Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ସେପ୍ଟେମ୍ବର ୧୮ରୁ ଜାମ୍ମୁ କାଶ୍ମୀରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତା ସେପ୍ଟେମ୍ବର ୧୮ରୁ ଜାମ୍ମୁ କାଶ୍ମୀରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ବଢୁଛି ପ୍ରତିଦ୍ବନ୍ଦ୍ବିତା । ଆସନ୍ତା ସେପ୍ଟେମ୍ବର 18ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏନସି , ପିଡିପି ସମେତ ବିଭିନ୍ନ ଦଳ ଇସ୍ତାହାର ଜାରି କରିଥିବାବେଳେ ଆଜି ଘୋଷଣା ହେବାକୁ ଯାଉଛି ବିଜେପି ଇସ୍ତାହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାରି କରିବେ ସଂକଳ୍ପ ପତ୍ର । ଏହାସହ ଜମ୍ମୁରେ ନିର୍ବାଚନୀ ରାଲିରେ ସାମିଲ ହୋଇ ପ୍ରଚାର କରିବେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରଠାରୁ ଆତଙ୍କବାଦ ସମସ୍ୟା ହ୍ରାସ ପାଇଥିବାବେଳେ ବିଜେପି ସପକ୍ଷରେ ଜନମତ ବୃଦ୍ଧି ପାଇଥିବା କହିଛନ୍ତି ଜମ୍ମୁ କାଶ୍ମୀର ବିଜେପି ସଭାପତି ତଥା ନୌସେରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ରୈନା ।

ଅଧିକ ପଢନ୍ତୁ : ହରିଆଣା, ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ମୋଦି ସରକାର ଜମ୍ମୁ କାଶ୍ମୀରର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଦେଇଥିବା କହିଛନ୍ତି ପୂର୍ବତନ ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ । ଦୀର୍ଘ 10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  90 ବିଧାନସଭା ଆସନରେ ତିନିଟି ପର୍ଯ୍ୟାୟରେ ହେବ ନିର୍ବାଚନ । 18 ସେପ୍ଟେମ୍ବର, 25 ସେପ୍ଟେମ୍ବର ଓ 1 ଅକ୍ଟୋବରରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ  24, ଦ୍ବିତୀୟ ପର୍ଯ୍ୟାୟରେ  26 ଓ ତୃତୀୟ ପର୍ଯ୍ୟାୟରେ  40 ଆସନରେ ହେବ ମତଦାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first phase of the Jammu and Kashmir elections will be held from September 18 | Argus News