Analogue Paneer Ban / ଏହି ରାଜ୍ୟରେ ବ୍ୟାନ୍ ହେଲା ଆନାଲଗ୍ ପନିର ? ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ
·1 hour ago·2 min read

Key Points
ଆନାଲଗ୍ ପନିରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି
ଏକ ବର୍ଷ ପାଇଁ ଲାଗିଲା ବ୍ୟାନ୍
ଉତ୍ପାଦନଠାରୁ ବିକ୍ରି ପର୍ଯ୍ୟନ୍ତ ସବୁ ବନ୍ଦ
ଏକ ବର୍ଷ ପାଇଁ ଲାଗିଲା ବ୍ୟାନ୍
ଉତ୍ପାଦନଠାରୁ ବିକ୍ରି ପର୍ଯ୍ୟନ୍ତ ସବୁ ବନ୍ଦ
ଆପଣ ପନିର ଖାଉଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୃତ୍ରିମ ପନିର ବା ଆନାଲଗ୍ ପନିରକୁ ନେଇ ତେଲେଙ୍ଗାନା ସରକାରଙ୍କ ବଡ଼ ଆକ୍ସନ୍ । ରାଜ୍ୟରେ ଏହାର ଉତ୍ପାଦନଠାରୁ ଆରମ୍ଭ କରି ବିକ୍ରି, ଷ୍ଟୋରେଜ୍ ଓ ପରିବହନ ପର୍ଯ୍ୟନ୍ତ ସବୁକିଛି ଉପରେ ଲାଗିଲା କଟକଣା । ଜନସ୍ୱାସ୍ଥ୍ୟକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ କଟକଣା ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।
କୃତ୍ରିମ ବା ଆନାଲଗ୍ ପନିରକୁ ନେଇ ତେଲେଙ୍ଗାନା ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ଆନାଲଗ୍ ପନିର ଭାବେ ପରିଚିତ ନନ୍-ଡେୟାରୀ ପନିରର ଉତ୍ପାଦନ, ପ୍ରୋସେସିଂ, ମହଜୁଦ, ବଣ୍ଟନ, ପରିବହନ ଏବଂ ବିକ୍ରି ଉପରେ ତୁରନ୍ତ ପ୍ରଭାବରୁ କଟକଣା ଲଗାଇଛି ତେଲେଙ୍ଗାନା ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ, ୨୦୦୬ର ଧାରା ୩୦(୨)(a) ଅନୁସାରେ ଗୁରୁବାର, ସେପ୍ଟେମ୍ବର ୧୦ ତାରିଖରେ ଏହି ଆଦେଶ ଜାରି କରାଯାଇଛି। ଏହି କଟକଣା ସେପ୍ଟେମ୍ବର ୧୦ରୁ ଲାଗୁ ହୋଇ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ତେଲେଙ୍ଗାନା ଗେଜେଟ୍ର ଏକ ସ୍ୱତନ୍ତ୍ର ସଂସ୍କରଣରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜନସ୍ୱାସ୍ଥ୍ୟର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କଟକଣା ଲଗାଯାଇଛି । ଏହି ଆଦେଶର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ତେବେ ଏହି କଟକଣା ସମସ୍ତ ପ୍ରକାରର ପନିର ପାଇଁ ଲାଗୁ ହୋଇନାହିଁ । ଅର୍ଥାତ୍, ନିୟମ ଅନୁସାରେ ପ୍ରସ୍ତୁତ ହେଉଥିବା ଅସଲି ଡେୟାରୀ ପନିର ଏବଂ ଅନ୍ୟ ମାନକପ୍ରାପ୍ତ ପ୍ରଡକ୍ଟ ବଜାରରେ ପୂର୍ବଭଳି ଉପଲବ୍ଧ ରହିବ । ଏହି କଟକଣା କେବଳ ନନ୍-ଡେୟାରୀ ବା କୃତ୍ରିମ ପନିର ଭଳି ସାମଗ୍ରୀ ଉପରେ ଲାଗୁ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ୟାକେଜ୍ଡ ଫୁଡ୍କୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଅନ୍ୟପଟେ ପ୍ୟାକେଜ୍ଡ ଫୁଡ୍ରେ ଅଧିକ ପରିମାଣର ଚିନି, ଲୁଣ ଏବଂ ଚର୍ବି ଥିବା ନେଇ ଉପଭୋକ୍ତାଙ୍କୁ ସ୍ପଷ୍ଟ ସୂଚନା ଦେବାରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ କୋର୍ଟ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ ବା FSSAIକୁ ଏକାଧିକ ପ୍ରଶ୍ନ କରିଛନ୍ତି ।

Related Topics
Explore more stories