Videos
|
National

ହୀରା ହାର ସହ ସୁନା ଚେନ୍ ଫେରାଇଲେ ଅଟୋ ଡ୍ରାଇଭର

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ହୀରା ହାର ସହ ସୁନା ଚେନ୍ ଫେରାଇଲେ ଅଟୋ ଡ୍ରାଇଭର

ଅର୍ଗସ ବ୍ୟୁରୋ : ଆଜି ବି ବଞ୍ଚିଛି ମାନବିକତା । ଆଜି ବି ଲୋକଙ୍କ ଭିତରେ ରହିଛି ମଣିଷପଣିଆ । ଏପରି ବିଶ୍ବାସ କରିବାକୁ ବାଧ୍ୟ କରିଛନ୍ତି ଜଣେ ଅଟୋ ଡ୍ରାଇଭର । ଯିଏ ନିଜର ମାନବିକତା ଦେଖାଇ ସମାଜରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସମାଜରେ ବଢୁଥିବା ଅନେକ ନକରାତ୍ମକ କଥା ଭିତରୁ ଏକ ସକରାତ୍ମକ ଭାବ ଲୋକଙ୍କ ମନ ଭିତରେ ଆଣିଛନ୍ତି । 

ଗୁରୁଗ୍ରାମର ଏହି ଅଟୋ ଡ୍ରାଇଭରଙ୍କ କଥା ଲିଙ୍କଡେନରେ ଶେୟାର କରିଛନ୍ତି ପ୍ରଡକ୍ଟ ମ୍ୟାନେଜର ଅର୍ଣ୍ଣବ୍ ଦେଶମୁଖ୍ । ସେ ଲେଖିଛନ୍ତି ତାଙ୍କର ଜଣେ ବାନ୍ଧବୀ ମଧ୍ୟାହ୍ନ ୧ଟା ସମୟରେ ଅଟୋରେ କିଛି ଜରୁରୀ ଜିନିଷ ସହ ନିଜ ଘରକୁ ଯାଉଥିଲେ ।  ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପରେ ୟୁପାଇ ଦ୍ବାରା ଡ୍ରାଇଭରକୁ ପେମେଣ୍ଟ କରିବା ପରେ ଭୁଲବଶତଃ ନିଜର ବ୍ୟାଗ ସେଠାରେ ଛାଡି ଦେଇଥିଲେ । ଯେଉଁଥିରେ ନିଜର ଆଧାର କାର୍ଡ, ପ୍ୟାନ କାର୍ଡ ଆଦି ସହ ଗୋଟେ ସୁନା ଚେନ୍  ଏବଂ ହୀରା ପେଣ୍ଡେଣ୍ଟ ମଧ୍ୟ ଥିଲା । ଯାହା ସେ ନିଜର ମାଆ ଏବଂ ଜେଜେମାଆଙ୍କୁ ଗିଫ୍ଟ କରିବାକୁ ଆଣିଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ହେଲେ ଯେତେବେଳେ ସେ ଜାଣିପାରିଲେ ନିଜ ବ୍ୟାଗ ସେ ଅଟୋରେ ଛାଡିଛନ୍ତି, ସେ ସଙ୍ଗେସଙ୍ଗେ ପୋଲିସକୁ ଜଣାଇଥିଲେ । ପୋଲିସ ଅଟୋକୁ ଅପରାହ୍ନ ୪ରେ ଟ୍ରାକ କରିପାରିଥିଲା । ହେଲେ ଏହାର ଗୋଟେ ଘଣ୍ଟା ପରେ ପ୍ରପୋର୍ଟି ମ୍ୟାନେଜର ପାଖରୁ ସେମାନଙ୍କ ପାଖକୁ ଏକ କଲ ଆସିଥିଲା । ସେ କହିଥିଲେ କି ସେହି ଡ୍ରାଇଭର ଜଣକ ତାଙ୍କୁ ତାଙ୍କର ବ୍ୟାଗ ଫେରାଇଛନ୍ତି । ଏମାନେ ସେଠାରେ ପହଞ୍ଚିବା ପରେ ଦେଖିଥିଲେ, ଯେ ସେହି ପର୍ସରେ ସବୁ ଜିନିଷ ପୂର୍ବ ପରି ସେହି ସ୍ଥାନରେ ଅଛି । ସମସ୍ତ ଜିନିଷ ସୁରକ୍ଷିତ ଅଛି । ଏହାପରେ ସେ ସେହି ଡ୍ରାଇଭରକୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ଅନେକ ଲୋକ ଖୁବ ପ୍ରଶଂସା କରିଛନ୍ତି, ଏବଂ କହିଛନ୍ତି , ଏବେ ବି ବଞ୍ଚିଛି ମାନବିକତା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: