Special / ଶିକ୍ଷକ ଦମ୍ପତି କରିଦେଲେ ସବୁଜ ଜଙ୍ଗଲ

Key Points
ପ୍ରିନ୍ସ ଏବଂ ସୋନିଆ ହେଉଛନ୍ତି ଜଣେ ଶିକ୍ଷକ ଦମ୍ପତି। ଗତ ଦଶନ୍ଧି ଧରି ସେମାନେ ସେମାନଙ୍କର ୯୦୦ ବର୍ଗଫୁଟ ଘରକୁ ସବୁଜ ଜଙ୍ଗଲରେ ପରିଣତ କରିଛନ୍ତି। ଆଜି ସେମାନଙ୍କ ଘରେ ୨୫୦ରୁ ଅଧିକ ଗଛ ଲାଗିଛି।
ପ୍ରିନ୍ସ ଏବଂ ସୋନିଆ ହେଉଛନ୍ତି ଜଣେ ଶିକ୍ଷକ ଦମ୍ପତି। ଗତ ଦଶନ୍ଧି ଧରି ସେମାନେ ସେମାନଙ୍କର ୯୦୦ ବର୍ଗଫୁଟ ଘରକୁ ସବୁଜ ଜଙ୍ଗଲରେ ପରିଣତ କରିଛନ୍ତି। ଆଜି ସେମାନଙ୍କ ଘରେ ୨୫୦ରୁ ଅଧିକ ଗଛ ଲାଗିଛି। ଘର ଭିତରେ ଅନେକ ପ୍ରକାର ଲତାଗୁଳ୍ମ ରହିଛି। ଘର ଭିତରେ କୋକୋଡାମା ମସ ବଲ ଗୁଡ଼ିକ ହ୍ୟାଙ୍ଗିଙ୍ଗ ହୋଇ ରହିଛି। ଯାହାକି ଘରର ସୌନ୍ଦର୍ଯକୁ ଆହୁରି ଆକର୍ଷଣୀୟ କରୁଛି। ଘରେ ଭିତର ମାଛ ମାନେ ରହୁଛନ୍ତି। ପ୍ରଜାପତି ଏବଂ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ପକ୍ଷୀ ମଧ୍ୟ ରହୁଛନ୍ତି। ଘରଟିକୁ ଦେଖିଲେ ଆପଣଙ୍କ ମନ ନିହାତି ମୋହିବ। କାରଣ ଆଜିକା ବ୍ୟସ୍ତବହୁଳ ଜୀବନରେ ଗଛକୁ ଭଲ ପାଉଥିବା ମଣିଷ ବହୁ କମ ଜଣ ମିଳିବେ। ଏହି ଶିକ୍ଷକ ଦମ୍ପତିଙ୍କୁ ଏଭଳି କରିବାକୁ ୧୦ ବର୍ଷ ଲାଗିଥିଲା। ଏଭଳି ଜଙ୍ଗଲରେ ପରିଣତ କରିବାର ଏକ କାରଣ ରହିଛି। ସେମାନେ ରହୁଥିବା ଘରେ ପ୍ରଥମେ ବହୁତ ଗରମ ଲାଗୁଥିଲା।
ଉଭୟ ଶିକ୍ଷକ ଦମ୍ପତି ଚିନ୍ତା କରିଥିଲେ ଯେ, କିପରି ଏହି ଘରକୁ ପରିବର୍ତ୍ତନ କରାଯାଇପାରିବ। ଦିନେ ପ୍ରିନ୍ସ ଚିନ୍ତା କରି ଗୋଟିଏ ଗଛ ଲଗାଇଥିଲେ। ଆଉ ଏହାପରେ ଯେମିତି ଗଛ ଲଗା ତାଙ୍କର ସଉକରେ ପାଲଟିଗଲା। ଗୋଟିଏ ପରେ ଗୋଟିଏ ଏମିତି କରି ୨୫୦ ଗଛ ଲଗାଇଛନ୍ତି। ଆଉ ଆପଣ ସେହି ଘରକୁ ପଶିଗଲେ ଆପଣଙ୍କୁ ସ୍ବର୍ଗ ଭଳି ଅନୁଭବ ହେବ। କେଉଁଆଡେ ଯିବାକୁ ଇଚ୍ଛା ହେବନି। ସୁନ୍ଦର ସବୁଜ ବନାନୀରେ ପରିପୂର୍ଣ୍ଣ ଉକ୍ତ ଘର। ଆଉ ଏହି ଘର ଏବେ ଜୀବନ୍ତ ଜଙ୍ଗଲ କହିଲେ ଭୁଲ ହେବନାହିଁ। ଘରଟି ଅନ୍ୟ କୌଣସି ପରି ନୁହେଁ। ଭିତରକୁ ପାଦ ଦେଲେ ଏପରି ଅନୁଭବ ହେବ ଯେପରି ଆପଣ ଏକ ଗୁପ୍ତ ଜଙ୍ଗଲରେ ପ୍ରବେଶ କରୁଛନ୍ତି।
📱 Get Argus News App
✨କଠୋର ସୂର୍ଯ୍ୟକିରଣ କେବେ ଏହି ଘରକୁ ଭେଦ କରିପାରେନାହିଁ ବରଂ ଏହି ଘରକୁ ପଶିଗଲେ ଆପଣଙ୍କୁ ଥଣ୍ଡା ଏବଂ ଆରାମଦାୟକ ଲାଗିବ। ଉପରୁ ଲତା ଝୁଲୁଛି, କୋକେଡାମା ମସ୍ ବଲ୍ କଳା ପରି ଝୁଲୁଛି, ଟେରାରିୟମ୍ ନରମ ଆଲୋକରେ ଚମକୁଛି। ପ୍ରଜାପତିମାନେ ଘୁରି ବୁଲୁଛନ୍ତି, ପକ୍ଷୀମାନେ ପତ୍ରରେ ବସା ବାନ୍ଧିଛନ୍ତି। କିନ୍ତୁ ଦଶ ବର୍ଷ ମଧ୍ୟରେ, ଗୋଟିଏ ବି ସାପ ଏହି ଘରେ ପ୍ରବେଶ କରିନାହାନ୍ତି। ପ୍ରକୃତିର କୋଳରେ ଘରର ସୌନ୍ଦର୍ଯ୍ୟ ଯେପରି ଭାବେ ଦ୍ବିଗୁଣିତ କରୁଛି। ପ୍ରତ୍ୟେକ ଥର ଆମେ ବାହାରକୁ ଗଲେ ଆମେ ଏକ ନର୍ସରୀ ବୁଲିବାକୁ ଯାଉ ଏବଂ ଯାହା ହେଲେ ଏକ ନୂଆ ଗଛ ଆମ ସହିତ ପୁଣି ଅତିଥି ଭାବେ ଫେରି ଆସେ ବୋଲି ସୋନିଆ ହସି କୁହନ୍ତି। ଜୀବନରେ ଏଭଳି ଘର ଥିଲେ ଆଉ କଣ ଦରକାର।
Related Topics
Explore more stories