Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Post / ମାତ୍ର ୫ ମିନିଟ୍ କଥା ହୋଇ କଲେଜ ଛାତ୍ରୀଙ୍କୁ ନିଜ କମ୍ପାନୀ ପାଇଁ ବାଛିଲେ ଟେକ୍ CEO

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ମାତ୍ର ୫ ମିନିଟ୍ କଥା ହୋଇ କଲେଜ ଛାତ୍ରୀଙ୍କୁ ନିଜ କମ୍ପାନୀ ପାଇଁ ବାଛିଲେ ଟେକ୍ CEO

Key Points

ଛାତ୍ରୀଙ୍କ ସହ କଥା ହେଲେ ମାତ୍ର ୫ ମିନିଟ୍ ପାଇଁ । ଆଉ ସେତିକିରେ ସେ ଇମ୍ପ୍ରେସ ହୋଇ ତାଙ୍କ କମ୍ପାନୀ ପାଇଁ ସେହି ଛାତ୍ରୀଙ୍କୁ ବାଛିଛନ୍ତି । ଯାହା ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମାତ୍ର ୫ ମିନିଟ୍‌ରେ ଜଣେ କଲେଜ ଛାତ୍ରୀଙ୍କୁ ବାଛିଲେ ଟେକ୍ ସିଇଓ। ଛାତ୍ରୀଙ୍କ ସହ କଥା ହେଲେ ମାତ୍ର ୫ ମିନିଟ୍ ପାଇଁ । ଆଉ ସେତିକିରେ ସେ ଇମ୍ପ୍ରେସ ହୋଇ ତାଙ୍କ କମ୍ପାନୀ ପାଇଁ ସେହି ଛାତ୍ରୀଙ୍କୁ ବାଛିଛନ୍ତି । ଯାହା ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି ।

'କୋଡ୍ ଅଫ୍ ଅସ୍' କମ୍ପାନୀର ସିଇଓ ସାଣ୍ଡି ସ୍ଲୋନ୍ଜସାକ୍ ତାଙ୍କର 'x' ଆକାଉଣ୍ଟରେ ଏପରି ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ଲେଖିଛନ୍ତି ଛାତ୍ରୀଙ୍କ ନମ୍ର, କାର୍ଯ୍ୟପ୍ରତି ଇଚ୍ଛା, ଶିଖିବାର ଇଚ୍ଛା ଦେଖି ସେ ତାଙ୍କୁ ନିଜ କମ୍ପାନୀ ପାଇଁ ଚୟନ କରିଛନ୍ତି ।

ସାଣ୍ଡି ଲେଖିଛନ୍ତି, ଆମ ପାଖରେ ଚାକିରି ପାଇଁ କୌଣସି ଖାଲି ପଦବୀ ନଥିଲା । କିନ୍ତୁ ତାଙ୍କର କାମ କରିବାର ଇଚ୍ଛା ଦେଖି ତାଙ୍କୁ ମୁଁ ମୋ କମ୍ପାନୀରେ ନେବାପାଇଁ ଆଗ୍ରହୀ ହେଲି । ସେ ଲେଖିଛନ୍ତି, ସେହି ଛାତ୍ରୀ ଜଣକ କହିଥିଲେ, ସେ କିଛି ଜାଣିନାହାନ୍ତି । ତାଙ୍କର କାମ କରିବାର ଇଚ୍ଛା ବହୁତ ଅଛି । ତାଙ୍କୁ ଅଧିକ କାମ ଶିଖିବାର ଆଗ୍ରହ ଅଛି । ନିଜର ଅବସର ସମୟରେ ନିଜର ପ୍ରୋଜେକ୍ଟରେ ସେ ଅଧିକ ସମୟ ଦିଅନ୍ତି । ସେ ସ୍ମାର୍ଟ, ନମ୍ର, ଏବଂ କାମ ଶିଖିବାର ଭୋକ ତାଙ୍କ ମଧ୍ୟରେ ଅଛି । ଦରମା ପ୍ରତି ତାଙ୍କର କୌଣସି ବିଶେଷ ଆକର୍ଷଣ ନାହିଁ ।

କେବଳ ୩ ମାସ ମଧ୍ୟରେ ଦକ୍ଷ ହେବାପାଇଁ ସର୍ବନିମ୍ନ ଟଙ୍କା ନେବାକୁ ସେ ରାଜି ଅଛନ୍ତି । ଏବଂ କାଲିଠାରୁ କାମ ଆରମ୍ଭ କରିପାରିବେ ବୋଲି ସେହି ଛାତ୍ରୀ ଜଣକ ସେହି ସିଇଓଙ୍କୁ ଜଣାଇଛନ୍ତି ।ଆଉ ମାତ୍ର ୫ ମିନିଟ୍ କଥା ହେବା ମଧ୍ୟରେ ହିଁ ସାଣ୍ଡି ତାଙ୍କୁ ନିଜ କମ୍ପାନୀ ପାଇଁ ଚୟନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ପ୍ରେମାନନ୍ଦ ଜୀଙ୍କୁ ହୋଇଥିବା ପଲିସିଷ୍ଟିକ୍ କିଡନୀ ରୋଗ କ'ଣ ? ଏହାର ଲକ୍ଷଣ, କାରଣ ଜାଣନ୍ତୁ...


ତେବେ ଏହି ପୋଷ୍ଟ ଭାଇରାଲ ହେଲାପରେ ଅନେକ ଜଣ ସାଣ୍ଡିଙ୍କୁ ଏବଂ ଏପରି ଦକ୍ଷ ଛାତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, "ତୁମେ ସତରେ ଜଣେ ପ୍ରକୃତ ରତ୍ନକୁ ଖୋଜି ପାଇଛ ।


Related Topics

Explore more stories

Sponsored