Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବର ପିନ୍ଧିଛି ୨୦ଲକ୍ଷ ଟଙ୍କାର ମାଳ

National

ବର ପିନ୍ଧିଛି ୨୦ଲକ୍ଷ ଟଙ୍କାର ମାଳ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ବର ପିନ୍ଧିଛି ୨୦ଲକ୍ଷ ଟଙ୍କାର ମାଳ

ଅର୍ଗସ ବ୍ୟୁରୋ : ବିବାହ ଦିନକୁ ମଣିଷ ଜୀବନର ଏକ ବିଶେଷ ଦିନ ବୋଲି କୁହାଯାଏ। ଏହି ଦିନକୁ ସମସ୍ତେ ଚାହିଁଥାନ୍ତି ସ୍ବତନ୍ତ୍ର କରିବାପାଇଁ। ସେଥିପାଇଁ ସେ ଏହି ଦିନ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ଚାହାଁନ୍ତି କି  ସମସ୍ତଙ୍କ ଆଖି ଯେପରି ସେମାନଙ୍କ ଉପରେ ରହୁ। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ସୁନ୍ଦର ପୋଷାକ, ମେକ୍ ଅପ୍ , ଅଳଙ୍କାର ଇତ୍ୟାଦିରେ ସଜେଇ ହୋଇଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ବର ୫୦୦ ଟଙ୍କିଆ ନୋଟର ଏକ ମାଳ ପିନ୍ଧିଛନ୍ତି। 

ଅନେକ ସ୍ଥାନରେ ବିବାହ ସମୟରେ ବରର ବେକରେ ଟଙ୍କାର ମାଳ ପିନ୍ଧିବାର ପରମ୍ପରା ରହିଆସିଛି। କିନ୍ତୁ ଏହି ମାଳ ପ୍ରାୟତଃ ନକଲି ନୋଟରେ ତିଆରି ହୋଇଥାଏ। କିନ୍ତୁ ଯାହାପାଖେ ପ୍ରଚୁର ଟଙ୍କା ଥାଏ ସେ ଦଶ ହଜାର, କୋଡ଼ିଏ ହଜାର, କିମ୍ବା ପଚାଶ ହଜାର ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ମାଳ ପିନ୍ଧିଥାନ୍ତି। କିନ୍ତୁ ଏହି ଭିଡିଓରେ ଦେଖାଯାଇଛି ବର ଜଣକ ୨୦ ଲକ୍ଷ ଟଙ୍କାର ଏକ ମାଳ ପିନ୍ଧିଛନ୍ତି। ସେ ପାଖରେ ଥିବା କିଛି ସାଙ୍ଗ ଏବଂ ପିଲାମାନଙ୍କ ସହିତ ଟେରାସରେ ଠିଆ ହୋଇଛନ୍ତି।  ସେ ଏତେ ଲମ୍ବାର ଟଙ୍କା ମାଳ ପିନ୍ଧିଛନ୍ତି ଯେ ସେହି ମାଳ  ତଳେ ପଡିଲା ପରେ ବି ଶେଷ ହେଉନାହିଁ | ଲୋକମାନେ ଏହାକୁ ଦେଖି ବହୁତ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି। 

ଏହି ଭିଡିଓ ଇନଷ୍ଟାଗ୍ରାମରେ dilshadkhan_kureshipur ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ଏବଂ ଏହାକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି   ମଜାଳିଆ ମନ୍ତବ୍ୟ ଦେଉଛନ୍ତି।  ଯେଉଁଠାରେ ସେହି ବର ଜଣକ ଠିଆ ହୋଇଛନ୍ତି ତାହା ହେଉଛି ଏକ ଭଙ୍ଗା ଘର। ସେଥିପାଇଁ  ଜଣେ ଲୋକ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି ଯେ ଭାଇ, ତୁମେ ପ୍ରଥମେ ଏହି ଟଙ୍କାରେଏକ ଘର ନିର୍ମାଣ କରିବା ଉଚିତ୍।  ଏବଂ ଆଉଜଣେ ଲେଖିଛନ୍ତି ଯେ ଏହି ଟଙ୍କାରେ ଘରର କାନ୍ଥ ପ୍ଲାଷ୍ଟର କରାଅ | ସେହିଭଳି ଅନେକ ଲୋକ ଏହାକୁ ନକଲି ବୋଲି ମଧ୍ୟ କହୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର...

Sponsored
The groom is wearing a 20 lakh rupees garland | Argus News