Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

TCS Controversy / TCS ସେଣ୍ଟରର ଅଜବ କାଣ୍ଡ: କର୍ମଚାରୀଙ୍କୁ ବୁର୍ଖା ପିନ୍ଧିବା ସହ ନମାଜ ପଢ଼ିବାକୁ ବାଧ୍ୟ କରୁଥିଲେ ‘ଦବଙ୍ଗ ମ୍ୟାମ୍’

Ritu Das
Browse all articles by Ritu Das
·3 months ago·3 min read
TCS ସେଣ୍ଟରର ଅଜବ କାଣ୍ଡ: କର୍ମଚାରୀଙ୍କୁ ବୁର୍ଖା ପିନ୍ଧିବା ସହ ନମାଜ ପଢ଼ିବାକୁ ବାଧ୍ୟ କରୁଥିଲେ ‘ଦବଙ୍ଗ ମ୍ୟାମ୍’
India

Key Points

TCS ବିପିଓ ସେଣ୍ଟରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ
ଅଫିସ ଭିତରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା, ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଥିଲା

ନାସିକସ୍ଥିତ TCS ବିପିଓ ସେଣ୍ଟରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏବଂ ବ୍ରେନ୍‌ୱାସ କରିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏହି ସମ୍ପୂର୍ଣ୍ଣ ଘଟଣାର ମୁଖ୍ୟ ନାୟିକା ସାଜିଛନ୍ତି କମ୍ପାନୀର HR ମ୍ୟାନେଜର ନିଦା ଖାନ୍, ଯାହାଙ୍କୁ ଅଫିସରେ ସମସ୍ତେ ‘ଦବଙ୍ଗ ମ୍ୟାମ୍’ ବୋଲି କହୁଥିଲେ। ଏହି ଘଟଣାଗୁଡ଼ିକ 2022 ରୁ 2026 ମଧ୍ୟରେ ଘଟିଥିବା ଅଭିଯୋଗ ହୋଇଛି, ଯେଉଁଥିରେ 18 ରୁ 25 ବର୍ଷ ବୟସର ମହିଳାମାନେ ସାମିଲ ଅଛନ୍ତି।

ଏହି ମାମଲାରେ ଏପର୍ଯ୍ୟନ୍ତ ନଅଟି ଏଫଆଇଆର ଦାୟର ହୋଇଛି, ଯେଉଁଥିରେ ଛଅ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା କର୍ମଚାରୀଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ପୋଲିସ ଅଭିଯୁକ୍ତମାନଙ୍କ ମଧ୍ୟରୁ ସାତ ଜଣଙ୍କୁ ଗିରଫ କରିଛି, ଯେତେବେଳେ ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଆସିଫ ଅନସାରି, ଦାନିଶ, ଶଫି ଶେଖ, ଶାହରୁଖ କୁରେଶୀ, ରଜା ମେମନ ଏବଂ ତୌସିଫ ଅତ୍ତର। POSH (ଯୌନ ନିର୍ଯାତନା ନିବାରଣ) କମିଟିର ଅପରେସନ୍ ମ୍ୟାନେଜର ଅଶ୍ୱିନ ଚୈନାନିଙ୍କୁ ମଧ୍ୟ ଗିରଫ କରାଯାଇଛି, ଯେତେବେଳେ HR ପରିଚାଳିକା

ନିଦା ଖାନ ଫେରାର୍ ଥିବା ଜଣାପଡ଼ିଛି।
ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଛି, ଯାହା ଏପର୍ଯ୍ୟନ୍ତ ଅତି କମରେ 12 ଜଣ ପୀଡିତଙ୍କୁ ଚିହ୍ନଟ କରିଛି। ଏକ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଥିଲା, ଯାହା ଏକ ଗୁପ୍ତ ତଦନ୍ତକୁ ପ୍ରେରଣା ଦେଇଥିଲା। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଡିଜିଟାଲ୍ ପ୍ରମାଣ ଏବଂ ବାହ୍ୟ ଲିଙ୍କ୍ ମଧ୍ୟ ଯାଞ୍ଚ କରୁଛନ୍ତି।

ପୋଲିସରେ ଦାୟର ହୋଇଥିବା FIR ଅନୁସାରେ, ନିଦା ଖାନ୍ କେବଳ ଜଣେ HR ଅଧିକାରୀ ନଥିଲେ, ବରଂ ସେ ଏକ ସଂଗଠିତ ଗୋଷ୍ଠୀର ମୁଖ୍ୟ ଥିଲେ । ଅଭିଯୋଗ ହୋଇଛି ଯେ, ନିଦା ମହିଳା କର୍ମଚାରୀମାନଙ୍କୁ ଇସଲାମିକ ପରମ୍ପରା ଅନୁସାରେ ପୋଷାକ ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ନିଜେ ସେମାନଙ୍କୁ ବୁର୍ଖା ପିନ୍ଧିବାର ଶୈଳୀ ଶିଖାଉଥିଲେ । ଯେତେବେଳେ କୌଣସି ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନା ବିରୋଧରେ ଅଭିଯୋଗ କରୁଥିଲେ, ନିଦା ସେମାନଙ୍କୁ ଚୁପ୍ ରହିବାକୁ କହିବା ସହ "ଏମିତି ସବୁ ଚାଲେ" କହି ଘଟଣାକୁ ଚାପି ଦେଉଥିଲେ । କର୍ମଚାରୀମାନଙ୍କୁ ଜବରଦସ୍ତ ନମାଜ ପଢ଼ିବା, ଆମିଷ ଭୋଜନ କରିବା ଏବଂ ଧାର୍ମିକ ପ୍ରତୀକ ବ୍ୟବହାର କରିବାକୁ ବାଧ୍ୟ କରାଯାଉଥିଲା ।

