Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିଲ୍ଲୀ ମେଟ୍ରୋରେ ଭୟାନକ ଝଗଡା, ଭାଇରାଲ ହେଲା ଭିଡିଓ

National

ଦିଲ୍ଲୀ ମେଟ୍ରୋରେ ଭୟାନକ ଝଗଡା, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଦିଲ୍ଲୀ ମେଟ୍ରୋରେ ଭୟାନକ ଝଗଡା, ଭାଇରାଲ ହେଲା ଭିଡିଓ

 ଅର୍ଗସ ବ୍ୟୁରୋ :ଦିଲ୍ଲୀ ମେଟ୍ରୋର ପ୍ରତିଦିନ କିଛି ନା କିଛି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ଲାଗି ରହିଥାଏ । କେବେ ଝଗଡା ହେଉଥିବାର ଭିଡିଓ ତ କେବେ ରିଲ୍ସ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥାଏ । ତେବେ ଗତ କିଛିଦିନ ହେବ ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ବ୍ୟକ୍ତି ଖୁବ ଜୋରରେ ଝଗ଼ଡା କରୁଛନ୍ତି । ଜଣେ ବୟସ୍କ ବ୍ୟକ୍ତି ଏବଂ ଆଉ ଜଣେ ଯୁବକ ଝଗଡା କରୁଥିବା ଦେଖିବାକୁ ମିଳିଛି ।
ଭିଡିଓରେ ଦେଖାଯାଇଛି ଯେ , ଉଭୟଙ୍କ ଭିତରେ ସିଟକୁ ନେଇ ଝଗଡା ଚାଲିଛି । ଏଥିରେ ଜଣେ ଅନ୍ୟଜଣଙ୍କୁ କହୁଛନ୍ତି, " ତମେ ମୋ ମୁଣ୍ଡରେ ବସିବ ନା କଣ ? ଏହା ପରେ ଆଉ ଜଣେ କହୁଛନ୍ତି, "ତମେ କଣ ବୋକା ?"  ସେ କହୁଛନ୍ତି, "ହଁ" । ସାମାନ୍ୟ ସିଟକୁ ଉଭୟଙ୍କ ମଧ୍ୟରେ ଅନେକ ସମୟ ଯାଏଁ ଝଗଡା ଲାଗି ରହିଥିଲା । ଏହାକୁ ନେଇ ପାଖରେ ବସିଥିବା କିଛି ଯାତ୍ରୀ ସେମାନଙ୍କୁ ବୁଝାଇଥିଲେ । ପରେ ଏହାର ସମାଧାନ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଏହି ଭିଡିଓ "ଘର କେ କଲେଶ" ନାମକ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏ ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Terrible fight in Delhi Metro, video went viral | Argus News