TFI UP Unit Ramleela Protest / ଟିଇଟି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ; ପରୀକ୍ଷାକୁ ନେଇ ତେଜିଲା ବିବାଦ
·4 months ago·2 min read

Key Points
ଟିଇଟି ବିରୋଧରେ ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ଭାରତୀୟ ଶିକ୍ଷକ ମହାସଂଘ ଆହ୍ୱାନକ୍ରମେ ବରିଷ୍ଠ ଶିକ୍ଷକ।
Why TFI UP Unit Oppose TET: ଶିକ୍ଷକତାରୁ ଅବସର ନେବାର ବୟସ ହୋଇଗଲାଣି। ହେଲେ ବାକି ରହିଥିବା ଚାକିରିକୁ ବଞ୍ଚାଇବା ପାଇଁ ଏବେ ରାଜରାସ୍ତାକୁ ଓହ୍ଲାାଇଛନ୍ତି ଶିକ୍ଷକ। ବର୍ତ୍ତମାନ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ରାମଲୀଳୀ ମୈଦାନରେ ଯେଉଁଠି ଖୋଦ୍ ବରିଷ୍ଠ ଶିକ୍ଷକ ନିଜେ ଶିକ୍ଷକ ଯୋଗ୍ୟତା ପରୀକ୍ଷାା (ଟିଇଟି) କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାରୀ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପରେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କ ଉପରେ ଏବେ ଟିଇଟି ଦେବାକୁ ଚାପ ପଡୁଛି। ଏହାର ପ୍ରତିବାଦରେ ଶନିବାର (ଅପ୍ରେଲ ୪) ହଜାର ହଜାର ସରକାରୀ ଶିକ୍ଷକ ଦିଲ୍ଲୀ ସ୍ଥିତି ରାମଲୀଳା ମଇଦାନରେ ଏକାଠି ହୋଇଥିଲେ। ଦେଶରେ ଏବେ ପ୍ରାୟ ୨୦ ଲକ୍ଷରୁ ଅଧିକ ସରକାରୀ ଶିକ୍ଷକଙ୍କ ଚାକିରି ଟିଇଟି ପାଇଁ ବିପଦରେ ରହିଥିବାର କୁହାଯାଉଛି।
ସମ୍ପୂର୍ଣ୍ଣ ମାମଲା କ'ଣ?
ସୁପ୍ରିମକୋର୍ଟ ଶିକ୍ଷକ ଯୋଗ୍ୟତା ପରୀକ୍ଷାା (Teacher Eligibility Test) କୁ ବାଧ୍ୟତାମୂଳକ କରିଛନ୍ତି। ସମଗ୍ର ଦେଶରେ ଏପରି ୨୦ ଲକ୍ଷ ଶିକ୍ଷକ ଅଛନ୍ତି ଯେଉଁମାନେ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିଲେ। ସେମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରେ ପ୍ରାୟ ୨୦୦,୦୦୦ ଶିକ୍ଷକ ଅଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କୁ ଟିଇଟି (TET Exam in India) ପାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନହେଲେ ଦୁଇ ବର୍ଷ ମଧ୍ୟରେ ସେମାନଙ୍କ ଚାକିରି ବିପଦରେ ପଡ଼ିଯିବ। ଏହାର ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରୁ ଶିକ୍ଷକ ଶନିବାର ଦିଲ୍ଲୀ ରାମଲୀଳା ମଇଦାନରେ ଭାରତୀୟ ଶିକ୍ଷକ ମହାସଂଘ (Teachers Federation Of India) ଆହ୍ୱାନ କ୍ରମେ ଏକାଠି ହୋଇଛନ୍ତି।
କାହିଁକି ଟିଇଟି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ
ପ୍ରତିବର୍ଷ ପାଠ ପଢା ସରିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା କରୁଥିବା ଖୋଦ ଶିକ୍ଷକ, ଏବେ ନିଜେ ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବିରୋଧ କରୁଛନ୍ତି। ଭାରତୀୟ ଶିକ୍ଷକ ମହାସଂଘ ଜାତୀୟ ସମ୍ପାଦକ ସଞ୍ଜୀବ ଶର୍ମା କହିଛନ୍ତି ଯେ ବହୁ ବର୍ଷ ଧରି ଶିକ୍ଷାଦାନ କରିବା ପରେ, ଏବେ ବରିଷ୍ଠ ଶିକ୍ଷକଙ୍କୁ ଏବେ ଟିଇଟି ଦେବାକୁ କୁହାଯାଉଛି। ଏହା ଜଣେ ଅଭିଜ୍ଞ ଡାକ୍ତରଙ୍କୁ ନିଟ୍ (NEET) ପାସ୍ କରିବାକୁ କହିବା ସହ ସମାନ। ଏହା କ'ଣ କେବେ କେଉଁଠି ହୋଇଛି? ଟିଇଟି ବଦଳରେ ସରକାର ଅଭିଜ୍ଞ ଶିକ୍ଷକଙ୍କୁ ନୂତନ ପଦ୍ଧତିରେ ତାଲିମ ଦେବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ରାଲିରେ ସାମିଲ ହୋଇଥିବା ଉତ୍ତର ପ୍ରଦେଶ ଡୁମରିଆଗଞ୍ଜ ଲୋକସଭା ଆସନର ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ଯେ ସେ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ସମଗ୍ର ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏହି ଦାବି ଉଠାଇ ଏହାର ସମାଧାନ ଖୋଜାଯିବ।
ସଙ୍କଟ କେବେ ଆରମ୍ଭ ହୋଇଥିଲା?
ଗତ ୨୦୨୫ ସେପ୍ଟେମ୍ବର ପହିଲାରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି କହିଥିଲେ ଯେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ଅଧିନରେ ରହିଥିବା ବିଭିନ୍ନ ବିଭିନ୍ନ ବିଦ୍ୟାଳୟର ଶିକ୍ଷା ଅଧିକାର ଆଇନ (RTE) ଲାଗୁ ହେବା ପୂର୍ବରୁ ନିଯୁକ୍ତ ଶିକ୍ଷକଙ୍କୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଟିଇଟି ପାସ୍ କରିବାକୁ ହେବ। ଭାରତୀୟ ଶିକ୍ଷକ ମହାସଂଘର ଜାତୀୟ ସଭାପତି ଦିନେଶ ଚନ୍ଦ୍ର ଶର୍ମା କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶିକ୍ଷକଙ୍କ ପକ୍ଷ ଶୁଣି ନାହାନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଯୋଗୁଁ ଦେଶର ୨୦ ଲକ୍ଷ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି। ସେମାନେ ଦାବି କରୁଛନ୍ତି ଯେ ୨୦୧୦ ପୂର୍ବରୁ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକ ଯୋଗ୍ୟତା ପରୀକ୍ଷାାରୁ ବାଦ
ଦିଆଯାଉ। ସରକାର ଏନେଇ ଏକ ଅଧ୍ୟାଦେଶ ଆଣନ୍ତୁ।

Related Topics
Explore more stories