‘ଦବଙ୍ଗ ମ୍ୟାମ୍’ଙ୍କ ଦାଦାଗିରି ଏବଂ ବ୍ରେନଓ୍ବାସ
ପୁଲିସରେ ଦାୟର ହୋଇଥିବା FIR ଅନୁସାରେ, ନିଦା ଖାନ୍ କେବଳ ଜଣେ HR ଅଧିକାରୀ ନଥିଲେ, ବରଂ ସେ ଏକ ସଂଗଠିତ ଗୋଷ୍ଠୀର ମୁଖ୍ୟ ଥିଲେ । ଅଭିଯୋଗ ହୋଇଛି ଯେ, ନିଦା ମହିଳା କର୍ମଚାରୀମାନଙ୍କୁ ଇସଲାମିକ ପରମ୍ପରା ଅନୁସାରେ ପୋଷାକ ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ନିଜେ ସେମାନଙ୍କୁ ବୁର୍ଖା ପିନ୍ଧିବାର ଶୈଳୀ ଶିଖାଉଥିଲେ । ଯେତେବେଳେ କୌଣସି ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନା ବିରୋଧରେ ଅଭିଯୋଗ କରୁଥିଲେ, ନିଦା ସେମାନଙ୍କୁ ଚୁପ୍ ରହିବାକୁ କହିବା ସହ "ଏମିତି ସବୁ ଚାଲେ" କହି ଘଟଣାକୁ ଚାପି ଦେଉଥିଲେ । କର୍ମଚାରୀମାନଙ୍କୁ ଜବରଦସ୍ତ
ନମାଜ ପଢ଼ିବା, ଆମିଷ ଭୋଜନ କରିବା ଏବଂ ଧାର୍ମିକ ପ୍ରତୀକ ବ୍ୟବହାର କରିବାକୁ ବାଧ୍ୟ କରାଯାଉଥିଲା ।

ଅପରେସନ ‘ହାଉସ୍‌କିପିଂ’:
ଏହି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ କମିଶନର ସନ୍ଦୀପ କର୍ଣ୍ଣିକ ଏକ ସ୍ୱତନ୍ତ୍ର ରଣନୀତି ଆପଣାଇଥିଲେ । ୪ ଜଣ ମହିଳା କନଷ୍ଟେବଳଙ୍କୁ ‘ହାଉସ୍‌କିପିଂ ଷ୍ଟାଫ୍’ ଅର୍ଥାତ୍ ସଫେଇ କର୍ମଚାରୀ ଭାବେ ଅଫିସ ଭିତରକୁ ଗୁପ୍ତରେ ପଠାଯାଇଥିଲା । ସେମାନେ ସେଠାରେ ହେଉଥିବା ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ, ଯାହା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ତଦନ୍ତ ବେଳେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍‌ରୁ ସୂଚନା ମିଳିଛି, ଯେଉଁଥିରେ ଇମ୍ରାନ ନାମକ ଜଣେ ବ୍ୟକ୍ତି ଜଡ଼ିତ ଅଛନ୍ତି । ସୂଚନା ଅନୁସାରେ, ଇମ୍ରାନ ମାଲେସିଆରୁ ଭିଡିଓ ଏବଂ ଭାଷଣ ଜରିଆରେ କର୍ମଚାରୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଉସକାଉଥିଲେ । ଏହି ଘଟଣାରେ ବିଦେଶୀ ଫଣ୍ଡିଂ ଏବଂ ଏକ ବଡ଼ ନେଟୱାର୍କ କାମ କରୁଥିବା ସନ୍ଦେହ କରି ପୋଲିସ SIT ଗଠନ କରିବା ସହ ATS ଏବଂ NIA ସହ ମଧ୍ୟ ଯୋଗାଯୋଗ କରିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କୌଣସି ଅନୈତିକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି ଘଟଣାକୁ ନେଇ ନାସିକରେ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି । ବିଜେପି ଏବଂ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି । ନିଦା ଖାନ୍ ଗିରଫ ହେବା ପରେ ଏହି ‘ବ୍ରେନ୍‌ୱାଶ୍’ ନେଟୱାର୍କର ଅନେକ ବଡ଼ ରହସ୍ୟ ଖୋଲିପାରେ ବୋଲି ଆଶା କରାଯାଉଛି ।

ଏଥିସହ ପଢ଼ନ୍ତୁ: ମେହେନ୍ଦୀ ଦିନ ଛାତିଥରା ଘଟଣା: ବିବାହ ପୂର୍ବରୁ କନ୍ୟା ଉପରେ ଏସିଡ୍ ଫିଙ୍ଗିଲେ ଜଣେ ଯୁବତୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TCS Center Row Dabang Madam Forced Religious Practices On Employees | Argus News