Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରତିରକ୍ଷା କ୍ଷେତ୍ରରେ ସହାୟକ ହେବ ତାପସ ଡ୍ରୋନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପ୍ରତିରକ୍ଷା କ୍ଷେତ୍ରରେ ସହାୟକ ହେବ ତାପସ ଡ୍ରୋନ

ଅର୍ଗସ ବ୍ୟୁରୋ :  ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ DRDOର ବଡ଼ ନିଷ୍ପତ୍ତି । ସ୍ବୋଦେଶୀ ଜ୍ଞାନ କୌଶଳରେ ନିର୍ମିତ ତାପସ ଡ୍ରୋନ୍‌ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବ DRDO । ଏହି ଡ୍ରୋନ୍‌ ୩୦ ହଜାର ଫୁଟ ଉଚ୍ଚରେ ୨୪ ଘଣ୍ଟା ଉଡ଼ିବାର କ୍ଷମତା ରଖୁଥିବା ବେଳେ ନିକଟରେ DRDO ପକ୍ଷରୁ ଏହାର ପରୀକ୍ଷଣ କରାଯାଇଥିଲା । ତେବେ ପରୀକ୍ଷଣ ସମୟରେ ଏହି ଡ୍ରୋନ୍‌ ୨୮ ହଜାର ଫୁଟ୍‌ ଉଚ୍ଚରେ ୧୮ ଘଣ୍ଟା ଉଡ଼ାଣ ଭରିଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଏହି ଡ୍ରୋନକୁ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ଅପରେସନ ପାଇଁ ବ୍ୟବହାର କରିବାକୁ ଚାହୁଁଛି ସଶସ୍ତ୍ର ବାହିନୀ । ତେଣୁ ଏହି ଡ୍ରୋନର ଡିଜାଇନରେ କିଛି ଉନ୍ନତି ଆଣିବା ସହ ଏହି ପ୍ରକଳ୍ପ ଉପରେ ଅଧିକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାପସ ଡ୍ରୋନ୍ ହେଉଛି DRDOର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ତେଣୁ ଏହା ପରୀକ୍ଷଣରେ ସଫଳ ନ ହେବା ଯାଏ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବ DRDO ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tapas drone will help in defense sector | Argus News