Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ଫୋର୍ବସ' ତାଲିକାରେ କ୍ଷମତାଶାଳୀ ମହିଳା ଭାବେ ସ୍ଥାନ ପାଇଲେ ଅର୍ଥମନ୍ତ୍ରୀ

National

'ଫୋର୍ବସ' ତାଲିକାରେ କ୍ଷମତାଶାଳୀ ମହିଳା ଭାବେ ସ୍ଥାନ ପାଇଲେ ଅର୍ଥମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
'ଫୋର୍ବସ' ତାଲିକାରେ କ୍ଷମତାଶାଳୀ ମହିଳା ଭାବେ ସ୍ଥାନ ପାଇଲେ ଅର୍ଥମନ୍ତ୍ରୀ

ଅର୍ଗସ ବ୍ୟୁରୋ :  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଏବଂ ସଙ୍ଗୀତକାର ଟେଲର୍‌ ସୱିଫ୍ଟ ମଧ୍ୟ ସାମିଲ ଅଛନ୍ତି। ଏହି ତାଲିକାରେ ନାମିତ ଅନ୍ୟ ତିନିଜଣ ଭାରତୀୟ ମହିଳା ହେଉଛନ୍ତି ଏଚସିଏଲ ନିଗମର ଏସଇଓ ରୋଶନୀ ନାଦର ମାଲହୋତ୍ରା , ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ଚେୟାରମ୍ୟାନ ସୋମା ମଣ୍ଡଳ ଏବଂ ବାୟୋକନ ପ୍ରତିଷ୍ଠାତା କିରଣ ମଜୁମଦାର-ଶୋ ।

ଅଧିକ ପଢନ୍ତୁ ଭାରତ ଖବର

ଏହି ତାଲିକାରେ ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭନ ଡେର୍‌ ଲେୟନ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମାଲିକ ଖ୍ରୀଷ୍ଟାଇନ ଲାଗାର୍ଡ ଏବଂ ତୃତୀୟ ସ୍ଥାନରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ରହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Finance Minister has been listed as the most powerful woman in the Forbes list | Argus News