Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିବାହ ବେଦିରେ ସାଙ୍ଗଙ୍କ ସହ ଲୁଡୁ ଖେଳିଲେ ବର, ଭାଇରାଲ ହେଲା ଫଟୋ

National

ବିବାହ ବେଦିରେ ସାଙ୍ଗଙ୍କ ସହ ଲୁଡୁ ଖେଳିଲେ ବର, ଭାଇରାଲ ହେଲା ଫଟୋ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିବାହ ବେଦିରେ ସାଙ୍ଗଙ୍କ ସହ ଲୁଡୁ ଖେଳିଲେ ବର, ଭାଇରାଲ ହେଲା ଫଟୋ

ଅର୍ଗସ ବ୍ୟୁରୋ : ବିବାହ ସମୟର ଏକ ମଜାଦାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର ଜଣକ ବିବାହ ବେଦିରେ ନିଜ ସାଙ୍ଗଙ୍କ ସହ ଲୁଡୁ ଖେଳୁଛନ୍ତି । ତାଙ୍କ ସହ ତାଙ୍କର ଦୁଇଜଣ ସାଙ୍ଗ ଲୁଡୁ ଖେଳୁଛନ୍ତି । ଯାହାର ଏକ ଫଟୋ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । 

ବିବାହ ସିଜିନ ଯୋଗୁଁ ଏବେ ଦେଶର ଅନେକ ପ୍ରାନ୍ତରେ ବିବାହ ଚାଲିଥିବା ଦେଖିବାକୁ ମିଳିଛି । ଭିନ୍ନଭିନ୍ନ ସଂସ୍କୃତି ତଥା ପରମ୍ପରାର ଲୋକଙ୍କ ବିବାହ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ପୁରା ଦେଶରେ ୪୮ ଲକ୍ଷ ପାଖାପାଖି ବାହାଘର ଅନୁଷ୍ଠିତ ହୋଇଛି । ଯେଉଁଥିରୁ ୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଲାଭ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିବାହ ସମୟରେ ଏକ ବେଙ୍ଗଲି ପରିବାରର ବିବାହରେ ଏପରି ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁଠି ବର ବେଦିରେ ବସିଥିବା ଅବସ୍ଥାରେ ନିଜ ସାଙ୍ଗମାନଙ୍କ ସହ ଲୁଡୁ ଖେଳୁଛନ୍ତି । ବେଦିରେ ପଣ୍ଡିତ ଏବଂ ଜଣେ ଫଟୋଗ୍ରାଫର ବସିଥଇବା ନଜର ଆସିଛନ୍ତି । ଏହି ଫଟୋ ମୁସ୍କାନ ନାମକ ଜଣେ ଆଇଡି ଟ୍ବିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଭାଇ ଜଣକ ନିଜ କାମରେ ବ୍ୟସ୍ତ ଅଛନ୍ତି । ତେବେ ଏହି ପୋଷ୍ଟକୁ ନେଇ କିଛିଜଣ ଭଲ କମେଣ୍ଟ କରିଥିବା ବେଳେ କିଛିଜଣ ଖରାପ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି,  " ସବୁବେଳେ ନିଜ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେବା ଆବଶ୍ୟକ । ଏହା ଖେଳିବା ଭଳି ସ୍ଥାନ ନୁହେଁ " । ସେହିପରି ଆଉ ଜଣେ ଲେଖିଛନ୍ତି, "ଯଦି ମୁଁ ଝିଅଟିଏ ହୋଇଥାନ୍ତି, ତେବେ ସେଠାରୁ ଦୌଡି ପଳାଇଥାନ୍ତି ।" ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ତାଙ୍କୁ ଖରାପ କମେଣ୍ଟ ଦବା ଆଦୌ ଉଚିତ ନୁହେଁ । କାରଣ ସେ ମାତ୍ର କିଛି ସମୟ ପାଇଁ ହିଁ ଖେଳୁଛନ୍ତି । ଏହି ପୋଷ୍ଟକୁ ଏବେ ଯାଏଁ ୪ ଲକ୍ଷ ୬୫ ହଜାର ଲୋକ ଦେଖିସାରିଛନ୍ତି । 

Sponsored
The groom played Ludo with his friends at the wedding , photo went viral | Argus News