Terrorist Arrest / ସୁନ୍ଦର ହେବା ଚେଷ୍ଟାରେ ଧରାପଡ଼ିଲା ଆତଙ୍କବାଦୀ,ଦିଲ୍ଲୀରେ ବଡ଼ ଆକ୍ରମଣ ଯୋଜନା ଫେଲ୍
·3 months ago·2 min read

Key Points
ସୁନ୍ଦର ଦେଖାଯିବାକୁ ଆତଙ୍କବାଦୀର ସଉକ
ସଵିର ଲୋନକୁ ଫସାଇଦେଲା ସୁନ୍ଦର କେଶ
ଚକାଚକ୍ ଦାନ୍ତ ପାଇଁ ଡାକ୍ତରଙ୍କଠୁ ନେଇଥିଲା ଆପଏଣ୍ଟମେଣ୍ଟ
ବାଂଲାଦେଶୀ ଆତଙ୍କବାଦୀ ସମ୍ପର୍କରେ ବଡ଼ ଖୁଲାସା

ନୁଆଦିଲ୍ଲୀ,୨୧/୦୫: ସୁନ୍ଦର ଚେହେରା ଆଉ ଚକାଚକ୍ ଦାନ୍ତ । ନିଜକୁ ସୁନ୍ଦ କରିବା ଲାଗି ଆତଙ୍କବାଦୀର ସଉକ ତାକୁ ଧରାଇଦେଲା । ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ଧରଣର ବିନାଶ କରିବା ପୂର୍ବରୁ, ଦିଲ୍ଲୀ ପୋଲିସ ସ୍ପେସାଲ୍ ସେଲ୍ ହାତରେ ଧରାପଡ଼ିଛି ଲସ୍କର ଆତଙ୍କବାଦୀ ସଵିର ଅହମ୍ମଦ ଲୋନ୍ । ଯାଞ୍ଚ ଏଜେନ୍ସିକୁ ଚକମା ଦେବା ପାଇଁ ଏହି ଆତଙ୍କବାଦୀ, ସୁଦୂର ବାଂଲାଦେଶରୁ ନେଟୱର୍କ ଚଲାଉଥିଲା । ନିଜର ପରିଚୟ ଲୁଚାଇବା ପାଇଁ ହରିଆଣାର ଗୁରୁଗ୍ରାମରେ କରାଇଥିଲା ହେୟାର୍ ଟ୍ରାନ୍ସପ୍ଲାଣ୍ଟ ଓ ଡେଣ୍ଟାଲ୍ ସର୍ଜରୀ
ସୁନ୍ଦର ଦେଖାଯିବାର ସଉକ ନା ଆଖିରେ ଧୂଳି ଦେବାର ବଡ଼ ରଣନୀତି ? ଦିଲ୍ଲୀ ସୀମାରୁ ସ୍ପେସାଲ୍ ସେଲ୍ ଦ୍ୱାରା ଗିରଫ ହେବା ପରେ, ଲସ୍କର ଆତଙ୍କବାଦୀ ସବିର ଅହମ୍ମଦ ଲୋନ୍କୁ ନେଇ ଆସିଛି ରୋମାଞ୍ଚକର ତଥ୍ୟ । ଜାମ୍ମୁ-କାଶ୍ମୀର ଶ୍ରୀନଗର ଅଞ୍ଚଳର ଏହି ଆତଙ୍କବାଦୀ ଜଣକ ନିଜର ଚେହେରା ବଦଳାଇବା ପାଇଁ ହରିଆଣାର ସାଇବର ସିଟି- ଗୁରୁଗ୍ରାମର ଜଣେ ନାମୀ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲା । ମୁଣ୍ଡରେ କେଶ ବଢ଼ାଇବା ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି, ହେୟାର ଟ୍ରାନ୍ସପ୍ଲାଣ୍ଟ କରିଥିଲା । କେବଳ ସେତିକି ନୁହେଁ ଦାନ୍ତକୁ ସୁନ୍ଦର ଓ ଚକାଚକ୍ କରିବାକୁ ଡେଣ୍ଟାଲ୍ ଟ୍ରିଟମେଣ୍ଟ ବି କରାଇଥିଲା । ସୁରକ୍ଷା ଏଜେନ୍ସିକୁ ଚକମା ଦେଇ ଭାରତ ବିରୋଧୀ ନେଟୱର୍କ ଚଲାଇବା ପାଇଁ ଏହା ଲସ୍କରର ବଡ଼ ଚାଲ୍ ଥିଲା ବୋଲି ସନ୍ଦେହ କରୁଛନ୍ତି ତଦନ୍ତକାରୀ ସଂସ୍ଥା । ହେଲେ କୁହାଯାଉଛି ବାଂଲାଦେଶରେ ରହି ଭାରତ ବିରୋଧୀ ଅପରେସନ୍ ଚଳାଉଥିବା ସଵିର, କେଶ ଓ ଦାନ୍ତ ପାଇଁ ଭାରତ ଆସି ଫସିଗଲା ବୋଲି କହିଛନ୍ତି ସ୍ପେସାଲ ସେଲ୍ର ବରିଷ୍ଠ ଅଧିକାରୀ ପ୍ରମୋଦ ସିଂ କୁଶୱାହ।
ପଢନ୍ତୁ ଏହି ଖବର: ଲାହୋରରୁ କଣ୍ଟ୍ରୋଲ୍ ହେଉଥିଲା ପହଲଗାମ୍ ଆକ୍ରମଣ ! NIAର ବଡ଼ ଖୁଲାସା
କିଛି ଦିନ ପୂର୍ବରୁ ଦିଲ୍ଲୀ ଓ ଦକ୍ଷିଣ ଭାରତରେ ସକ୍ରିୟ ଥିବା ଏକ ଲସ୍କର ମୋଡ୍ୟୁଲ୍କୁ ପୋଲିସ ଧ୍ୱସ୍ତ କରିଥିଲା । ଏହି ଗ୍ୟାଙ୍ଗ୍ ଦିଲ୍ଲୀ ଓ କୋଲକାତାର ବିଭିନ୍ନ ସ୍ଥାନରେ ଦେଶ ବିରୋଧୀ ପୋଷ୍ଟର ଲଗାଇ ପ୍ରୋପାଗାଣ୍ଡା ଚଳାଇବା ସହ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଆଉ ଏହି ସାରା ନେଟୱର୍କର ସୂତ୍ରଧର ଥିଲା ଏହି ପ୍ଲାଷ୍ଟିକ୍ ସର୍ଜରୀ ପ୍ରେମୀ ସଵିର ଲୋନ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଘଟଣା ଉପରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରିନଥିଲେ ବି ଆତଙ୍କବାଦୀର ଏଭଳି ‘ହାଇଟେକ୍ ମେକ୍-ଓଭର’ ସାରା ଦେଶକୁ ସ୍ତବ୍ଧ କରିଦେଇଛି
Related Topics
Explore more stories