Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲାଲକିଲ୍ଲା ସହ ଦେଶର ବଡ଼ ବଡ଼ ମନ୍ଦିରରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର, ସତର୍କ କଲେ ଗୁଇନ୍ଦା ଏଜେନ୍ସି

National

High Alert / ଲାଲକିଲ୍ଲା ସହ ଦେଶର ବଡ଼ ବଡ଼ ମନ୍ଦିରରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର, ସତର୍କ କଲେ ଗୁଇନ୍ଦା ଏଜେନ୍ସି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଲାଲକିଲ୍ଲା ସହ ଦେଶର ବଡ଼ ବଡ଼ ମନ୍ଦିରରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର, ସତର୍କ କଲେ ଗୁଇନ୍ଦା ଏଜେନ୍ସି
Red Fort on Terror Radar

Key Points

ଲାଲକିଲ୍ଲା ସହ ଦେଶର ଅନ୍ୟ ବଡ଼ ମନ୍ଦିର ରହିଛି ଲସ୍କର ଆତଙ୍କାବାଦୀଙ୍କ ଟାର୍ଗେଟ୍‌ରେ । ଏନେଇ ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛି ।
ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି । ଲାଲକିଲ୍ଲା ସହ ଦେଶର ଅନ୍ୟ ବଡ଼ ମନ୍ଦିର ରହିଛି ଲସ୍କର ଆତଙ୍କାବାଦୀଙ୍କ ଟାର୍ଗେଟ୍‌ରେ । ଏନେଇ ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛି ।

ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି, ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚିଛନ୍ତି । ଲାଲକିଲ୍ଲା ସହ ଚାନ୍ଦିନୀ ଚୌକ ମନ୍ଦିର ରହିଛି ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ।

ଏଥିସହ ପଢ଼ନ୍ତୁ: ପୁଣି ବିମାନକୁ ମିଳିଲା ବୋମା ଧମକ, ଶୌଚାଳୟରୁ ମିଳିଲା ଧମକପୂର୍ଣ୍ଣ ଚିଠି

ଏଜେନ୍ସି ଅନୁସାରେ, ଲସ୍କର ଏ ତୋଇବା ଆଇଡି ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ରଚିଛି । ଫେବରୁଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦର ମସଜିଦ୍‌ରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେବାକୁ ଲସ୍କର ଆତଙ୍କୀ ଯୋଜନା କରୁଛନ୍ତି । ଲସ୍କର ଏ ତୋଇବାର ଟାର୍ଗେଟ୍‌ରେ ରହିଛି ଭାରତର ବଡ଼ ବଡ଼ ମନ୍ଦିର ।

ଲାଲକିଲ୍ଲା ନିକଟରେ ବିସ୍ଫୋରଣ

ଗତବର୍ଷ ଡିସେମ୍ବର ମାସରେ ଲାଲକିଲ୍ଲା ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋଟକ ଭର୍ତ୍ତି କାର୍‌ ସହ ନିଜକୁ ଉଡ଼ାଇ ଦେଇଥିଲା ଆତ୍ମଘାତୀ ବିସ୍ଫୋରଣକାରୀ ।

ଏବେ ପୁଣି ଥରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ନେଇ ଗୁଇନ୍ଦା ସୂଚନା ପରେ ସୁରକ୍ଷା କର୍ମୀ ଆଲର୍ଟରେ ରହିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆ ଯାଇଛି । ଗତବର୍ଷ ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ପରେ ଡାକ୍ତରୀ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ ହୋଇଥିଲା ।

ଉକ୍ତ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା ଡକ୍ଟର ଉମର-ଉନ୍-ନବି । ଡକ୍ଟର ଉମର ଅନ୍ୟ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଭର୍ତ୍ତି କରିବାକୁ ପ୍ରୟାସ କରିଥିଲା । କିନ୍ତୁ ପ୍ରୟାସରେ ସଫଳ ହୋଇନଥିଲେ ।

ଉମର ଦ୍ଵାରା ସଞ୍ଚାଳିତ ଏକ ସମାନ୍ତର ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଥିଲା ଶ୍ରୀନଗର ପୋଲିସ ଓ ଏନ୍‌ଆଇଏ । ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା ଗାଡ଼ିକୁ ହିଁ ଉମର ଡ୍ରାଇଭ୍ କରୁଥିଲା । ଯେଉଁ ବିସ୍ଫୋରଣରେ ୧୨ରୁ ଅଧିକକଙ୍କ ମୃତ୍ୟୁ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ପୁଣି ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ; କ୍ଲାସରୁମ୍ ଖାଲି କଲା ପୋଲିସ

ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ପଚରାଉଚରା ବେଳେ ଡାକ୍ତରରୁ ଆତଙ୍କବାଦୀ ପାଲଟିବା ରଣନୀତିର ଖୁଲାସା ହୋଇଥିଲା । ଉକ୍ତ ତଥ୍ୟ ଆଧାରରେ ଏନ୍ଆଇଏ ଶୋପିଆନ୍‌ରୁ ୟାସିର ଅହମଦ ଡାରକୁ ବାନ୍ଧିଥିଲା ।

ପାକିସ୍ତାନରେ ବିସ୍ଫୋରଣ, ୩୧ ମୃତ

ବିଗତ ଦିନରେ ପାକିସ୍ତାନର ଶିୟା ମସଜିଦ୍‌ ବାହାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୩୧ ଜଣ ପ୍ରାଣ ହରାଇଥିଲେ । ବିସ୍ଫୋରଣ ପାଇଁ ଇସଲାମିକ ଷ୍ଟେଟ ସହ ଜଡ଼ିତ ଏକ ସଂଗଠନ ନିଜକୁ ଦାୟୀ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terror Plot Against Red Fort, Major Temples: Intelligence Alert Issued | Argus News | Argus News