Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

Banajyotshna Ray
Browse all articles by Banajyotshna Ray
·1 year ago·4 min read
ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

ଅର୍ଗସ ବ୍ୟୁରୋ:  ସାରା ଦେଶରେ ସ୍ବାଧୀନତା ଦିବସ ପାଳନର ଧୁମ । ଦେଶ ସ୍ବାଧୀନ ହେବା ପାଇଁ ପ୍ରାଣବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ମନେପକାଇ ଦେଶ ପାଳୁଛି 78ତମ ସ୍ବାଧୀନତା ଦିବସ । ଦୁର୍ଗମ ଇଲାକାଠୁ ଆରମ୍ଭ କରି ଉପକୂଳ, ମାଓ ଅଧ୍ୟୁଷିତ ଅଂଚଳ ଠାରୁ ଆରମ୍ଭ କରି ସୀମାରେ ବେଶ ଧୁମଧାମରେ ପାଳିତ ହୋଇଛି ସ୍ବାଧୀନତା ଦିବସ ।

ରାଜ୍ୟର ଦୁର୍ଗମ ଇଲାକାରେ ବେଶ ଧୁମଧାମରେ ଉତ୍ସାହର ସହିତ ପାଳିତ ହୋଇଛି ସ୍ବାଧୀନତା ଦିବସ । 
ଉମରକୋଟ, ବିଷମ କଟକ, ବଣାଇ, ଗଜପତି , ମୋରଡା ଏବଂ ମୟୁରଭଞ୍ଜରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା । 
ନବରଙ୍ଗପୁର ଜିଲ୍ଲାରେ ରାଇଘର ସୀମାବର୍ତ୍ତୀ ସ୍କୁଲର ଛାତ୍ର ଛାତ୍ରୀମାନେ ବହୁ ଆନନ୍ଦ ଉଲ୍ଲାସ ର ସହ ପତକା ଉତ୍ତୋଳନ କରିଥିଲେ । 
ବିଷମକଟକ ମିନିଷ୍ଟାଡିୟମ ଠାରେ ବିଧାୟକ ନିଳମାଧବ ହିକକା ଯୋଗଦେଇ ପତାକା ଉତ୍ତୋ ଳନ କରିବା ସହ ମିଳିତ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ । 
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରେ ବାଣିଜ୍ୟ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । 
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାର ବିଭିନ୍ନ ସ୍ଥାନରେ ମାହା ଆଡ଼ମ୍ବରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଆବଳ ବୃଦ୍ଧ ବନିତା, ଯୁବ, ଛାତ୍ର ଏହି ଦିନଟିକୁ ମହା ପର୍ବ ଭାବେ ପାଳନ କରିଛନ୍ତି। 
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଠାରେ ସ୍ଥାନୀୟ କଚେରୀ ପଡିଆରେ ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଉପ ଜିଲ୍ଲାପାଳ ସରୋଜ ବେହେରା ଯୋଗ ଦେଇ ପତାକା ଉତ୍ତଳନ କରି ଅଭିବାଦନ ଗ୍ରହଣ କରିଥିଲେ।

ସେହିପରି ଉପକୂଳ ଅଂଚଳରେ ମଧ୍ୟ ସ୍ବାଧୀନତା ଦିବସ ବେଶ ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ । ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ବାଲେଶ୍ବର ଏବଂ ଭଦ୍ରକରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପରିସରରେ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ତପନ ସେନାପତି ପତାକା ଉତୋଳନ କରିଥିଲେ ।କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଓ ସ୍କୁଲ କଲେଜରେ ମହାଆଡମ୍ବରରେ ସ୍ବାଧୀନତା ଦିବସ ପାଳନ କରାଯାଇଛି।

ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପରିସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ l ଭଦ୍ରକରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଯୋଗ ଦେଇ ଜାତୀୟ ପତକା ଉତ୍ତେଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଭୋଗରାଇ ବ୍ଲକ ଥାନାଛକ ହେଲିପ୍ୟାଡ଼ ପଡିଆରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଯୋଗ ଦେଇ ପତକା ଉତୋଳନ କରିଥିଲେ । ଛାତ୍ର ଛାତ୍ରୀଙ୍କ ଜାତୀୟ ପତାକା ପ୍ରଦର୍ଶନ ସମସ୍ତଙ୍କ ର ଆକର୍ଷଣ କେନ୍ଦ୍ର ପାଲଟିଥିଲା ।

ଗଞ୍ଜାମର ଛତ୍ରପୁର ଠାରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ତ୍ୟାଗ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଏବଂ ସ୍ବାଧୀନତା ସଂଗ୍ରାମରେ ପ୍ରାଣହରାଇଥିବା ବ୍ୟକ୍ତି, ଅନେକ ସ୍ବାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।କଟକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତକା ଉତ୍ତୋଳନ କରି କଟକବାସୀଙ୍କୁ ଦେଇଥିଲେ ଉଦବୋଧନ। 44 ଟି ଟୃପ ପରେଡ଼ରେ ଯୋଗଦେଇଥିଲେ ।  ଉପ ମୁଖ୍ୟମନ୍ତ୍ରୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ  ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ବାଧିନତା ସଂଗ୍ରାମୀ ମାନେ ପକାଇବା ସହ ସ୍ବାଧୀନତା ସଂଗ୍ରାମରେ  ନୂଆପଡ଼ା ଜିଲ୍ଲା ର ଅବଦାନ ଉପରେ ଆଲୋକପାତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟ ପଡିଆ ଠାର ପାଳିତ ହୋଇଯାଇଛି ସ୍ବାଧୀନତା ଦିବସ । ଉପଜିଲ୍ଲାପାଳ ପ୍ରେମାଂସୁ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ନୟାଗଡରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଛନ୍ତି l ଅନେକ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ସାମିଲ ହୋଇଥିଲେ l ନୟାଗଡ଼ ପୋଲିସ ପକ୍ଷରୁ 2008 ନୟାଗଡ଼ ମାଓ ଆକ୍ରମଣ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା l ରାଉଲକେଲାରେ ମୁଖ୍ୟ ଅତିଥି ଭାବେ ସୁନ୍ଦ ରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ସୁନ୍ଦ ରଗଡ ସଦର ମହକୁମା ସ୍ଥିତ ସରକାରୀ ମହାବିଦ୍ୟାଳୟ ଖେଳ ପଡିଅ।ରେ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ଅ।ନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରପୁତ୍ର ମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ବ୍ଲକରେ ମୁଖ୍ୟ ଅଥିତି ଭାବରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଉପସ୍ଥିତ ରହି ପତାକା ଉତୋଳନ କରିଥିଲେ । ସ୍ବାଧିନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷଙ୍କ ବଳିଦାନକୁ ମନେ ରଖିବା ପାଇଁ ଆହ୍ବାନ ଦେଇଥିଲେ । ସୋର ପୌରପାଳିକା ତରଫରୁ ସୋର ରାଧାନାଥ ପଡିଆ ରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ମୁଖ୍ୟ ଅତିଥି ଭାବରେ ସୋର ବିଧାୟକ ମାଧବ ଧଡ଼ା ଯୋଗ ଦେଇଥିଲେ । ଉଦଳାରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସହିଦ ଯବାନଙ୍କ ଉଦେଶ୍ୟରେ ସମସ୍ତେ ଗର୍ବ କରିବା ଦରକାର ବୋଲି ସେ କହିଥିଲେ। ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସହିଦ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ ।

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ ଠାରେ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧିନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷଙ୍କ ବଳିଦାନକୁ ମନେପକାଇଥିଲେ ।ଭୁବନେଶ୍ବର ବିଏସଏଫ ମୁଖ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଏସଏଫ ଆଇଜି ଚାରୁଧ୍ବଜ ଅଗ୍ରଓ୍ବାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The country is celebrating its 78th Independence Day | Argus News