Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଲମାନଙ୍କ ଘର ଉପରେ ଫାଇରିଙ୍ଗ କରିଥିବା ଘଟଣାରେ ଜୀବନ ହାରିଲା ଅଭିଯୁକ୍ତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ସଲମାନଙ୍କ ଘର ଉପରେ ଫାଇରିଙ୍ଗ କରିଥିବା ଘଟଣାରେ ଜୀବନ ହାରିଲା ଅଭିଯୁକ୍ତ 

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଘର ଉପରେ ଫାଇରିଙ୍ଗ କରିଥିବା ଘଟଣା ରେ ଏକ ବଡ ଖବର ସାମ୍ନାକୁ ଆସିଛି।  ଏହି ଗୁଳିକାଣ୍ଡ ଘଟଣାରେ  ଅନୁଜ ଥାପନ  ପୋଲିସ୍‌ ହେପାଜତରେ ଥିବାବେଳେ ଜୀବନ ହାରିବା ପାଇଁ ଚେଷ୍ଟା କରିଥିଲା।  ଏହା ପରେ  ଅଭିଯୁକ୍ତକୁ ଅସ୍ପିଟାଲକୁ ନିଆଯାଇଥିଲା।  ହସ୍ପିଟାଲରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ସୂଚନା।  ସୂଚନାମୁତାବକ, ଅଭିଯୁକ୍ତ ଅନୁଜ ଥାପାନକୁ ପଚରାଉଚରା ପାଇଁ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ କ୍ରାଇମ ବ୍ରାଞ୍ଚ ଅଫିସ ଲକଅପ୍‌ରେ ରଖାଯାଇଥିଲା। ଏଠାରେ ହିଁ ସେ  ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲା। 
 ତେବେ ଏପ୍ରିଲ ୧୪ ତାରିଖ ଭୋରରୁ ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା।

ଦୁଇ ଜଣ ବାଇକ୍‌ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଏହି ମାମଲରେ ପୁଲିସ ଧାରା ୩୦୭ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ଏପ୍ରିଲ ୧୬ ତାରିଖରେ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍‌ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଛନ୍ତି। ଏମାନଙ୍କୁ ଅନୁଜ ଥାପାନ ହିଁ ବନ୍ଧୁକ ଯୋଗାଇଥିଲା। ପୁଲିସ ପଞ୍ଜାବରୁ ଅନୁଜ ଥାପାନଙ୍କ ସମେତ ସୋନୁ ସୁଭାଷ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
According to reports, the incident took place at around 11 am. | Argus News