ଶରୀରରେ ୬୩୧ଟି ଶହୀଦଙ୍କ ଟାଟୁ , ଚର୍ଚ୍ଚାରେ ଅଭିଷେକ ଗୌତମ

Key Points
- ଶରୀରରେ ୬୩୧ଟି ଶହୀଦଙ୍କ ଟାଟୁ
- ଚର୍ଚ୍ଚାରେ ଉତ୍ତରପ୍ରଦେଶର ଅଭିଷେକ ଗୌତମ
ଅର୍ଗସ ବ୍ୟୁରୋ : ଦେହରେ ଗୋଟିଏ କି ଦୁଇଟି ନୁହେଁ ୬୩୧ ଟି ସ୍ବାଧିନତା ସଂଗ୍ରାମୀ ଏବଂ କାର୍ଗିଲ ଯୁଦ୍ଧରେ ଶହିଦ ହୋଇଥିବା ଯବାନଙ୍କ ଟାଟୁ କରିଛନ୍ତି ଅଭିଷେକ ଗୌତମ । ସୁବାଷ ବୋଷ, ଭଗତ ସିଂ, ମହାତ୍ମା ଗାନ୍ଧିଙ୍କ ଭଳି ସ୍ବାଧିନତା ସଂଗ୍ରାମୀ ମାନଙ୍କର ଟାଟୁ ସେ ନିଜ ଦେହରେ କରାଇଛନ୍ତି । ଆଗକୁ ସ୍ବାଧିନତା ଦିବସ ଥିବାବଳେ ଦେଶର ସୁରକ୍ଷା ପାଇଁ ଜୀବନ ଦେଇଥିବା ଶହିଦ ମାନଙ୍କୁ ସମ୍ମାନ ଜଣାଇ ଏପରି ଟାଟୁ କରିଛନ୍ତି ଅଭିଷେକ ।
ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରେ ରୁହନ୍ତି ଅଭିଷେକ ଗୌତମ । ସେ ସମାଜକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଦେଶପାଇଁ ବଳିଦାନ ଦେଇଥିବା ଜବାନ ମାନଙ୍କ ପାଇଁ ଏପରି ଟାଟୁ କରିଛନ୍ତି । ଏଥିପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ମଧ୍ୟ ସାମିଲ ହୋଇଛି । ଏବଂ ତାଙ୍କୁ "ଲିଭିଙ୍ଗ ୱାଲ ମେମୋରିଆଲ"ର ଟାଇଟେଲ ମଧ୍ୟ ଦିଆଯାଇଛି । ଅଭିଷେକ କହିଛନ୍ତି ସେ ମାତୃଭୂମି ପାଇଁ ଶହୀଦ ହୋଇଥିବା ଜବାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ । ଯେତେବେଳେ ସେ ସେମାନଙ୍କ ବୀର ଗାଥା ବହିରେ ପଢିଥିଲେ । ପ୍ରଥମେ ସେ ନିଜ ଶରୀରରେ ୫୫୯ ଜଣ ଶହିଦଙ୍କ ନାଁ ଲେଖିଥିଲେ । ପରେ ସେ ସେମାନଙ୍କ ପରିବାର ସହ ଭେଟିଥିଲେ । ଏବଂ ଆହୁରି ନାଁ ଲେଖିବାକୁ ଲାଗିଥିଲେ । ସେମାନଙ୍କୁ ସମ୍ମାନ ଜଣାଇବାକୁ ଯାଇଁ ଏକ ଭିନ୍ନ ଢଙ୍ଗରେ ସେ ଯବାନ ମାନଙ୍କର ନାଁ ଲେଖିଥିଲେ । ଅଭିଷେକ ନିଜ ବାପା ମା ଙ୍କ ସହ ହାପୁଡାରେ ରୁହନ୍ତି । ଅଭିଷେକଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମାହୋଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।