Bidyabharati Moves High Court / ACF ସୌମ୍ୟ ରଞ୍ଜନ ମହାପାତ୍ର ଘଟଣା, ହାଇକୋର୍ଟର ଦ୍ବାରସ୍ଥ ହେଲେ ବିଦ୍ୟାଭାରତୀ
·21 mins ago·2 min read

Key Points
ACF ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ଘଟଣା
ହାଇକୋର୍ଟର ଦ୍ବାରସ୍ଥ ହେଲେ ବିଦ୍ୟାଭାରତୀ
ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଦ୍ୟାଭାରତୀ
ଗତ ୧୮ ତାରିଖରେ ପାରାଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ

କଟକ: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ନୂଆ ମୋଡ଼। ଜେଲ୍ରେ ଥିବା ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାରଳାଖେମୁଣ୍ଡି SDJM କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଏବେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ବିଦ୍ୟାଭାରତୀ। ପୂର୍ବରୁ ମଧ୍ୟ ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା।
ଅନ୍ୟପଟେ, ବିଦ୍ୟାଭାରତୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ପାରଳାଖେମୁଣ୍ଡି ଥାନା ଆଇଆଇସି ଏବଂ SDJM କୋର୍ଟଙ୍କ ଚିଠି ଆଧାରରେ ଏହି ପଦକ୍ଷେପ ନିଆଯାଇଛି। କୋର୍ଟରେ ଆତ୍ମସମର୍ପଣ କରିଥିବା ଦିନଠାରୁ ନିଲମ୍ବନ ଆଦେଶ ଲାଗୁ ହୋଇଥିବା ଉଲ୍ଲେଖ ରହିଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ।
ଗତ ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରୁ ପୋଡ଼ିଯାଇଥିବା ଅବସ୍ଥାରେ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଉଦ୍ଧାର କରାଯାଇଥିଲା। ପରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସୌମ୍ୟଙ୍କ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
ପଢନ୍ତୁ ଏହି ଖବର:ଏଠାରେ ବାଘ ଆତଙ୍କ, ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କଲା ବନ ବିଭାଗ
ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା। କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳା ସମ୍ପର୍କିତ ଦଫାରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ କ୍ଲିନଚିଟ୍ ଦେଇଥିଲା। ଏହାକୁ ବିରୋଧ କରି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟରେ କମ୍ପ୍ଲେନ କେସ୍ ଦାଖଲ କରିଥିଲେ। ପରେ ଅଦାଲତ ସମସ୍ତଙ୍କ ବିରୋଧରେ ହତ୍ୟା ଅଭିଯୋଗ ସମ୍ପର୍କିତ ମାମଲାରେ ବିଚାର ପାଇଁ ପଦକ୍ଷେପ ନେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏବେ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରିବା ପରେ ଆଗକୁ ଅଦାଲତଙ୍କ ରାୟ କ'ଣ ହେବ, ତାହା ଉପରେ ନଜର ରହିଛି।
Related Topics
Explore more stories