Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଓଡ଼ିଶା ଆସୁଛି କେରଳରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତଦେହ 

Manini Pattanayak
Browse all articles by Manini Pattanayak
·1 year ago
ଆଜି ଓଡ଼ିଶା ଆସୁଛି କେରଳରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତଦେହ 

ଭୁବନେଶ୍ୱର:  ଆଜି ଓଡ଼ିଶା ଆସୁଛି କେରଳରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ । ସମ୍ପର୍କୀୟ ଦାଦାଙ୍କ ସହ ମୃତଦେହକୁ ସଡ଼କ ପଥରେ ପଠାଯାଇଛି । ଗତ 29 ତାରିଖରେ ବାଙ୍ଗାଲୋରରୁ ୱାୟନାଡ଼ ବୁଲିବାକୁ ଯାଇଥିଲେ କଟକ ଚୌଦ୍ବାର ଅଞ୍ଚଳର ବିଷ୍ଣୁପ୍ରସାଦ ଚିନ୍ନାରା ଓ ତାଙ୍କ ପତ୍ନୀ।

ତାଙ୍କ ସାଙ୍ଗରେ ଯାଇଥିଲେ ଡାକ୍ତର ସ୍ବାଧୀନ ପଣ୍ଡା ଓ ତାଙ୍କ ବାନ୍ଧବୀ ସ୍ବୀକୃତି ମହାପାତ୍ର । ହଠାତ୍ ଭୂସ୍ଖଳନ ହେବାରୁ ନିଖୋଜ ହୋଇଯାଇଥିଲେ 4 ଜଣ । ପରେ ବିଷ୍ଣୁପ୍ରସାଦଙ୍କ ପତ୍ନୀ ଓ ସ୍ବାଧୀନଙ୍କ ବାନ୍ଧବୀ ସ୍ବୀକୃତି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ମେଡିକାଲରେ ସେମାନଙ୍କର ଚିକିତ୍ସା ଜାରି ରହିଥିବାବେଳେ ବିଷ୍ଣୁପ୍ରସାଦ ଚିନ୍ନାରା ମୃତଦେହ ଠାବ ହୋଇଥିବା ଖବର ପହଞ୍ଚିଥିଲା । ଯାହାକୁ ନେଇ ବିଷ୍ଣୁପ୍ରସାଦଙ୍କ ପରିବାର ଲୋକେ ଭାଙ୍ଗି ପଡିଥିବାବେଳେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଏବେ ବି ପତ୍ତା ମିଳିନାହିଁ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The body of the doctor Bishnu Prasad, who died in Kerala, is arriving in Odisha today | Argus News