Tej Pratap Yadav / ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ବହୁ ପଛରେ — ମହୁଆରେ ସଞ୍ଜୟ ସିଂହ ଆଗୁଆ
·4 months ago·2 min read

Key Points
ବିହାର ବିଧାନସଭା ନିର୍ବାଚନ । ମହୁଆ ଆସନରେ ବଡ଼ ପରିବର୍ତ୍ତନ । ଚତୁର୍ଥ ସ୍ଥାନରେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ।
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍ ଖୋଲିଛି । ତେବେ ଏହାରି ମଧ୍ୟରେ ବିହାର ନିର୍ବାଚନ ଫଳାଫଳ ପାଇଁ ଦୁଇ ଘଣ୍ଟା ଗଣନା ଶେଷ ହୋଇଛି । ପ୍ରାରମ୍ଭିକ ୩ ଘଣ୍ଟାର ଟ୍ରେଣ୍ଡରେ ବିହାରରେ NDA ବହୁମତ ହାସଲ କରିଛି ।
ଚଳିତ ବିହାର ବିଧାନସଭା ନିର୍ବାଚନରେ ମହୁଆ ବିଧାନସଭା ଆସନକୁ ଏକ ହଟ୍ ସିଟ୍ ଭାବରେ ବିବେଚନା କରାଯାଉଛି । କାରଣ ବିହାରର ପୂର୍ବତନ ମନ୍ତ୍ରୀ ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି । ତେଜ ପ୍ରତାପ ଯାଦବ ଜନଶକ୍ତି ଜନତା ଦଳରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ସକାଳ ୧୧ଟା ସୁଦ୍ଧା, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ସଞ୍ଜୟ କୁମାର ସିଂହ ମହୁଆ ଆସନରେ ଆଗୁଆ ଅଛନ୍ତି । ଅର୍ଥାତ ତେଜ ପ୍ରତାପ ଯାଦବ ପଛୁଆ ରହିଛନ୍ତି ।
ପଞ୍ଚମ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା ମହୁଆ ଆସନରେ ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ)ର ସଞ୍ଜୟ କୁମାର ସିଂ ୧୬ ହଜାର ୬୭୩ ଭୋଟ୍ ମିଳିଛି । ସେହିପରି ଏହି ଆସନରେ ଦ୍ବିତୀୟ ସ୍ଥାନରେ ଆରଜେଡି ମୁକେଶ କୁମାର ରାଉସାନ ୧୧ ହଜାର ୩୧୫ ଭୋଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି AIMIMର ଅମିତ କୁମାର ୫ ହଜାର ୩୦୯ ଖଣ୍ଡ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ୩ ହଜାର ୧୭୨ ଖଣ୍ଡ ଭୋଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ସୂଚନା ଅନୁସାରେ ବିହାରରେ ସରକାର କରିବା ପାଇଁ ୧୨୨ ଆସନ ଜିତିବା ଆବଶ୍ୟକ । ଆଉ ଯଦି ପ୍ରାଥମିକ ଟ୍ରେଣ୍ଡକୁ ଦେଖିବା ତାହାଲେ NDA ୧୯୦ ଆସନରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୪୯ ଆସନରେ ଆଗୁଆ ରହିଛି । ଯଦି ପ୍ରାଥମିକ ଟ୍ରେଣ୍ଡ ଦେଖିବା ତାହାଲେ ବିହାରରେ ପୁଣି ଥରେ ବଡ଼ ବହୁମତ ସହ NDA ସରକାର କରିବ ।
NDA
BJP - ୮୪
JDU - ୭୬
LJPRV - ୨୩
HAM (S) - ୪
RLM - ୩
ମହାଗଠବନ୍ଧନ
RJD - ୩୫
କଂଗ୍ରେସ - ୭
CPI (ML) - ୬
CPI (M) - ୧
ସୂଚନା ଅନୁସାରେ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଭେମ୍ବର ୬ରେ ପ୍ରଥମ ଓ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ ୨୭ ମନ୍ତ୍ରୀ, ୧୧ ପୂର୍ବତନ ସାଂସଦ ଓ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିଥିବା ୨୭ ଲୋକସଭା ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories