Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ

National

ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ

ଅର୍ଗସ ବ୍ୟୁରୋ : ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ। ୨ ଜଣ କମିଶନରଙ୍କ ନାଁ ଚୟନ ପାଇଁ ମାର୍ଚ୍ଚ ୧୩ କିମ୍ବା ୧୪ରେ ବସିବ ସର୍ଚ୍ଚ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଆଉ ଏକ ବୈଠକ। ଉକ୍ତ ବୈଠକରେ ୨ ନିର୍ବାଚନ କମିଶନରଙ୍କ ନାଁ ଉପରେ ନିଆଯିବ  ଚୂଡ଼ାନ୍ତ ନିଷ୍ପତ୍ତି। ମାର୍ଚ୍ଚ ୧୫ରେ ବସିବାକୁ ଥିବା ବୈଠକ ପରେ ଦେଶକୁ ମିଳିବେ ୨ ନୂଆ ନିର୍ବାଚନ କମିଶନର। ଚଳିତ ବର୍ଷ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

ଅଧିକ ପଢନ୍ତୁ : ରାଜ୍ୟର ବିଭିନ୍ନ ଜାତୀୟ ରାଜନୈତିକ ଦଳ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା

ଏହାପରେ ଶନିବାର ଅରୁଣ ଗୋଏଲ ଅଚାନକ ଇସି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ୨ଟି ଯାକ ନିର୍ବାଚନ କମିଶନର ପଦ ଏବେ ଖାଲି ପଡ଼ିଛି। ଏହି ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ ନିକଟରେ ଏହି ଆଇନରେ ସଂଶୋଧନ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The names of 2 new election commissioners may be announced soon | Argus News