Videos
|
National

ACB Raid / ଲୋକଙ୍କୁ ଯୋଗାଉ ଥିଲେ କମ୍, ନିଜ ପାଇଁ ଯୋଡ଼ୁଥିଲେ ବେଶୀ; ଯାଞ୍ଚରୁ ମିଳିଲା ୯ କୋଟିର ସମ୍ପତ୍ତି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଲୋକଙ୍କୁ ଯୋଗାଉ ଥିଲେ କମ୍, ନିଜ ପାଇଁ ଯୋଡ଼ୁଥିଲେ ବେଶୀ; ଯାଞ୍ଚରୁ ମିଳିଲା ୯ କୋଟିର ସମ୍ପତ୍ତି
Supply Officer Found With ₹9.41 Crore Assets

Key Points

ଆୟଠୁ ଅଧିକ ସମ୍ପତ୍ତିର ଯାଞ୍ଚ ବେଳେ ବାବୁଙ୍କ ନିକଟରୁ ମିଳିଲା ୯ କୋଟି ୪୧ ଲକ୍ଷର ସମ୍ପତ୍ତି । ତେଲଙ୍ଗାନା ACBରେ ରେଡ୍‌ରୁ ମହବୁବାବାଦ ଜିଲ୍ଲା ଯୋଗାଣ ବିଭାଗର ମ୍ୟାନେଜର (ବୈଷୟିକ) ବି. ନରସିହ୍ମା ରାଓଙ୍କ ନିକଟରୁ ଅମାପ ସମ୍ପତ୍ତି ମିଳିଛି ।
ହାଇଦ୍ରାବାଦ: ଆଣ୍ଟି-କରପସନ୍ ବ୍ୟୁରୋ (ACB) ଜାଲରେ ଯୋଗାଣ ବିଭାଗର ଜିଲ୍ଲା ମ୍ୟାନେଜର (ବୈଷୟିକ) । ଆୟଠୁ ଅଧିକ ସମ୍ପତ୍ତିର ଯାଞ୍ଚ ବେଳେ ବାବୁଙ୍କ ନିକଟରୁ ମିଳିଲା ୯ କୋଟି ୪୧ ଲକ୍ଷର ସମ୍ପତ୍ତି । ତେଲଙ୍ଗାନା ACBରେ ରେଡ୍‌ରୁ ମହବୁବାବାଦ ଜିଲ୍ଲା ଯୋଗାଣ ବିଭାଗର ମ୍ୟାନେଜର (ବୈଷୟିକ) ବି. ନରସିହ୍ମା ରାଓଙ୍କ ନିକଟରୁ ଅମାପ ସମ୍ପତ୍ତି ମିଳିଛି ।

ACBର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବି. ନରସିହ୍ମାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କୁ ମିଶାଇ ୭ଟି ସ୍ଥାନରେ ପ୍ରଥମେ ଛାନଭିନ୍ ଆରମ୍ଭ ହୋଇଥିଲା । ପୂର୍ବରୁ ବି. ନରସିହ୍ମା ଖମ୍ମମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ଏବେ ଅଭିଯୋଗ ଚାକିରି ସମୟରେ ଦୁର୍ନୀତିରେ ଲିପ୍ତ ରହି ସେ ଆୟକୁ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ।

ଏଥିସହ ପଢ଼ନ୍ତୁ: କର୍କଟରେ ପିତାଙ୍କୁ ହରାଇବା ପରେ ଆଇଏଏସ୍ ଅଧିକାରୀ ସୋନାଲ ଗୋୟଲ ଯନ୍ତ୍ରଣାକୁ ମିଶନ କରିଦେଲେ…”ଡ୍ରଗ୍ସ ନୁହେଁ, ସ୍ୱପ୍ନ ବାଛନ୍ତୁ” 

ପତ୍ନୀଙ୍କ ନାଁରେ ୫ ପ୍ଲଟ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ନୀତି ନିରୋଧୀ ଆଇନ୍‌ର ଧାରା ୧୩ (୧) (ବି) ଓ ଧାରା ୧୩ (୨)ରେ ମାମଲା ରୁଜୁ କରି ACB ଯାଞ୍ଚ ଆରମ୍ଭ କରିଛି । ଯାଞ୍ଚ ବେଳେ ଖମ୍ମମ ଜିଲ୍ଲାର ବଲ୍ଲେପଲ୍ଲୀ, ରଘୁନାଥପାଲେମ ଓ ବେଲୁଗୁମତଲାରେ ମୋଟ ୧, ୨୩୦.୧୬ ବର୍ଗ ଗଜର ୫ଟି ପ୍ଲଟ୍ ମିଳିଛି । ଏ ସମ୍ପସ୍ତ ସମ୍ପତ୍ତି ଅଧିକାରୀ ଓ ତାଙ୍କ ପତ୍ନୀଙ୍କ ନାମରେ ରହିଛି । ଯାହାର ମୂଲ୍ୟ ୩୦.୭୨ ଲକ୍ଷ ଟଙ୍କା ଅଟେ ।

