Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଗଷ୍ଟ 12 ତାରିଖ ଯାଏ ଚାଲିବ ସଂସଦର ବଜେଟ ଅଧିବେଶନ

Smruti Parija
Browse all articles by Smruti Parija
·1 year ago
ଅଗଷ୍ଟ 12 ତାରିଖ ଯାଏ ଚାଲିବ ସଂସଦର ବଜେଟ ଅଧିବେଶନ

ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଅଗଷ୍ଟ 12 ତାରିଖ ଯାଏ ଚାଲିବ ଅଧିବେଶନ। ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23ରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଏନେଇ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । 

ସର୍ବଦଳୀୟ ବୈଠକରେ ବିଜେପି ସମେତ 44ଟି ଦଳ ଭାଗ ନେଇଥିଲେ । ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଅଧିବେଶନ। ଅଧିବେଶନରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ ଆସିବା ସମ୍ଭାବନା ରହିଛି । ୯୦ ବର୍ଷର ପୁରୁଣା ଏୟାରକ୍ରାଫ୍ଟ ବିଲ ବଦଳି ଭାରତୀୟ ବାୟୁଯାନ ବିଧେୟକ ବିଲ ସହ ଅର୍ଥ ବିଲ, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ, କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍ , ରବର ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍ ଆସିବା ସମ୍ଭାବନା ରହିଛି ।

ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The budget session of Parliament will start from today The session will continue till August 12 | Argus News