Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋର୍ଟ କହିଲେ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ 

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
କୋର୍ଟ କହିଲେ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ 

Key Points

  • କୋଲକାତା ଲଜ୍ଜା ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
  • ଜଷ୍ଟିସ ପାରଦିୱାଲା କହିଲେ ୩୦ ବର୍ଷ ଭିତରେ ଦେଖିନୁ ଏଭଳି ଘଟଣା
  • କୋର୍ଟ କହିଲେ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ 
  • ଯଦି ସ୍ବାଭାବିକ ମୃତ୍ୟୁ ଥିଲା, ତେବେ କାହିଁକି କରାଗଲା ବ୍ୟବଚ୍ଛେଦ
  • ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ ଆଶ୍ଚର୍ଯ୍ୟଚକିତ
  • କାମରେ ଯୋଗଦେବା ଲାଗି ଡାକ୍ତରଙ୍କୁ ନିବେଦନ କଲେ ଅଦାଲତ

ଅର୍ଗସ ବ୍ୟୁରୋ : ଗୁରୁବାର ସାରା ଦେଶର ନଜର ଥିଲା ସୁପ୍ରିମକୋର୍ଟରେ କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ଉପରେ। ସିବିଆଇ ଏହି ମାମଲରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା ଷ୍ଟାଟର୍ସ ରିପୋର୍ଟ।  ପ୍ରଧାନ ବିଚାରପତି ଜଷ୍ଟିସ୍ D Y ଚନ୍ଦ୍ରଚୁଡଙ୍କ ନେତୃତ୍ବାଧୀନ ୩ ଜନିଆ ଖଣ୍ଡପୀଠ ଏହି ରିପୋର୍ଟ ଆଧାରରେ ମମତା ସରକାରଙ୍କ ପୋଲିସକୁ ନେଇ ପୁଣି କରିଥିଲେ ଭର୍ସନା। ସିଧାସିଧା ଟିପ୍ପଣୀ କରି କୋର୍ଟ କହିଛନ୍ତି ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ। ଏପରିକି ଜଷ୍ଟିସ ପାରଦିୱାଲା କହିଛନ୍ତି ୩୦ ବର୍ଷ ଭିତରେ ଦେଖିନୁ ଏପରି ଲଜ୍ଜାଜନକ ଘଟଣା। ଯେଉଭଳି ଭବେ ପ୍ରଥମେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ସ୍ବାଭାବିକ ମୃତ୍ୟୁ କୁହାଗଲା ଓ ପରେ ପୁଣି ମୃତଦେହ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦାଲତ। ବିଳମ୍ବରେ ଏଫଆଇଆର କରାଯିବାକୁ ନେଇ କୋର୍ଟ କରିଛନ୍ତି ପ୍ରଶ୍ନ। FIR ଦର୍ଜ୍ କରିବାକୁ ୧୪ ଘଂଟା କାହିକି ଲାଗିଲା ବୋଲି ପଚାରିଛନ୍ତି ଅଦାଲତ ।

ଏଥିସହ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ନିବେଦନ କରିଛନ୍ତି ଅଦାଲତ। ଡାକ୍ତରଖାନାରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି କୋର୍ଟ ଦେଇଛନ୍ତି ଭରସା। ଏଥିସହ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ହୋଇଥିଲା

ଅଧିକ ପଢନ୍ତୁ : କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା, ଚାଲିଛି ୩ ଜଣିଆ ଖଣ୍ଡପୀଠଙ୍କ ଶୁଣାଣି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ। ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ପ୍ରମାଣ ଓ ବୟାନ ଆଧାରରେ ପାଡ଼ିତାଙ୍କ ସହ ଗଣ ଦୁଷ୍କର୍ମ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ କେବଳ ଅଭିଯୁକ୍ତ ସଞ୍ଜୟ ରାୟର ହିଁ ସଂପୃକ୍ତି ଥିବା ସାମ୍ନାକୁ ଆସିଛି। ସେପଟେ ଗୁରୁବାର ସପ୍ତମ ଦିନ ପାଇଁ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜେରା କରିଛି ସିବିଆଇ। ଏଥିସହ ସନ୍ଦୀପଙ୍କ ଗିରଫ ନେଇ ବଢିଛି ସମ୍ଭାବନା। ସୁପ୍ରିମ କୋର୍ଟଙ୍କ ଭର୍ସନା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା, ମାମଲାର ଲିପାପୋତି ପାଇଁ ଉଦ୍ୟମ କରିବା ଏବଂ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ନେଇ ମମତା ସରକାର ବିରୋଧରେ ବିରୋଧୀ ଆଣିଥିବା ଅଭିଯୋଗକୁ ମିଳିଛି ବଳ। 

Sponsored
The court said the behavior of the West Bengal police was shameful | Argus News