ଟେସଲାର ନୂଆ ଜବ୍ ଅଫର , ଚାଲିଲେ ମିଳିବ ୨୮ ହଜାର

Key Points
- ଟେସଲାର ନୂଆ ଜବ୍ ଅଫର
- ଚାଲିଲେ ମିଳିବ ୨୮ ହଜାର
- ଘଂଟାକୁ ୪ ହଜାର ଲେଖାଏଁ
ଅର୍ଗସ ବ୍ୟୁରୋ : ପ୍ରତିଦିନ ଯଦି ୭ ଘଣ୍ଟା ଚାଲିବେ ତେବେ ଆପଣଙ୍କୁ ମିଳିବ ୨୮ ହଜାର ଟଙ୍କା । ଏପରି ଚାକିରି କଥା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ହେଲେ ଏପରି ଚାକିରି ଟେସଲା କମ୍ପାନୀ ଦ୍ବାରା ଘୋଷଣା କରାଯାଇଛି । ଟେସଲାର ସିଇଓ ଏଲନ ମସ୍କ ଏପରି ଅଫର ଜାରି କରିଛନ୍ତି । ଏହା ଶୁଣିବା ପରେ ପ୍ରତ୍ୟେକ ଚାକିରି ଖୋଜୁଥିବା ବ୍ୟକ୍ତି ଏହି ଚାକିରି ପାଇଁ ଆକୃଷ୍ଟ ହେବେ । ବିଶେଷ ଭାବେ ଟେକ୍ନୋଲୋଜିକୁ ଭଲ ପାଉଥିବା ବ୍ୟକ୍ତିମାନେ ଏହି ଚାକିରିକୁ ଖୁବ ପସନ୍ଦ କରିବେ । ତେବେ ଚାକିରି ବିଷୟରେ ସମ୍ପୁର୍ଣ୍ଣ ବିବରଣି ଏବଂ କିପରି ଆପ୍ଲାଏ କରିବେ ଆସନ୍ତୁ ଜାଣିବା ।ଟେସଲା କମ୍ପାନୀ ନିଜର ହ୍ୟୁମାନଏଡ୍ ରୋବର୍ଟ ଅପ୍ଟିମସକୁ ଟ୍ରେଣ୍ଡ କରିବା ପାଇଁ ଲୋକଙ୍କୁ ଖୋଜୁଛି । ଏହି କାମ ପାଇଁ ସେ ପ୍ରତି ଘଣ୍ଟାକୁ ୪୮ ଡଲାର ଅର୍ଥାତ ୪ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଛି । ଯାହାଦ୍ବାରା ଏହି ଚାକିରିରେ ଜଣେ ଲୋକ ପ୍ରତିଦିନ ୨୮ ହଜାର ଟଙ୍କା ରୋଜଗାର କରିପାରିବ ।
ଏଥିରେ ଆପଣଙ୍କୁ କେବଳ ଚାଲିବାକୁ ପଡିବ । ଆପଣଙ୍କୁ ମୋଶନ କ୍ୟାପଚର ସୁଟ୍ ଏବଂ ଭର୍ଚୁଆଲ ରିୟାଲିଟି ହେଡସଟ୍ ପିନ୍ଧି ରୋବଟକୁ ଅଲଗା ଅଲଗା କାମ ଶିଖାଇବାକୁ ପଡିବ । ଏହି ଡାଟା ପରେ ଅପ୍ଟିମସ ରୋବର୍ଟକୁ ଅଧିକ ହ୍ୟୁମାନଏଡ କରିବା ପାଇଁ ବ୍ୟବହାର କରାଯିବ । ଏହି ଚାକିରି କରିବା ଦ୍ବାରା ଆପଣଙ୍କର ଟେକ୍ନୋଲୋଜି ବିଷୟରେ ଯେଉଁ ଜ୍ଞାନ ବଢିବା ତାହା ଆପଣଙ୍କ ଭବିଷ୍ୟତ ପାଇଁ ବେଶ କାମରେ ଆସିବ । ଯେଉଁଥିରେ ଆପଣଙ୍କୁ ଘଣ୍ଟାକୁ ୪ ହଜାର ଟଙ୍କା ମିଳିବ । କେବଳ ସେତିକି ନୁହେଁ, ହେଲ୍ଥ ଇନସ୍ୟୁରାନ୍ସ , ରିଟାୟାରମେଣ୍ଟ ପ୍ଲାନ ଏବଂ ଆହୁରି ଅନେକ ସୁବିଧା ମିଳିବ । ବିଶେଷ ଭାବେ ଆପଣ ନିଜ ପସନ୍ଦ ଅନୁସାରେ ସିଫ୍ଟ ବାଛିପାରିବେ ।
ତେବେ ଏହି ଚାକିରି କରିବା ପାଇଁ କମ୍ପାନୀ ତରଫରୁ କିଛି ସର୍ତ୍ତ ରଖାଯାଇଛି । ଏହି ଚାକିରି ପାଇଁ ଆପଣଙ୍କ ହାଇଟ ୫ ଫୁଟ ୭ରୁ ୫ ଫୁଟ ୧୧ ଇଞ୍ଚ ପର୍ଯ୍ୟନ୍ତ ରହିବ । ଆପଣ ୩୦ ପାଉଣ୍ଡ ଓଜନର ଜିନିଷ ଉଠାଇ ପାରୁଥିବା ଦରକାର । ଏହି ଚାକିରିରେ ଆପଣଙ୍କୁ ଟେକ୍ନୋଲୋଜି ପ୍ରତି ଆଗ୍ରହ ଥିବା ଦରକାର । ଟେସଲା କ୍ୟାରିଅର ୱେବସାଇଟକୁ ଯାଇ ଆପଣ ଏହି ଚାକିରି ପାଇଁ ଆପ୍ଲାଏ କରିପାରିବେ ।
📱 Get Argus News App
✨