ଠୋସ୍ ପ୍ରମାଣ ମିଳିଲେ ବନ୍ଦ ହୋଇପାରେ ଟେଲିଗ୍ରାମ

Key Points
- ବନ୍ଦ ହୋଇଯିବ କି ଟେଲିଗ୍ରାମ !
- ଟେଲିଗ୍ରାମ ସିଇଓଙ୍କ ଗିରଫ ପରେ ବଢୁଛି ବିବାଦ
- ଠୋସ ପ୍ରମାଣ ମିଳିଲେ ବନ୍ଦ ହୋଇପାରେ ଟେଲିଗ୍ରାମ
ଅର୍ଗସ ବ୍ୟୁରୋ : ପପୁଲାର ମେସେଜିଂ ଆପ ଟେଲିଗ୍ରାମ ସିଇଓ ପାଭେଲ ଡ୍ୟୁରୋଭଙ୍କୁ ଗିରଫ କରିବା ପରେ ଲାଗି ରହିଛି ଚର୍ଚ୍ଚା । ଫ୍ରାନ୍ସରୁ ତାଙ୍କୁ ଗିରଫ କରିବା ପରେ ଭାରତ ସରକାରଙ୍କର ମଧ୍ୟ ବିଭିନ୍ନ ପ୍ରକାର ତଦନ୍ତ ଆରମ୍ଭ ହୋଇଛି । କାରଣ ଟେଲିଗ୍ରାମରେ ବିଭିନ୍ନ ପ୍ରକାର ଅପରାଧିକ ତଥା ଅନୈତିକ କାର୍ଯ୍ୟ କରାଯାଉଥିବା ସୂଚନା ରହିଛି । ଏଥିପାଇଁ ଖୁବଶୀଘ୍ର ଟେଲିଗ୍ରାମ ବ୍ୟାନ ହୋଇଯାଇ ପାରେ ବୋଲି ଚର୍ଚ୍ଚା ଲାଗି ରହିଛି ।
ଭାରତରେ ଏହି ଯାଞ୍ଚ ସାଇବର କ୍ରାଇମ କୋର୍ଡିନେସନ ପକ୍ଷରୁ କରାଯାଉଛି । ଟେଲିଗ୍ରାମରେ ପାଖାପାଖି ୯୫୦ ମିଲିୟନ ଆକ୍ଟିଭ ୟୁଜର୍ସ ରହିଛନ୍ତି । ଯେଉଁମାନେ ପାଭେଲ ଡ୍ୟୁରୋଭଙ୍କ ଗିରଫ ପରେ ଖୁବ ଜୋରରେ ପ୍ରତିବାଦ କରିବାରେ ଲାଗିଛନ୍ତି ।
ପାଭେଲ ଡ୍ୟୁରୋଭଙ୍କୁ ଶନିବାର ସନ୍ଧ୍ୟା ସମୟରେ ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ଗିରଫ କରିଥିଲା ପୋଲିସ । ପାଭେଲଙ୍କ ନାଁରେ ପୂର୍ବରୁ ଫ୍ରାନ୍ସ ଗିରଫ ୱାରେଣ୍ଟି ଜାରି କରିଥିଲା । ଟେଲିଗ୍ରାମରେ ମୋଡରେଟର ଅଭାବ ଥିବାରୁ ଅପରାଧିକ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଫ୍ରାନ୍ସ ପୋଲିସ ତାଙ୍କୁ ଗିରଫ କରିଛି । ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ତଦନ୍ତ କରୁଛି । ଯଦି କମ୍ପାନୀ ବିରୋଧରେ କିଛି ଠୋସ୍ ପ୍ରମାଣ ମିଳେ ତେବେ ଖୁବଶୀଘ୍ର ଏହା ପ୍ଲେ ଷ୍ଟୋରରୁ ଉଡିଯିବ ନହେଲେ ଆପେ ଆପେ ଫୋନରେ ହିଁ ଆପ୍ ବନ୍ଦ ହୋଇଯିବ ବୋଲି ସୂଚନା ମିଳୁଛି । ତେବେ ପାଭେଲ ଡ୍ୟୁରୋଭ ଏବେ ଫ୍ରାନ୍ସରୁ ଗିରଫ ହୋଇ ଥାନାରେ ରହିଥିବା କହିଛନ୍ତି ଫ୍ରାନ୍ସ ପୋଲିସ ।
📱 Get Argus News App
✨
