Tamilnadu Stampede / ତାମିଲନାଡୁରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ଚାଲିଗଲା ୩୮ ଜୀବନ

Key Points
ତାମିଲନାଡୁ କରୁରରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା । ୩୮ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।
ତାମିଲନାଡୁର କରୁରରେ ଅଭିନେତା ବିଜୟଙ୍କ ରାଲିରେ ହୋଇଛି ବଡ଼ ଧରଣର ଅଘଟଣ । କରୁରରେ TVKରେ ରାଲି ଚାଲିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ୩୮ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ସେପଟେ ୩ ଜଣ ଛୋଟ ଛୁଆଙ୍କ ସହ ୫୦ରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ତାମିଲ ସୁପରଷ୍ଟାର ଅଭିନେତା ବିଜୟ ଗଠନ କରିଛନ୍ତି ତାମିଲଗା ଭେଟ୍ରି କଝଗମ୍ ଦଳ । ଶନିବାର କରୁରରେ ବିଜୟ ତାଙ୍କ ଦଳର ପ୍ରଚାର ପାଇଁ ରାଲି କରିଥିଲେ । ବିଜୟଙ୍କ ଭାଷଣ ଶୁଣିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୭.୪୫ ସମୟରେ ବିଜୟଙ୍କ ଝଲକ ଦେଖିବାକୁ ଆଗ୍ରହୀ ଲୋକଙ୍କ ଭିତରୁ ବହୁ ଲୋକ ମଞ୍ଚ ବ୍ୟାରିକେଡ୍ ଆଡକୁ ଦୌଡ଼ି ଆସିବାରୁ ଏହି ଦଳଚକଟା ଆରମ୍ଭ ହୋଇଥିଲା । ଶ୍ୱାସରୁଦ୍ଧ ହୋଇ ଭିଡ଼ରେ ଅନେକ ଲୋକ ଅଚେତ ହୋଇଗଲେ । ୟା ଭିତରେ ନିଜ ଅଭିଭାବକଙ୍କ ସହ ଆସିଥିବା କେତେକ ଛୋଟ ପିଲା ସେମାନଙ୍କ ପରିବାରଠାରୁ ଅଲଗା ହୋଇଗଲେ ।
ଅଧିକ ପଢ଼ନ୍ତୁ: ପୋଲିସ୍ ଡିଜିଙ୍କ ବଡ଼ ଖୁଲାସା, ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ ସୋନମ ଓ୍ବାଙ୍ଗଚକ୍
📱 Get Argus News App
✨ଲାଇଭ୍ ଭିଡିଓ ଫୁଟେଜରେ ବିଜୟ ତାଙ୍କ ଭାଷଣ ବନ୍ଦ କରି ଅଚେତ ସମର୍ଥକମାନଙ୍କୁ ପାଣି ବୋତଲ ବାଣ୍ଟୁଥିବା ଏବଂ ପୋଲିସର ସାହାଯ୍ୟ ପାଇଁ ଅନୁରୋଧ କରୁଥିବା ଦେଖାଯାଇଥିଲା । ଅନେକ ଟିଭିକେ କର୍ମୀ ଓ ସାଧାରଣ ଲୋକେ ଜଣକ ପରେ ଜଣେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ଚେତାଶୂନ୍ୟ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ କରୁର ହସ୍ପିଟାଲକୁ ନିଆଯାଇଥିଲା ।
ମିଳିଥିବା ଖବର ଅନୁସାରେ କରୁର ରାଲିରେ ପ୍ରାରମ୍ଭିକ ଆକଳନଠାରୁ ବହୁତ ଅଧିକ ଭିଡ଼ ହୋଇଥିଲା। ଯଦିଓ ପ୍ରାୟ ୩୦,୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ଅନୁମତି ଦିଆଯାଇଥିଲା, ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଆଖପାଖ ଜିଲ୍ଲାରୁ ପ୍ରାୟ ୬୦,୦୦୦ ଲୋକ ଭେଲୁସାମିପୁରମରେ ଏକାଠି ହୋଇଥିଲେ । ଲୋକମାନେ ଚାଲିଚାଲି, ଟ୍ରାକ୍ଟରରେ ଏବଂ ବସ୍ରେ ରାଲିରେ ପହଞ୍ଚିଥିଲେ । ପୂର୍ବରୁ ମିଟିଂ ସ୍ଥାନ ଥରେ ପରିବର୍ତ୍ତନ କରାଯାଇଥିଲା। ମୂଳତଃ କେନ୍ଦ୍ରୀୟ କରୁରରେ ଏହି ସଭା ପାଇଁ ଯୋଜନା କରାଯାଇଥିଲା, ପୋଲିସ ଭିଡ଼ ଏବଂ ଟ୍ରାଫିକ୍ ବିପଦ ବିଷୟରେ ସତର୍କ କରିବା ପରେ ଏହାକୁ ସ୍ଥାନାନ୍ତର କରାଯାଇଥିଲା । ଭେଲୁସାମିପୁରମକୁ ଏକ ସୁରକ୍ଷିତ, ଅଧିକ ଖୋଲା ସ୍ଥାନ ଭାବରେ ବିବେଚନା କରାଯାଉଥିଲା, ତଥାପି ଅଧିକ ସଂଖ୍ୟାରେ ଲୋକେ ଆସିବାରୁ ଭିଡ଼ ବଢ଼ିଥିଲା ।
କରୁରକୁ DMKର ଗଡ଼ ବୋଲି ବିବେଚନା କରାଯାଏ, ତେଣୁ ବିଜୟଙ୍କ ଅଭିଯାନ ଯଥେଷ୍ଟ ଧ୍ୟାନ ଆକର୍ଷଣ କରିଥିଲା। ଏବେ ମିଳିଥିବା ଖବର ଅନୁସାରେ ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଓ ୧୬ ଜଣ ମହିଳା ଅଛନ୍ତି । ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରି ଆହତଙ୍କୁ ଭେଟିଛନ୍ତି ।
Related Topics
Explore more stories