Videos
|
National

Tea Leaf Theft / ଅଫିସରୁ ଚା’ପତି ଚୋରି କରି ଘରକୁ ନେଲେ…୧୭ବର୍ଷର ଚାକିରି ହରାଇଲେ

Ritu Das
Browse all articles by Ritu Das
·2 months ago·2 min read
ଅଫିସରୁ ଚା’ପତି ଚୋରି କରି ଘରକୁ ନେଲେ…୧୭ବର୍ଷର ଚାକିରି ହରାଇଲେ
India

Key Points

ଚା-ବିସ୍କୁଟ ପାଇଁ ଜଣେ ଯୁବକଙ୍କ ଚାକିରି ପଳେଇଛି
୩ବର୍ଷ ପରେ ହାଇକୋର୍ଟ ପୁନଃ ନିଯୁକ୍ତି ଆଦେଶ ଦେଇଛନ୍ତି
ଚା-ବିସ୍କୁଟ ପାଇଁ ଜଣେ ଯୁବକଙ୍କ ଚାକିରି ପଳେଇଛି। ପ୍ରାୟ ୧୭ ବର୍ଷ ଧରି DRDA ବୋକାରୋରେ ଠିକା କର୍ମଚାରୀ ରଞ୍ଜିତ କୁମାର ହିମାଂଶୁଙ୍କ ବିରୋଧରେ କାର୍ଯ୍ୟାଳୟରୁ ଚା ପତ୍ର ଏବଂ କିଛି ବିସ୍କୁଟ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ, ତତ୍କାଳୀନ ଉପ-ଉନ୍ନୟନ କମିଶନର (DDC) ୧୬ ମାର୍ଚ୍ଚ, ୨୦୨୨ ରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଯଦିଓ ନୋଟିସରେ କେଉଁ ଜିନିଷ ହଜିଯାଇଛି ତାହା ସ୍ପଷ୍ଟ କରାଯାଇ ନ ଥିଲା, ପରେ ରଞ୍ଜିତ ଉକ୍ତ ଚୋରି ଜିନିଷଗୁଡ଼ିକୁ ଫେରାଇ ଦେଇଥିଲେ। କିନ୍ତୁ ତାଙ୍କୁ ୨୦୨୨ ମସିହା ମେ’ ୨ ତାରିଖରେ ଚାକିରିରୁ ବିଦା କରାଯାଇଥିଲା। ଏ ମାମଲାରେ କୋର୍ଟ ପରେ ଜାଣିବାକୁ ପାଇଲେ ଯେ କର୍ମଚାରୀଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ ସ୍ପଷ୍ଟ ନ ଥିଲା ଏବଂ ତାଙ୍କୁ ନିଜର ପକ୍ଷ ରଖିବାର ପୂରା ସୁଯୋଗ ମିଳିନଥିଲା। 

ଏହାସହ ପଢ଼ନ୍ତୁ: ମେଟାକୁ କେନ୍ଦ୍ର ସରକାରଙ୍କ ବଡ଼ ଝଟ୍‌କା, ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍’ ଫିଚରକୁ ବ୍ରେକ୍

୩ବର୍ଷ ପରେ ହାଇକୋର୍ଟ ପୁନଃ ନିଯୁକ୍ତି ଆଦେଶ ଦେଇଛନ୍ତି । ମାମଲାଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟା ସତ। ଘଟଣାଟି ଘଟିଛି ଝାଡ଼ଖଣ୍ଡରେ। ଦୀର୍ଘ ୧୭ ବର୍ଷ ଧରି ସେବା ପ୍ରଦାନ କରିଆସୁଥିବା ଜଣେ ଚପରାସୀଙ୍କୁ ପୁନଃ ନିଯୁକ୍ତି ଲାଗି ଝାଡ଼ଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ବଳିପଡୁଥିବା ଚା-ବିସ୍କୁଟ ଘରକୁ ନେଇ ଯାଉଥିବା ଅଭିଯୋଗରେ ଚପରାସୀଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।

ଏହାସହ ପଢ଼ନ୍ତୁ: ଚାକିରି ମିଳିବାର ୨୪ ଘଣ୍ଟା ମଧ୍ୟରେ ନେଲେ ଅବସର; ଜାଣନ୍ତୁ ପୁରା ଘଟଣାକ୍ରମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋର୍ଟ କହିଲେ, ଏହା ନ୍ୟାୟ ସିଦ୍ଧାନ୍ତର ଉଲ୍ଲଂଘନ । ଏତେ ଛୋଟ ଅଭିଯୋଗ ଆଧାରରେ ୧୭ ବର୍ଷର ଚାକିରିରୁ ବିଦା କରିବା ଅନୁଚିତ ଥିଲା । ସେତିକି ନୁହେଁ, କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଓ ସ୍ୱଚ୍ଛ ସେବା ରେକର୍ଡକୁ ଅଣଦେଖା କରିବା ମଧ୍ୟ ଉଚିତ୍ ନ ଥିଲା ବୋଲି କୋର୍ଟ ସ୍ପଷ୍ଟ କଲେ । ମାମଲାର ଶୁଣାଣି କରି କର୍ମଚାରୀଙ୍କୁ ଉକ୍ତ ପଦବୀରେ ପୁନଃ ନିଯୁକ୍ତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ଏଥିସହ ତାଙ୍କୁ ୫୦% ବକେୟା ବେତନ ପ୍ରଦାନ ଲାଗି ମଧ୍ୟ ନିର୍ଦ୍ଦେଶ ଦେଲେ । ଏହି ମାମଲା ଛୋଟ ଛୋଟ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା କର୍ମଚାରୀଙ୍କ ପାଇଁ ଖୁସିର କଥା ବୋଲି ଚର୍ଚ୍ଚା ହେଉଛି ।