Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖୁବ୍ ଶୀଘ୍ର ଟ୍ରାକରେ ଦଉଡ଼ିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଖୁବ୍ ଶୀଘ୍ର ଟ୍ରାକରେ ଦଉଡ଼ିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍

ଅର୍ଗସ ବ୍ୟୁରୋ : ଆରାମ ଦାୟକ ଯାତ୍ରା ସାଙ୍ଗକୁ ଦ୍ରୁତ ଗତିର ମଜା। ଖୁବ୍ ଶୀଘ୍ର ଟ୍ରାକରେ ଦଉଡ଼ିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍। ଯାତ୍ରୀଙ୍କ ସାଟିସଫେକ୍ସନକୁ ନଜରରେ ରଖି ଉନ୍ନତମାନର ଟେକ୍ନୋଲୋଜିରେ ପ୍ରସ୍ତୁତ ହେଉଛି ଏହି ଟ୍ରେନ୍। ଏହି ଟ୍ରେନ୍ ଘଣ୍ଟା ପ୍ରତି 160ରୁ ବି ଅଧିକ କିଲୋମିଟର ବେଗରେ ଚାଲିବ। ଟ୍ରେନରେ ଯାତ୍ରୀ ବିଶ୍ବ ସ୍ତରୀୟ ସୁବିଧା ପାଇ ପାରିବେ। ହାଇକ୍ଲାସ ଇଣ୍ଟେରିଅର, ୟୁ ଏସ ବି ଚାର୍ଜର, ସେନ୍ସର ବେସଡ଼ ଡୋର, ରିମୋଟ କଣ୍ଟ୍ରୋଲ, ଫାୟାରସେପ୍ଟି ଉଇଣ୍ଡୋ ସହ ଫାଷ୍ଟ କ୍ଲାସ ଏସିରେ ହଟ ୱାଟର ସାୱାରର ମଧ୍ୟ ସୁବିଧା ପାଇବେ ଯାତ୍ରୀ।

ଅଧିକ ପଢନ୍ତୁ : ଆଜିଠୁ ପୁଣି ଗଡ଼ିବ ତିନିଟି ନୂଆ ବନ୍ଦେ ଭାରତ : ଉଦଘାଟନ କରିବେ ମୋଦି

ଦିବ୍ୟାଙ୍ଗ ଯାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର କୋଚ ସହ ସ୍ବତନ୍ତ୍ର ଟଏଲେଟର ମଧ୍ୟ ବ୍ୟବସ୍ଥା ରହିଛି। ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଙ୍ଗାଲୋରର ବନ୍ଦେ ଭାରତ ୱାଗନ ଫେକ୍ଟ୍ରି ବୁଲିବା ସହ କୋଚ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଅଧିକାରୀ ଓ ଇଞ୍ଜିନିୟରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରେଳ ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Bandebharat sleeper train will run on the tracks soon | Argus News