ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ
ଦକ୍ଷିଣ ଜୋନ୍ର ଆଇଜିପି ବିଜୟେନ୍ଦ୍ର ବିଦାରୀ ଏହି ଘଟଣାରେ ଜଣେ ଫେରାର କଏଦୀ ଗିରଫ ହୋଇଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟ ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସର ବିଭିନ୍ନ ଟିମ୍ ତଲାସୀ ଜାରି ରଖିଛନ୍ତି ।
ଫେରାର କଏଦୀମାନଙ୍କ ଫଟୋ ବିଭିନ୍ନ ପୋଲିସ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି, ଯାହାଦ୍ୱାରା ସେମାନଙ୍କୁ ଚିହ୍ନଟ କରି ଧରାଯାଇପାରିବ । ଆଖପାଖ ଜିଲ୍ଲାଗୁଡ଼ିକର ପୋଲିସକୁ ହାଇଆଲର୍ଟରେ ରଖାଯାଇଛି । ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଫେରାର କଏଦୀମାନଙ୍କୁ ଧରିବା ପାଇଁ ତଲାସୀ ଓ ତଦନ୍ତ ଜାରି ରହିଛି ।

#WATCH | Tamil Nadu | Security teams conduct intensive vehicle checking following the incident where 17 inmates have escaped from the Theni sub-jail. 17 special teams have been formed to track down and apprehend the escaped prisoners. One escaped prisoner has been arrested by police during combing operations: Inspector General of Police (IGP), South Zone, Vijayendra Bidari
— ANI (@ANI) October 26, 2026
ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର
ପୋଲିସର ସୂଚନା ଅନୁସାରେ, ସମସ୍ତ ୧୭ ଜଣ କଏଦୀ ଗୋଟିଏ ସେଲ୍ରେ ବନ୍ଦ ଥିଲେ । ଜଣେ କଏଦୀଙ୍କ ଦେହ ଖରାପ ଥିବା ସୂଚନା ପାଇ ଜେଲ୍ କର୍ମଚାରୀମାନେ ସେଲ୍ ନିକଟକୁ ଯାଇଥିଲେ । ଏହି ସମୟରେ କଏଦୀମାନେ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ସେମାନେ ଜେଲ୍ରୁ ଫେରାର ହେବାରେ ସଫଳ ହୋଇଥିଲେ ।
ଜଣେ କଏଦୀ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ
ଦକ୍ଷିଣ ଜୋନ୍ର ଆଇଜିପି ବିଜୟେନ୍ଦ୍ର ବିଦାରୀ ଏହି ଘଟଣାରେ ଜଣେ ଫେରାର କଏଦୀ ଗିରଫ ହୋଇଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟ ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସର ବିଭିନ୍ନ ଟିମ୍ ତଲାସୀ ଜାରି ରଖିଛନ୍ତି ।
ଫେରାର କଏଦୀମାନଙ୍କ ଫଟୋ ବିଭିନ୍ନ ପୋଲିସ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି, ଯାହାଦ୍ୱାରା ସେମାନଙ୍କୁ ଚିହ୍ନଟ କରି ଧରାଯାଇପାରିବ । ଆଖପାଖ ଜିଲ୍ଲାଗୁଡ଼ିକର ପୋଲିସକୁ ହାଇଆଲର୍ଟରେ ରଖାଯାଇଛି । ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଫେରାର କଏଦୀମାନଙ୍କୁ ଧରିବା ପାଇଁ ତଲାସୀ ଓ ତଦନ୍ତ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories