ଆଉ ୫ ବର୍ଷ ପାଇଁ ସିମି (SIMI) ବ୍ୟାନ କଲା ଗୃହ ମନ୍ତ୍ରଣାଳୟ
·2 years ago

ଅର୍ଗସ ବ୍ୟୁରୋ : ଆତଙ୍କବାଦ ବିରୋଧରେ ମୋଦି ସରକାରଙ୍କ ଜିରୋ ଟଲରାନ୍ସ ନୀତି । ଆଉ ୫ ବର୍ଷ ପାଇଁ ବ୍ୟାନ ହୋଇଛି ସିମି । ବେଆଇନ ଘୋଷିତ ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ଉପରେ ଆସନ୍ତା 5 ବର୍ଷ ଯାଏ ପ୍ରତିବନ୍ଧକ ଲଗାଇଛି ଗୃହ ମନ୍ତ୍ରାଳୟ । ୟୁଏପିଏ ଆଇନ-1967ର ଧାରା 3-କ ଅନୁଯାୟୀ ସଂଗଠନ ବିରୋଧରେ କଟକଣା ଲଗାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ସଂଗଠନ ବିରୋଧରେ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ, ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରୁଥିବା ଅଭିଯୋଗ ରହିଛି । ସଂଗଠନର ଏପରି କାର୍ଯ୍ୟ ଭାରତର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତାକୁ ନଷ୍ଟ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରାଳୟ । ସିମି ସଂଗଠନ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଦେଶର 10 ରାଜ୍ୟରେ ବିଭିନ୍ନ ଦେଶବିରୋଧୀ କାର୍ଯ୍ୟରେ ସଂପୃକ୍ତି ଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

