Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା ! କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

National

ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା ! କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା ! କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଅର୍ଗସ ବ୍ୟୁରୋ : ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା ! କାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଘୂର୍ଣ୍ଣିବଳୟ । ୨୩ ତାରିଖରେ ନେବ ଲଘୁଚାପର ରୂପ । ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ନେବ ଅବପାତର ରୂପ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ ।

ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ । ୨୫ କିମ୍ବା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛି । ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ହୋଇନି ସ୍ପଷ୍ଟ । ଲଘୁଚାପ ସୃଷ୍ଟି ପରେ ଚିତ୍ର ସ୍ପଷ୍ଟ କରିବ ଭାରତୀୟ ପାଣିପାଗ ବିଭାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The cyclone is coming again in the Bay of Bengal! Tomorrow there will be a storm | Argus News