Videos
|
National

ନିର୍ବାଚନ ପାଇଁ ଆପଣଙ୍କ ଗାଡି ନେବ ପ୍ରଶାସନ, ଜାଣନ୍ତୁ କଣ ରହିଛି ନିୟମ..

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନିର୍ବାଚନ ପାଇଁ ଆପଣଙ୍କ ଗାଡି ନେବ ପ୍ରଶାସନ, ଜାଣନ୍ତୁ କଣ ରହିଛି ନିୟମ..

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି । ନିର୍ବାଚନକୁ ନେଇ ପ୍ରସ୍ତୁତି ଖୁବ ଜୋରସୋରରେ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟ ତଥା ଜିଲ୍ଲାରେ ନିର୍ବାଚନକୁ ନେଇ ପ୍ରସ୍ତୁତି ଜାରି ରହିଛି । ଏ ଭିତରେ ଏକ ନୋଟିସ ଜାରି କରିଛି ଉତ୍ତରପ୍ରଦେଶ ଗାଜିଆବାଦର ଜିଲ୍ଲା ନିର୍ବାଚନ ଅଧିକାରୀ । ଯାହାକୁ ନେଇ ଲାଗିରହିଛି ଚର୍ଚ୍ଚା । ଏହି ନୋଟିସ ଜିଲ୍ଲାର ସମସ୍ତ ପ୍ରାଇଭେଟ ଗାଡି ମାଲିକଙ୍କୁ ଦିଆଯାଇଛି । ନିର୍ବାଚନ ଡ୍ୟୁଟି ପାଇଁ ସେମାନଙ୍କ ଗାଡିକୁ ପୋଲିସ ଲାଇନରେ ଜମା କରିବାକୁ ନୋଟିସ ଦର୍ଶାଯାଇଛି ।

ଅଧିକ ପଢନ୍ତୁ election-24   ଖବର 

ଏହି ନୋଟିସରେ ଲେଖାଯାଇଛି , କାର ମାଲିକ ନିଜ ଗାଡିକୁ ଏପ୍ରିଲ ୨୩ ତାରିଖ ସକାଳ ୧୦ ବେଳେ ପୋଲିସ ଲାଇନ ପ୍ରଭାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଜମା କରିବାକୁ ପଡିବ । ଗାଡିକୁ ସଠିକ ସ୍ଥାନରେ ରଖିବା ସହ ଏହାର ଖର୍ଚ୍ଚ ମଧ୍ୟ ନିଜେ ଗାଡି ମାଲିକ ହିଁ ଭରଣ କରିବ । ଯଦି ଗାଡିର କୌଣସି କ୍ଷତି ହୁଏ ତେବେ ଗାଡି ମାଲିକ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇପାରିବେ । ତେବେ ଜିଲ୍ଲା ପ୍ରଶାସନ ଗାଡି ମାଲିକକୁ ଗାଡି ବାବଦକୁ ଟଙ୍କା ମଧ୍ୟ ଦେବ । ଲୋକ ପ୍ରତିନିଧିତ୍ବ ଅଧିନିୟମ ୧୯୫୧ ର ଧାରା ୧୬୦ ରେ ଉଲ୍ଲେଖ ରହିଛି ଯେ ନିର୍ବାଚନ ଦ୍ବାରା ସମ୍ବନ୍ଧିତ କୌଣସି କାର୍ଯ୍ୟ ପାଇଁ ପ୍ରାଇଭେଟ ଗାଡି ବ୍ୟବହାର କରାଯାଇପାରିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The administration will take your private car for election | Argus News