Videos
|
National

ଗସ୍ତର ଅନ୍ତିମ ଦିନରେ ଭିଏଫଏସ୍ ଗ୍ଲୋବାଲ ଏବଂ ଟ୍ରାନ୍ସ ଓ୍ୱାର୍ଲ୍ଡର ଟିମ୍ ଗୁଡିକ ମଧ୍ୟରେ ବୈଠକ ଫଳପ୍ରଦ

Jitendra Dash
Browse all articles by Jitendra Dash
·2 years ago·3 min read
ଗସ୍ତର ଅନ୍ତିମ ଦିନରେ ଭିଏଫଏସ୍ ଗ୍ଲୋବାଲ ଏବଂ ଟ୍ରାନ୍ସ ଓ୍ୱାର୍ଲ୍ଡର ଟିମ୍ ଗୁଡିକ ମଧ୍ୟରେ ବୈଠକ ଫଳପ୍ରଦ

ଅର୍ଗସ ବ୍ୟୁରୋ : ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଗସ୍ତ କାଳରେ ଭାରତୀୟ ଯୁବକଙ୍କୁ ଦକ୍ଷତା ତାଲିମ ଦେବା ସହ ବିଦେଶରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏନଏସଡିସି ଏବଂ ଡିପି ଓ୍ୱାର୍ଲଡର ୱି ୱାନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ନେଇ ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ : ତିନିଦିନିଆ UAE ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ଅନ୍ତିମ ଦିନରେ ଟେକ୍ନୋଲୋଜି କମ୍ପାନୀ ଭିଏଫଏସ୍ ଗ୍ଲୋବାଲ ଏବଂ ଲଜିଷ୍ଟିକ୍ କମ୍ପାନୀ ଟ୍ରାନ୍ସ ଓ୍ୱାର୍ଲ୍ଡର ଟିମ୍ ଗୁଡିକ ମଧ୍ୟରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଥିବା ଜଣାପଡିଛି । ଏହି ବୈଠକରେ ଭାରତର ଯୁବକମାନଙ୍କୁ ବିଦେଶରେ ସୁଯୋଗ ସହ ଯୋଡିବା, ଭାରତରେ ପ୍ରଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଦକ୍ଷତା ବିକାଶରେ କ୍ଷମତା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା । ଦକ୍ଷତା, ପ୍ରଶିକ୍ଷଣ ଏବଂ ନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଏବଂ ଆମର ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରାଥମିକତା ଅଟେ । ଭବିଷ୍ୟତକୁ ସୁରକ୍ଷିତ କରିବା, ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଆମର ଦକ୍ଷତା କ୍ଷେତ୍ରକୁ ଅଧିକ ଜୀବନ୍ତ କରିବାରେ ଭାରତର ସହଯୋଗୀ ହେବା ନେଇ ଭିଏଫଏସ୍ ଗ୍ଲୋବାଲ ଓ ଟ୍ରାନ୍ସ ଓ୍ୱାର୍ଲ୍ଡର ଉଭୟ କମ୍ପାନୀ ମଧ୍ୟରେ ଥିବା ଆଗ୍ରହକୁ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । 

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଦୁବାଇ ସ୍ଥିତ ଲଜିଷ୍ଟିକ କମ୍ପାନୀ ଡିପି ଓ୍ୱାର୍ଲ୍ଡ ପରିଦର୍ଶନ କରିଥିଲେ । ବିଶ୍ୱସ୍ତରୀୟ ପ୍ରତିଭାକୁ ଗତି ଦେବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ଯୁବକମାନଙ୍କୁ ଦକ୍ଷ ତାଲିମ ଏବଂ ସଂପୃକ୍ତ ବିଦେଶୀ ନିଯୁକ୍ତି ସୁଯୋଗ ସହିତ ଯୋଡ଼ିବା ପାଇଁ ଏନଏସଡିସି ଏବଂ ଡିପି ଓ୍ୱାର୍ଲଡର ସହାୟକ ସଂସ୍ଥା ୱି ୱାନ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ ଭାରତ ହେଉଛି ବ୍ୟାପକ ପ୍ରତିଭାର ଭଣ୍ଡାର । କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ଅର୍ଥନୀତି ପାଇଁ ଅର୍ଥନୈତିକ ସମୃଦ୍ଧି ଆଣିବା ପାଇଁ ଭାରତର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଭାରତ ସରକାର  ପ୍ରତିଶ୍ରୁତିବଦ୍ଧ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ଗତକାଲି ଶ୍ରୀ ପ୍ରଧାନ ୟୁଏଇରେ କାର୍ଯ୍ୟ କରୁଥିବା ସମସ୍ତ ୧୦୫ଟି ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟର ପ୍ରିନ୍ସିପାଲ ମାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମସ୍ତ ବିଦ୍ୟାଳୟ ଗୁଡିକ ଜାତୀୟ ଶିକ୍ଷା ନୀତି ସହ ଯୋଡି ହୋଇ କାର୍ଯ୍ୟ କରୁଛନ୍ତି । ବିଦେଶରେ ଥିବା ଭାରତୀୟ ବିଦ୍ୟାଳୟଗୁଡିକ ଆମର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରୟାସ କରୁଛନ୍ତି  । ଉପସାଗରୀୟ ଦେଶ ଗୁଡିକରେ ସିବିଏସଇ ଅନୁବନ୍ଧିତ ଭାରତୀୟ ବିଦ୍ୟାଳୟରେ ପଢୁଥିବା ୫ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟୁଏଇରେ ଅଛନ୍ତି । ପ୍ରବାସୀ ଭାରତୀୟଙ୍କ ସୁବିଧା ପାଇଁ ଦୁବାଇରେ ସିବିଏସଇର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ହୋଇଛି ।  

ଇଏଫଏସ ଫାସିଲିଟି ମ୍ୟାନେଜମେଣ୍ଟ ସର୍ଭିସ ଗ୍ରୁପର ସିଇଓ ତରିଖ୍ ଚୌହ୍ୱାନଙ୍କ ସହ ମଧ୍ୟ ବୈଠକ କରିଥିଲେ ।  କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଜିସିସି ଦେଶଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ଭାରତର କର୍ମଚାରୀଙ୍କ ଅନ୍ତର୍ଜାତୀୟ ଗତିଶୀଳତାକୁ ସୁଗମ କରିବା ପାଇଁ ଇଏଫ୍ଏସ୍ ଫେସିଲିଟି ସର୍ଭିସେସ୍ ଗ୍ରୁପ୍ ଏବଂ ଏନଏସଡିସି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଦେଖି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ଏହି ବୁଝାମଣାପତ୍ର ପାଠ୍ୟକ୍ରମ ବିକାଶ କ୍ଷେତ୍ରରେ ଯୋଗଦାନକୁ ଗଭୀର କରିବା ସହିତ ଯୁଗ୍ମ ଦକ୍ଷତା କାର୍ଯ୍ୟକ୍ରମ ଏବଂ ସହ-ବ୍ରାଣ୍ଡେଡ୍ ଦକ୍ଷତା ଅନୁଷ୍ଠାନଗୁଡ଼ିକର ବିକାଶ ପାଇଁ ବାଟ ଖୋଲିବ ଏବଂ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ କର୍ମଚାରୀମାନଙ୍କୁ ଉନ୍ନତ କରିବ ଏବଂ ସେମାନଙ୍କୁ ବିଶେଷ କରି ଜିସିସି ଦେଶମାନଙ୍କରେ ବିଶ୍ୱସ୍ତରୀୟ ସୁଯୋଗ ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।