Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime News / ଗୋଡ଼କୁ ରଶିରେ ବାନ୍ଧିଲା, ପ୍ରେମିକ ସହ ମିଶି ସ୍ଵାମୀର ତଣ୍ଟି କାଟିଦେଲା...

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଗୋଡ଼କୁ ରଶିରେ ବାନ୍ଧିଲା, ପ୍ରେମିକ ସହ ମିଶି ସ୍ଵାମୀର ତଣ୍ଟି କାଟିଦେଲା...
Wife-Lover Murder Plot

Key Points

ସ୍ଵାମୀର ରକ୍ତାକ୍ତ ମୃତଦେହ ସହ ୨ ଛୁଆଙ୍କୁ ଧରି ରାତି ବି କାଟିଲା । ପରପୁରୁଷ ପ୍ରେମରେ ଅନ୍ଧ ହୋଇ ମହିଳା ଜଣଙ୍କ ଏଭଳି କାଣ୍ଡ ଭିଆଇଛନ୍ତି ।
ଲକ୍ଷ୍ନୌ: ମଥାରେ ଯିଏ ସିନ୍ଦୂର ଦେଇଥିଲା, ତାରି ରକ୍ତ ପିଇଗଲା । ମାରିବା ପରେ ଚୋରି ନାଟକ ରଚିଲା । ସ୍ଵାମୀର ରକ୍ତାକ୍ତ ମୃତଦେହ ସହ ୨ ଛୁଆଙ୍କୁ ଧରି ରାତି ବି କାଟିଲା । ପରପୁରୁଷ ପ୍ରେମରେ ଅନ୍ଧ ହୋଇ ମହିଳା ଜଣଙ୍କ ଏଭଳି କାଣ୍ଡ ଭିଆଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି ।

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସମସ୍ତେ ସ୍ତବ୍ଧ । ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀ ସହ ପ୍ରେମିକ ଓ ଅନ୍ଯ ଜଣେ ବନ୍ଧୁଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ଲୋମହର୍ଷଣକାରୀ ଘଟଣା: ବିବାହିତ ନୌସେନା କର୍ମଚାରୀ ଘରେ ପ୍ରେମିକାଙ୍କୁ ହତ୍ୟା କଲେ, ମୃତଦେହ କାଟି ଫ୍ରିଜରେ ରଖିଲେ

ବିରୋଧରୁ ହତ୍ୟା

ମୃତକ ହେଉଛନ୍ତି ମେହରାଜ । ସେ ଅମରୋହାର ପିପଲାଓଟି କାଲା ଗାଁରେ ସ୍ତ୍ରୀ ରୁହିଙ୍କ ସହ ରହୁଥିଲେ । କିନ୍ତୁ ସ୍ତ୍ରୀ ରୁହି ମେହରାଜଙ୍କ ଭଉଣୀର ସ୍ଵାମୀ ଫରମାନଙ୍କ ସହ ଅବୈଧ ସମ୍ପର୍କରେ ଲିପ୍ତ ଥିଲେ ।

ଫରମାନଙ୍କ ସହ ବାକି ଜୀବନ ବିତାଇବାକୁ ମନ ବଳାଇ ସାରିଥିଲା ଦୁଇ ଛୁଆର ମାଆ ରୁହି । ଯାହାକୁ ନେଇ ମେହରାଜ ଓ ରୁହିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ବି ହୋଇଥିଲା । ଫରମାନଙ୍କ ସହ ସମ୍ପର୍କକୁ ବିରୋଧ କରୁଥିଲେ ମେହରାଜ ।

ଖାଦ୍ୟରେ ବିଷ, ତା'ପରେ...

ଯାହା ପରେ ରୁହି ସ୍ଵାମୀ ମେହରାଜଙ୍କୁ ରାସ୍ତାରୁ ହଟାଇବା ଲାଗି ଷଡ଼ଯନ୍ତ୍ର ରଚିଥିଲା । ମେହରାଜଙ୍କ ଖାଇବାରେ ନିଶା ଔଷଧ ମିଶାଇ ଦେଇଥିଲା ରୁହି । ଏହାପରେ ଘରକୁ ଫରମାନ ସହ ଜଣେ ବନ୍ଧୁଙ୍କୁ ସେହି ରାତିରେ ଡାକିଥିଲା ।

ସମସ୍ତେ ମିଶି ମେହରାଜଙ୍କ ଗୋଡ଼କୁ ରଶିରେ ବାନ୍ଧି ଦେବା ସହ ଛୁରୀରେ ତଣ୍ଟି କାଟି ଦେଇଥିଲେ । ରାତିରେ ୩ ଜଣ ମିଶି ମେହରାଜଙ୍କୁ ନିର୍ଦ୍ଦୟ ଭାବେ ମାରିବା ପରେ ସ୍ଵାମୀର ମୃତଦେହ ସହ ରୁହି ଦୁଇ ପିଲାଙ୍କୁ ଧରି ଶୋଥିଲା ।

ସକାଳେ ମେହରାଜଙ୍କ ବାପା ଘରେ ପହଞ୍ଚିଥିଲେ । ଆଉ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ରକ୍ତାକ୍ତ ଅବସ୍ଥାରେ ବାରଣ୍ଡାରେ ପଡ଼ିଥିଲା ପୁଅର ଶବ, ବନ୍ଧା ହୋଇଥିଲା ହାତଗୋଡ଼ ।

ଏଥିସହ ପଢ଼ନ୍ତୁ: ମାଇଁ ପ୍ରେମରେ ଅନ୍ଧ ଭଣଜାର ନାରକୀୟ କାଣ୍ଡ! ଫିଲ୍ମି ଷ୍ଟାଇଲରେ ମାମୁଁଙ୍କୁ ହତ୍ୟା କରି...

ପୋଲିସ ଆଗରେ ସବୁ ମାନିଗଲା

ଶ୍ଵଶୁରଙ୍କୁ ଦେଖି ରୁହି ଡ୍ରାମା ଆରମ୍ଭ କରିଥିଲା । ରାତିରେ ଚୋରି ଓ ମାଡ଼ ମରା ଯାଇଥିବା କହିଥିଲା । ହେଲେ ମେହରାଜଙ୍କ ବାପା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ରୁହିଙ୍କୁ ହେପାଜତକୁ ନେଇ ପଚରାଉଚରା ପରେ ହତ୍ୟା ନେଇ ସବୁ ମାନି ଯାଇଥିଲା ରୁହି ।

ଏହି ମାମଲାରେ ପୋଲିସ ରୁହି ସହ ଫରମାନ ଓ ଅନ୍ୟ ଜଣେଙ୍କୁ ଗିରଫ କରିଛି । ହତ୍ୟାରେ ବ୍ୟବହୃତ ୨ଟି ଛୁରୀକୁ ଜବତ କରିଛି ପୋଲିସ । ଏବେ ୩ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wife Kills Husband With Lover in UP’s Amroha, 3 Arrested | Argus News | Argus News