ଏଥିସହ ସୂର୍ଯ୍ୟପେଟ ଜିଲ୍ଲାରେ ଚାଷ ଜମି ଥିବା ଜଣାପଡ଼ିଛି । ଏସବୁ ସମ୍ପତ୍ତି ମଧ୍ୟରେ ପ୍ରାୟ ୫.୩୧ ଏକରର ଦୁଇଟି ପ୍ଲଟ୍ ମଧ୍ୟ ରହିଛି । ଚାଷ ଜମିର କାଗଜପତ୍ର ଓ ଏଗ୍ରିମେଣ୍ଟ ଅନୁସାରେ ଦର ଭିନ୍ନ ରହିଛି ।

ଘର ଓ ବାଣିଜ୍ୟିକ କୋଠା

ACB ଯାଞ୍ଚ ବେଳେ ୩ଟି ରେସିଡେନ୍ସିଆଲ୍ ସହ ବାଣିଜ୍ୟିକ କୋଠା ମିଳିଛି । ଖମ୍ମମରେ କବିରାଜ ନଗରରେ ଏକ ୩ ମହଲା କୋଠା, ଏଲ୍‌ବି ନଗରର ବଡାଙ୍ଗପେଟର ସାଗର ଏନକ୍ଳେଭରେ ଗୋଟିଏ ୫ ମହଲା କୋଠା ସହ ଆଉ ଏକ କୋଠା ମଧ୍ୟ ରହିଛି । ଏହି ସମ୍ପତ୍ତି ବି. ନରସିହ୍ମାଙ୍କ ସହ ପତ୍ନୀ ଓ ଶ୍ଵଶୁରଙ୍କ ନାଁରେ ରହିଛି ।

ଏଥିସହ ପଢ଼ନ୍ତୁ: ବିନା ସୂଚନାରେ ସ୍କୁଲରେ ପହଞ୍ଚିଲେ ଜିଲ୍ଲାପାଳ, ପିଲାଙ୍କୁ ପଢ଼ାଇଲେ ପାଠ… 

କାର୍ ସହ ସୁନା ଠାବ

୧୮.୪୯ ଲକ୍ଷର ହ୍ୟୁଣ୍ଡାଇ କ୍ରେଟା କାର୍ ସହ ଏକ ଟିଭିଏସ୍ ଜୁପିଟର ସ୍କୁଟି ଓ ହୋଣ୍ଡା ଆକ୍ଟିଭା ମିଳିଛ । ଘରେ ଥିବା ଆସବାବପତ୍ରର ମୂଲ୍ୟ ୩୩.୪୮ ଲକ୍ଷ ହେବ ବୋଲି ଅନୁମାନ କରାଯାଇଛି । ଯାଞ୍ଚ ବେଳେ ୩୬୦.୯୭ ଗ୍ରାମର ସୁନା ଓ ୩୩୧.୫୮ ଗ୍ରାମର ରୁପା ଗହଣା ମିଳିଛି । ଯାହାର ମୂଲ୍ୟ ୯.୩୯ ଲକ୍ଷ ହେବ ।

ଅଚଳ ସମ୍ପତ୍ତିର ମୂଲ୍ୟ ୫୦ କୋଟି ଉପରେ

ACB ଅନୁସାରେ, ବି. ନରସିହ୍ମାଙ୍କ ପାଖରେ ଥିବା ଅଚଳ ସମ୍ପତ୍ତିର ବଜାର ମୂଲ୍ୟ ତାଙ୍କ ରେକର୍ଡରେ ଥିବା ଦରଠାରୁ ବହୁତ ଅଧିକ ହେବ । ୫୦ କୋଟିରୁ ଅଧିକ ହୋଇପାରେ ବୋଲି ACB ଅନୁମାନ କରିଛି ।
Telangana ACB Finds Assets Worth ₹9.41 Crore From Supply Officer | Argus News | Argus News Odia