Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି

National

ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି

ଅର୍ଗସ ବ୍ୟୁରୋ : ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି । ଆଗାମୀ ଲୋକସଭା ନିର୍ବାନ ପାଇଁ ମତଦାତା ସୂଚୀର ପୁନଃନିରୀକ୍ଷଣ ଫଳାଫଳ ମୁତାବକ ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବ ଭୋଟର ରହିଛନ୍ତି । ଦେଶରେ ୧୮ ରୁ ୨୯ ବର୍ଷ ମଧ୍ୟରେ ୨ କୋଟି ନୂଆ ଭୋଟର ପଞ୍ଚିକରଣ କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

ଦେଶରେ ମୋଟ ଭୋଟଦାତାଙ୍କ ସଂଖ୍ୟା ୯୬.୮୮ କୋଟିରେ ପହଂଚିଛି । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହା ୬ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ୨.୬୩ କୋଟି ନୂଆ ଭୋଟର ପଞ୍ଜିକରଣ କରିଛନ୍ତି । ତା ମଧ୍ୟରୁ ୧.୪୧ କୋଟି ମହିଳା ଭୋଟ ଓ ୧.୨୨ କୋଟି ପୁରୁଷ ଭୋଟର ସାମିଲ ହୋଇଛନ୍ତି । ଭୋଟଦାତାଙ୍କ ଲିଙ୍ଗଗତ ଅନୁପାତ ୨୦୨୩ରେ ୯୪୦ ଥିବା ବେଳେ ୨୦୨୪ରେ ଏହା ୯୪୮କୁ ବୃଦ୍ଧି ପାଇଛି । ଅର୍ଥାତ ୧ ହଜାର ପୁରଷ ଭୋଟର ସ୍ଥାନରେ ୯୪୮ ମହିଳା ଭୋଟର ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
The number of new voters in the country increased by 6 percent | Argus News