Tamil Nadu political storm on drugs / ୧୩୫ କିଲୋଗ୍ରାମ ଡ୍ରଗ୍ସ ପାଇଁ ସରଗରମ ତାମିଲନାଡୁ ରାଜନୀତି; ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବର୍ଷିଲେ ବିରୋଧି ଦଳ ନେତା
·48 mins ago·2 min read

Key Points
ଏକ କଥିତ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଶାସକ ଟିଭିକେ ଦଳର ଜଣେ ନେତାଙ୍କୁ ଗିରଫ କରାଯାଇଛି। ଟିଭିକେ ନେତାଙ୍କ ଗିରଫଦାରୀକୁ ନେଇ ସରଗରମ ହୋଇଉଠିଛି ରାଜନୀତି।
ତାମିଲନାଡୁରେ ଶାସକ ତାମିଲଗା ଭେତ୍ରି କାଝାଗମ (ଟିଭିକେ) ଜଣେ ନେତାଙ୍କୁ ନାଗାପଟ୍ଟିନମ ଠାରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗିରଫ କରିଛି। ମେଥାମଫେଟାମାଇନ୍ ସହିତ ଜଡିତ ଏକ କଥିତ ଡ୍ରଗ୍ସ ଚାଲାଣ ମାମଲାରେ ଟିଭିକେ ନେତା ଜଣଙ୍କ ସମ୍ପୃକ୍ତ ରହିଥିବାର କୁହାଯାଉଛି। ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଟିଭିକେ ନେତା ଗିରଫ ହେବା ମାମଲା ସାମ୍ନାକୁ ଆସିବା ପରେ ବିରୋଧି ଦଳ ନେତା ଉଦୟନିଧି ଷ୍ଟାଲିନ୍, ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧି୍ନ ସରକାର ଏବଂ ଶାସକ ଦଳକୁ ଟାର୍ଗେଟ କରିଛନ୍ତି।
ଉଦୟନିଧି ଷ୍ଟାଲିନ୍, ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଦାବି କରିଛନ୍ତି ଯେ ଏହି ମାମଲାରେ ପ୍ରାୟ ୧୩୫ କିଲୋଗ୍ରାମ ମେଥାମଫେଟାମାଇନ୍ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ଶହେ କୋଟି ଟଙ୍କା ହେବା ନେଇ କୁହାଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ଏହି ସାମଗ୍ରୀ ଶ୍ରୀଲଙ୍କା ପଠାଇବାକୁ ପାଇଁ ଯୋଜନା ହୋଇଥିଲା। ହେଲେ ତଥାପି ଏହି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ। ଏହି ଦାବିକୁ ସ୍ୱତନ୍ତ୍ର ଭାବରେ ଯାଞ୍ଚ କରାଯାଇ ନାହିଁ।
ଗିରଫ ଅଭିଯୁକ୍ତଙ୍କୁ ଦଳରୁ ବହିଷ୍କାର କରିଛି ଟିଭିକେ
ଗିରଫ ହୋଇଥିବା ଟିଭିକେ ନେତା ବୁବଲନଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିଛି। ଦଳ କହିଛି ଯେ ଅବୈଧ କାର୍ଯ୍ୟକଳାପରେ ତାଙ୍କର କଥିତ ସମ୍ପୃକ୍ତି ଦଳୀୟ ନୀତି ଏବଂ ମୂଲ୍ୟବୋଧ ବିରୋଧରେ ରହିଛି। ଦଳ ଏହାର ଦଳୀୟ କର୍ମକର୍ତ୍ତାଙ୍କୁ ବୁବଲାନଙ୍କ ସହ କୌଣସି ପ୍ରକାରର ସମ୍ପର୍କ ନରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଚନ୍ଦ୍ରଶେଖର ଜୋସେଫ ବିଜୟଙ୍କ ସହ ବୁବଲନଙ୍କ ଫଟୋ ମଧ୍ୟ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି।
NIA ଏବଂ ED ତଦନ୍ତ ଦାବି କରିଛନ୍ତି ଉଦୟନିଧି
ତାମିଲନାଡୁ ବିଧାନସଭାର ବିରୋଧି ଦଳ ନେତା ଉଦୟନିଧି ଷ୍ଟାଲିନ ତାଙ୍କ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଲୋକପ୍ରିୟ ଅଭିଯାନ ବାର୍ତ୍ତା "ଡ୍ରଗ୍ସ ଛାଡ଼ନ୍ତୁ, ଖେଳ ଗ୍ରହଣ କରନ୍ତୁ" ଉଲ୍ଲେଖ କରି, ଟିଭିକେ ସରକାରଙ୍କ ନିଶା ନିବାରଣ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଥିଲେ ଯେ ଡ୍ରଗ୍ସ କେଉଁଠାରୁ ଆସିଲା? କିଏ ଏହାର କ୍ରେତା ରହିଥିଲେ? ଏହି ନେଟୱାର୍କ ସହ ଅନ୍ୟ କିଏ କିଏ ସାମିଲ ଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରଭାବଶାଳୀ ଲୋକଙ୍କୁ ଚୋରା ଚାଲାଣ ପାଇଁ ଟଙ୍କା ଦିଆଯାଇ ଥାଇପାରେ। ଯଦିଓ ସେ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ଉପସ୍ଥାପନ କରି ନାହାଁନ୍ତି। ସେ ଆହୁରି ଦାବି କରିଛନ୍ତି ଯେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଦ୍ଧରେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାକୁ ନେଇ କ'ଣ କହିଲା ଟିଭିକେ?
ଟିଭିକେ ମୁଖପାତ୍ର ଏମ୍. ସତ୍ୟ କୁମାର କହିଛନ୍ତି ଯେ ଦଳ ଅଭିଯୋଗ ବିଷୟରେ ଅବଗତ ହେବା ମାତ୍ରେ ବବଲନଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିଥିଲା। ସେ କହିଛନ୍ତି, "ଦଳ ଏହା ଜାଣିବା ମାତ୍ରେ ସମ୍ପୃକ୍ତ ଅଧିକାରୀଙ୍କୁ ହଟାଇ ଦିଆଯାଇଥିଲା। ଆମେ ପ୍ରତ୍ୟେକ ସଦସ୍ୟଙ୍କ ପୃଷ୍ଠଭୂମି ଯାଞ୍ଚ କରିପାରିବୁ ନାହିଁ। କେତେକ ସମୟରେ ଲୋକ ନେତାଙ୍କ ସହ ସେମାନଙ୍କର ଫଟୋ ମଧ୍ୟ ଉଠାଇଥାନ୍ତି। ସତ୍ୟ କୁମାର ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ଡିଏମକେ ସରକାରର ଶାସନ ସମୟରେ, ଡିଏମକେ ଜାଫର ସାଦିକଙ୍କୁ ଗିରଫ କରାଯିବା ପରେ ଦଳରୁ ବହିଷ୍କାର କରିଥିଲା।

Related Topics
Explore more stories