Crime News / ସ୍କୁଲ୍ ନଯାଇ ଦରମା ନେଉଥିଲେ ଶିକ୍ଷକ ଦମ୍ପତି, ଧରାପଡ଼ି ଗଣିବେ ୯.୨୦ କୋଟି...
·5 months ago·2 min read

Key Points
ସ୍କୁଲ୍ ନଯାଇ ବର୍ଷ ବର୍ଷ ଧରି ଦରମା ନେଉଥିଲେ ଶିକ୍ଷକ ଦମ୍ପତି
ଗଣିବେ ଜୋରିମାନା
ଗଣିବେ ଜୋରିମାନା
ଘରେ ବସି ପାଉଥିଲେ ପୁଳା ପୁଳା ଟଙ୍କା। ସ୍କୁଲ ନଯାଇ ବର୍ଷ ବର୍ଷ ଧରି ଦରମା ନେଉଥିଲେ ଶିକ୍ଷକ ଦମ୍ପତି। ଯାହା ପରେ ବର୍ତ୍ତମାନ ଗଣିବେ ଜରିମାନା। ବର୍ଷ ବର୍ଷ ଧରି ସ୍କୁଲ୍ ନଯାଇ ଘରେ ବସି ଦରମା ନେଉଥିଲେ ଶିକ୍ଷକ ସ୍ୱାମୀ-ସ୍ତ୍ରୀ। ନିଜ ଜାଗାରେ 'ଡମି ଶିକ୍ଷକ' ରଖି ପିଲାଙ୍କୁ ପାଠ ପଢ଼ାଉଥିଲେ ଏବଂ ଜାଲ୍ ଦସ୍ତଖତ କରି ସରକାରଙ୍କଠାରୁ ପୂରା ଦରମା ଉଠାଉଥିଲେ।ଏହି ମାମଲା ସାମ୍ନାକୁ ଆସିବା ପରେ ସରକାର ତୁରନ୍ତ ଆକ୍ସନ୍ ମୋଡ୍କୁ ଆସିଛନ୍ତି। ଶିକ୍ଷା ବିଭାଗ ଉଭୟଙ୍କ ବିରୋଧରେ ସୁଧ ସହିତ ପ୍ରାୟ ୯ କୋଟି ୨୦ ଲକ୍ଷ ଟଙ୍କା ରିକଭରୀ କରିବାକୁ ଆଦେଶ ଜାରି କରିଛି।
ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଦୁର୍ନୀତି କରୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ବି କ୍ଷମା ଦିଆଯିବ ନାହିଁ। ରାଜସ୍ଥାନର ବାରାଁ ଜିଲ୍ଲା ରାଜପୁରା ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ ବିଷ୍ଣୁ ଗର୍ଗ ଏବଂ ତାଙ୍କ ପତ୍ନୀ ମଞ୍ଜୁ ଗର୍ଗ ନିଯୁକ୍ତ ଥିଲେ। କିନ୍ତୁ ଉଭୟ ଦୀର୍ଘ ବର୍ଷ ଧରି ସ୍କୁଲ୍ ଯାଉନଥିଲେ।ସେମାନେ ନିଜ ବଦଳରେ କିଛି ଟଙ୍କା ଦେଇ ଅନ୍ୟ ବ୍ୟକ୍ତିଙ୍କୁ (ଡମି ଶିକ୍ଷକ) ପାଠ ପଢ଼ାଇବାକୁ ରଖିଥିଲେ ଏବଂ ନିଜେ ସରକାରୀ ଖାତାରୁ ପୂରା ଦରମା ଉଠାଉଥିଲେ।
ଏଥିସହ ପଢ଼ନ୍ତୁ: ଗୋଡ଼କୁ ରଶିରେ ବାନ୍ଧିଲା, ପ୍ରେମିକ ସହ ମିଶି ସ୍ଵାମୀର ତଣ୍ଟି କାଟିଦେଲା...
ଏହି ସ୍କୁଲରେ ସେମାନଙ୍କ ବ୍ୟତୀତ ମୌସମୀ ମୀନା ନାମକ ଆଉ ଜଣେ ଶିକ୍ଷୟିତ୍ରୀ ମଧ୍ୟ ନିଯୁକ୍ତ ଅଛନ୍ତି। ଏହି ଘଟଣାକୁ ନେଇ ଗତ ୨୦୨୩ ମସିହା ଡିସେମ୍ବର ୨୧ ତାରିଖରେ ପୋଲିସ ନିକଟରେ ଅଭିଯୋଗ ହେବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ଏହି ଠକ ଶିକ୍ଷକ ଦମ୍ପତି ଧରାପଡ଼ିବା ପରେ ରାଜସ୍ଥାନ ଶିକ୍ଷା ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କ ଠାରୁ ସୁଧ ସହ ୯.୨୦ କୋଟି ଟଙ୍କା ଆଦାୟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତରୁ ଜଣାପଡ଼ିଛି ଯେ, ବିଷ୍ଣୁ ଗର୍ଗ ୧୯୯୭-୯୮ ମସିହାରେ ଏବଂ ମଞ୍ଜୁ ଗର୍ଗ ୧୯୯୯ ମସିହାରେ ନିଯୁକ୍ତି ପାଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଉଭୟ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ଦରମା ଉଠାଇ ସାରିଛନ୍ତି। କେବଳ ଦରମା ନୁହେଁ, ପିଲାଙ୍କ ମଧ୍ୟାହ୍ନ ଭୋଜନ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ବଜେଟ୍ରେ ମଧ୍ୟ ଏହି ଦମ୍ପତି ବ୍ୟାପକ ହେରଫେର୍ କରିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଖବର:
ଅଧିକ ପଢ଼ନ୍ତୁ ଖବର:
Related Topics
Explore more stories