Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Union Minister Nityanand Rai / '୬ ବର୍ଷରେ ହୋଇଛି ୧୦୫୦ ଆତଙ୍କବାଦୀ ଆକ୍ରମଣ; ନିପାତ ହୋଇଛନ୍ତି ୬୮୭ ଆତଙ୍କୀ'

Subhramjit Ray
Browse all articles by Subhramjit Ray
·4 months ago·2 min read
'୬ ବର୍ଷରେ ହୋଇଛି ୧୦୫୦ ଆତଙ୍କବାଦୀ ଆକ୍ରମଣ; ନିପାତ ହୋଇଛନ୍ତି ୬୮୭ ଆତଙ୍କୀ'
Terror Attack in India from 2017-23

Key Points

ସଂସଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ରୁ ୨୦୨୩ ପର୍ଯ୍ୟନ୍ତ ବିଗତ ୭ ବର୍ଷ ମଧ୍ୟରେ ଦେଶରେ ରେକର୍ଡ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ତଥ୍ୟ ପ୍ରଦାନ କରାଯାଇଛି।
ଦେଶରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଚାଲିଥିବା ଦମନ ଅଭିଯାନ ସମ୍ପର୍କରେ ସଂସଦକୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ଏହି ପ୍ରସଙ୍ଗରେ ଗୃହରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସେ ଜାତୀୟ ସୁରକ୍ଷା ସମ୍ପର୍କରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦ ବିରୋଧରେ ନିଆଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଂସଦକୁ ଅବଗତ କରାଥିଲେ।

ସଂସଦରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବା ବେଳେ ୨୦୧୭ ରୁ ୨୦୨୩ ପର୍ଯ୍ୟନ୍ତ ବିଗତ ୭ ବର୍ଷ ମଧ୍ୟରେ ଦେଶରେ ରେକର୍ଡ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ପରିସଂଖ୍ୟାନ ପ୍ରଦାନ କରିଥିଲେ। ଯେଉଁଥିରେ ସୁରକ୍ଷା ବଳ ଦ୍ୱାରା ନିପାତ ହୋଇଥିବା ଆତଙ୍କବାଦୀ, ଆତଙ୍କୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କ ସାଧାରଣ ନାଗରିକଙ୍କ ସଂଖ୍ୟା ରହିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଏହି ୭ ବର୍ଷ ମଧ୍ୟରେ କେବଳ ଯେ ଆତଙ୍କବାଦୀ ଆକ୍ରମଣ ଘଟଣା ହ୍ରାସ ପାଇଛି ତାହା ନୁହେଁ। ବରଂ ସୁରକ୍ଷାବାହିନୀ ହୋଇଥିବା ଅପରେସନ ସମୟରେ ଅନେକ ଆତଙ୍କବାଦୀ ଗିରଫ ହୋଇଛନ୍ତି।

ଆତଙ୍କବାଦ ବିରୋଧରେ ଜାରି ରହିଛି ଦମନ ଅଭିଯାନ
ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁଯାୟୀ ସୁରକ୍ଷା ବାହିନୀ ୨୦୧୭ ରୁ ୨୦୨୩ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ଅନେକ ଅପରେସନ୍ କରିଥିଲା। ଯେଉଁଥିରେ ମୋଟ ୬୮୭ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ବ୍ୟତୀତ, ସୁରକ୍ଷା ଏଜେନ୍ସି ଜାଲରେ ୬୧୬ ଆତଙ୍କବାଦୀ ଧରାପଡ଼ିଥିଲେ। ଭାରତ ସରକାରଙ୍କ ଏହି ତଥ୍ୟ ଦର୍ଶାଉଛି ଯେ, ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ସୁରକ୍ଷା ବାହିନୀ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି କେତେ ସୁରକ୍ଷାକର୍ମୀ?

ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୧୭ ରୁ ୨୦୨୩ ମଧ୍ୟରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣାର ସଂଖ୍ୟା ୧୦୫୦ ରହିଥିଲା। ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୬୮୭ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧୬ ଗିରଫ ହୋଇଥିଲେ। ହେଲେ ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ପ୍ରାଣ ହରାଇବା ସହ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ। ଏହି ସାତ ବର୍ଷ ମଧ୍ୟରେ ସୀମାରେ ଦେଶକୁ ସୁରକ୍ଷା ଦେବା ସମୟରେ ମୋଟ ୨୮୮ ସୁରକ୍ଷା କର୍ମୀ ପ୍ରାଣବଳି ଦେଇଥିଲେ। ସାରା ଦେଶରେ ବିଭିନ୍ନ ଆକ୍ରମଣରେ ୮୦୨ ସୁରକ୍ଷା କର୍ମୀ ଆହତ ହୋଇଥିଲେ।

ଆତଙ୍କୀ ଆକ୍ରମଣରେ ଚାଲିଯାଇଛି ଅନେକ ସାଧାରଣ ନାଗରିକଙ୍କ ଜୀବନ

ଦେଶରା ବିଭିନ୍ନ ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୧୭ ରୁ ୨୦୨୩ ମଧ୍ୟରେ ଆତଙ୍କୀ ଆକ୍ରମଣରେ ୨୪୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ସେହିପରି ୫୯୯ ଜଣ ଆହତ ହୋଇଥିଲେ। ଏହା ପରେ କେନ୍ଦ୍ର ଆତଙ୍କବାଦ ଆକ୍ରମଣ ପ୍ରଭାବିତ ପରିବାରକୁ ସରକାରଙ୍କ ପକ୍ଷରୁ ରିଲିଫ୍ ଏବଂ ସୁରକ୍ଷା ପ୍ରଦାନ ଜାରି ରହିଛି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1050 Terror Attacks in Kashmir Since 2017, Union Govt Tells Parliament | Argus News