Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରେଳ ପ୍ରୋଜେକ୍ଟକୁ ନେଇ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ରେଳ ପ୍ରୋଜେକ୍ଟକୁ ନେଇ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ୮ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ସେଥିରେ ଓଡିଶା ପାଇଁ ୩ଟି ରେଳ ପ୍ରୋଜେକ୍ଟ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି,  ପୂର୍ବୋଦୟ ବିକାଶରେ ମୋଦି ସରକାରର ଓଡ଼ିଶାକୁ ବେଶୀ ଗୁରୁତ୍ବ । ସେଥିପାଇଁ ତ କେନ୍ଦ୍ର କ୍ୟାବିନେଟରେ ୮ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ୬ଟି ହେଉଛି ଓଡ଼ିଶାର । ପୂର୍ବ ଭାରତର ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପ ବାବଦକୁ ୨୪,୬୫୭ କୋଟି ଟଙ୍କା ମଞ୍ଜୁର ହୋଇଛି । 3ଟା ପ୍ରୋଜେକ୍ଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ହୋଇଥିବାବେଳେ ଅନ୍ୟ ୩ଟି ପ୍ରୋଜେକ୍ଟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ମଞ୍ଜୁର ହୋଇଛି। ଏହି ୬ଟି ନୂଆ ରେଳ ଲାଇନରେ ଗୁଣୁପୁରରୁ ଥିରୁବାଲି ନ୍ୟୁ ଲାଇନ ୭୩ କିମି ସଂଯୋଗ କରିବ। ଏଥିପାଇଁ ୧୩୨୬କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନାଗଡରୁ ନବରଙ୍ଗପୁର ନ୍ୟୁ ଲାଇନ ୧୧୬ କିମି ନିର୍ମାଣ ହେବ। ଏଥିପାଇଁ ୩୨୭୪କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୧୭୩ କିମି ବିଶିଷ୍ଟ ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ ଭାୟା ଭଦ୍ରାଚଳମ ନ୍ୟୁ ଲାଇନ ପାଇଁ ୪୧୦୯କୋଟି ଟଙ୍କା ଖର୍ଚ୍ଚ ହେବ ।

ଅଧିକ ପଢନ୍ତୁ : ଓଡିଶା ପାଇଁ ୩ ବଡ ରେଳ ପ୍ରକଳ୍ପ

ଏହି 3ଟି ପ୍ରୋଜେକ୍ଟ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାକୁ ସଂଯୋଗ କରିବ। ପୁରା ପ୍ରକଳ୍ପ ଦ୍ବାରା ଝାଡଖଣ୍ଡ-ଛତିଶଗଡ-ଓଡ଼ିଶା ୩ ରାଜ୍ୟକୁ ପୂର୍ବ ଉପକୂଳର ବନ୍ଦରକୁ ସଂଯୋଗ କରିବ। ଅନ୍ୟ ୩ଟି ପ୍ରୋଜେକ୍ଟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପରେ ବାଦାମପାହଡ-କେନ୍ଦୁଝର ନ୍ୟୁ ଲାଇନ ୮୨ କିମି, ବାଙ୍ଗିରିପୋଷି-ଗୋରୁମହିଷାଣୀ ନ୍ୟୁ ଲାଇନ ୮୫ କିମି ଏବଂ ବୁରାମରା-ଚାକୁଳିଆ ନ୍ୟୁ ଲାଇନ ୬୦ କମି ନିର୍ମାଣ କରଯିବ। ଓଡ଼ିଶାକୁ ଚଳିତ ବଜେଟରେ ମିଳିଛି 10586 କୋଟି ଟଙ୍କା । ୟୁପିଏ ସରକାର ସମୟରେ ହାରାହାରି ବାର୍ଷିକ ମିଳୁଥିଲା 838 କୋଟି ଟଙ୍କା । ଅର୍ଏଥାତ୍ ଏବେ ମୋଦି ସରକାର ସମୟରେ ଅନୁଦାନ 12 ଗୁଣା ଅଧିକ । ସେହିପରି ପୂର୍ବରୁ ବିଜେଡି ସରକାରରେ ଜମି ଅଧିଗ୍ରହଣ ଠାରୁ ବିଭିନ୍ନ ସମସ୍ୟା ପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନ ଥିଲା । ଏବେ ଡବଲ୍ ଇଞ୍ଜିନ ସରକାର ହେବା ଫଳରେ ପ୍ରକଳ୍ପର ବେଗ ବହୁଗୁଣରେ ଗତି ହାସଲ କରିବ ବୋଲି ଆଶା କରାଯାଉଛି । ସେପଟେ ଓଡ଼ିଶାର ରେଳପଥକୁ ବିକଶିତ କରିବା ପାଇଁ 6 ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister thanked for the railway project | Argus News