Videos
|
National

80 Lakh Murder Case / ଅବସରର ୧୫ ଦିନ ପୂର୍ବରୁ ସ୍ଵାମୀଙ୍କୁ ହେମଦସ୍ତାରେ ଛେଚି ମାରିଦେଲା ସ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଅବସରର ୧୫ ଦିନ ପୂର୍ବରୁ ସ୍ଵାମୀଙ୍କୁ ହେମଦସ୍ତାରେ ଛେଚି ମାରିଦେଲା ସ୍ତ୍ରୀ
₹80 Lakh, Property Dispute Turns Deadly

Key Points

ବୃଦ୍ଧାବସ୍ଥାରେ ସ୍ତ୍ରୀ, ସ୍ଵାମୀକୁ ହତ୍ୟା କରିଛି । ସ୍ଵାମୀର ଅବସରକାଳୀନ ଟଙ୍କାକୁ ନେଇ ବିବାଦ ପରେ ସ୍ତ୍ରୀ ନେଇ ଯାଇଛି ସ୍ଵାମୀର ଜୀବନ । ହେମଦସ୍ତାରେ ଛେଚି ସ୍ଵାମୀକୁ ମାରି ଦେଇଛି ।
ହାଇଦ୍ରାବାଦ: ସ୍ଵାମୀ, ସ୍ତ୍ରୀ ସମ୍ପର୍କ ବେଶ୍ ପବିତ୍ର ହୋଇଥାଏ । ଦୁହେଁ ଦୁହିଁଙ୍କ ସୁଖ, ଦୁଃଖରେ ରହିବାକୁ ପଣ କରିଥାନ୍ତି । ବୟସର ଅପରାହ୍ଣରେ ପରସ୍ପର ପ୍ରତି ଆବେଗ ଆହୁରି ବଢ଼ିଯାଏ । କିନ୍ତୁ, ସମ୍ପତ୍ତି ପାଇଁ ସମ୍ପର୍କ କେବେ କେବେ ତୁଚ୍ଛ ପାଲଟି ଯାଏ ।

ତେଲଙ୍ଗାନାର ସିଦ୍ଦିପେଟ ଜିଲ୍ଲାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ମାମଲା । ଯେଉଁଠି ବୃଦ୍ଧାବସ୍ଥାରେ ସ୍ତ୍ରୀ, ସ୍ଵାମୀକୁ ହତ୍ୟା କରିଛି । ସ୍ଵାମୀର ଅବସରକାଳୀନ ଟଙ୍କାକୁ ନେଇ ବିବାଦ ପରେ ସ୍ତ୍ରୀ ନେଇ ଯାଇଛି ସ୍ଵାମୀର ଜୀବନ । ହେମଦସ୍ତାରେ ଛେଚି ସ୍ଵାମୀକୁ ମାରି ଦେଇଛି ।

ଏଥିସହ ପଢ଼ନ୍ତୁ: ବିବାହ ପରେ କଳାକନା ବୁଲାଇଦେଲେ କନ୍ୟା; ତାଜୁବ ହୋଇଗଲେ ଶ୍ଵଶୁର ଘର! 

ସୂଚନା ଅନୁସାରେ, ମୃତକ ଭେଙ୍କଟଶମ ଆସିଫାବାଦରେ ବାଣିଜ୍ୟିକ ଟିକସ ଅଧିକାରୀ ଥିଲେ । ତାଙ୍କ ପତ୍ନୀ ରାଜମଣି ଜଣେ ସହାୟକ ନର୍ସ ବାବେ କାମ କରୁଥିଲେ । ଉଭୟ ହନୁମାନ ନଗର ଅଞ୍ଚଳରେ ରହୁଥିଲେ ।

ଭେଙ୍କଟଶମ ଚଳିତ ମାସରେ ଅବସର ଗ୍ରହଣ କରିଥାନ୍ତେ । ପୋଲିସ ଅନୁସାରେ, ଅବସର ଗ୍ରହଣ ପରେ ମିଳିବାକୁ ଥିବା ଟଙ୍କା ଓ ସମ୍ପତ୍ତି ଅଂଶକୁ ନେଇ ଦମ୍ପତିଙ୍କ ମଧ୍ୟରେ କିଛିଦିନ ହେଲା ବିବାଦ ଲାଗି ରହିଥିଲା । ଅବସର ପରେ ଭେଙ୍କଟଶମଙ୍କୁ ପ୍ରାୟ ୮୦ ଲକ୍ଷ ଟଙ୍କା ମିଳିଥାନ୍ତା । ସେହି ଟଙ୍କା ପାଇଁ ଆରମ୍ଭ ହୋଇଥିଲା ଝଗଡ଼ା ।

ବିବାଦ ଭିତରେ ସୋମବାର ଏହି ପ୍ରସଙ୍ଗକୁ ନେଇ ପୁଣି ଝଗଡ଼ା ହୋଇଥିଲା । ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାକୁ ନେଇ ରାଜମଣି ରାଗି ଯାଇଥିଲେ । ଘରେ ଥିବା ହେମଦସ୍ତା ଆଣି ସ୍ଵାମୀଙ୍କୁ ଆକ୍ରମଣ କରିଥିଲେ । ଭେଙ୍କଟଶମଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିବା ସହ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ।

ଏଥିସହ ପଢ଼ନ୍ତୁ: ସ୍କୁଲ ପ୍ରିନ୍ସିପାଲଙ୍କ ନିନ୍ଦନୀୟ କାଣ୍ଡ, ମୁହଁରେ କାଳି ବୋଳିଲେ ଛାତ୍ରୀ 

ପତିହନ୍ତା ପତ୍ନୀ ଗିରଫ

ଖବର ପାଇ ତୁରନ୍ତ ହୁସନାବାଦ ପୋଲିସ ପହଞ୍ଚିଥିଲା । ମୃତଦେହ ଜବତ କରିବା ସହ ପୋଲିସ ଅଭିଯୁକ୍ତି ପତ୍ନୀ ରାଜମଣିଙ୍କୁ ଗିରଫ କରି ପଚରାଉଚରା କରୁଛି । ରାଜମଣିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: